Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଏହି ୩ଟି କାମ କଲେ,ବିନା ପୂଜାପାଠରେ ବି ହୋଇଯିବେ ଧନୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ୩ ଟି କାମ କରିଲେ ବିନା ପୂଜାପାଠରେ ହୋଇଯିବେ ଧନୀ।

ସକାଳୁ ଉଠି ଏହି ୩ ଟି କାମ କଲେ ଆପଣଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ। ଆପଣ ହୋଇଯିବେ ଧୀରେ ଧୀରେ ମାଲାମାଲ। ସକାଳ ସମୟରେ ଏହି ୩ ଟି କାମ ସମସ୍ତଙ୍କୁ କରିବା ଉଚିତ। ବିନା ପୂଜାପାଠରେ ମାଲାମାଲ ହୋଇଯିବେ। ତେବେ ଆସନ୍ତୁ ଜାଣିବା।

ଶାସ୍ତ୍ର ଅନୁସାରେ ପ୍ରତ୍ୟକ ସ୍ତ୍ରୀ ଏବଂ ପୁରୁଷଙ୍କୁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟଦେବଙ୍କୁ ଧ୍ୟାନ କରି ହାତ ଯୋଡିବା ଉଚିତ। ଏମିତି କଲେ ପୁରା ଦିନ ମନ ଶାନ୍ତ ରହିବ। ଏହା ସହିତ ସମସ୍ତ କାମ ବିନା ବାଧାରେ ପୁରଣ ହେବ। ଏଥିପାଇଁ ଧ୍ୟାନ ରଖିବେ ପ୍ରଥମେ ସକାଳୁ ଉଠି ନିଜର ଇଷ୍ଟଦେବଙ୍କୁ ପ୍ରଣାମ କରିବେ ଏବଂ ଧରତୀ ମାଙ୍କୁ ସ୍ପର୍ଶ କରି ଭୂମି ଉପରେ ପାଦ ରଖିବେ। ଏମିତି କଲେ ସମସ୍ତ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ। ବିନା ପୂଜାପାଠରେ ମିଳିଥାଏ ସମସ୍ତ ଫଳ।

ସକାଳୁ ଉଠି ସ୍ନାନ କରନ୍ତୁ। ଏମିତି କଲେ ସମସ୍ତ ବ୍ୟକ୍ତିଙ୍କୁ ଲାଭ ମିଳିଥାଏ କିନ୍ତୁ ମହିଳା ମାନଙ୍କ ପାଇଁ ଏହା ଆହୁରି ଅଧିକ ମହତ୍ୱପୂର୍ଣ୍ଣ ଅଟେ। ଆମର ସଭ୍ୟତାରେ ଏହି କଥା ସାମିଲ ଅଛି କି ସ୍ତ୍ରୀ ମାନଙ୍କୁ ଘରର କାମ ସାରି ସିଧା ସ୍ନାନ କରିନେବା ଉଚିତ। ସକାଳୁ ସକାଳୁ ସ୍ନାନ କରୁଥିବା ମହିଳାଙ୍କ ରକ୍ତଚାପ ସନ୍ତୁଳିତ ରହିଥାଏ। ଘର ପରିବାର ପାଇଁ ବି ଭଜନ ସ୍ନାନ କରିବା ପରେ ହିଁ ପ୍ରସ୍ତୁତ କରିବା ଉଚିତ। ସେଥିପାଇଁ ସକାଳୁ ସ୍ନାନ କରିନେବା ଉଚିତ। ଏହା ଦ୍ୱାରା ମନ ଶାନ୍ତ ରହିଥାଏ ସବୁ କାମ କରିବାରେ ମନ ଲାଗିଥାଏ।

ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ସ୍ନାନ କରିନଥାନ୍ତି ତାଙ୍କୁ ନର୍କର ଯାତନା ଭୋଗିବାକୁ ପଡିଥାଏ। ସେ ଯେତେ ପୁଣ୍ୟ କାମ କରିଥାଉ ପଛେ। ତାକୁ ନର୍କକୁ ଯିବାକୁ ପଡିଥାଏ। ଭଗବାନ ବିଷ୍ଣୁ କୁହନ୍ତି ମନୁଷ୍ୟଙ୍କୁ ସବୁଦିନ ସ୍ନାନ କରିବା ଉଚିତ। ଯେଉଁ ବ୍ୟକ୍ତି ସ୍ନାନ କରିନଥାଏ ତାକୁ ରାହୁ କେତୁ ଶନିଙ୍କ ଖରାପ ପ୍ରଭାବରୁ କେହି ରକ୍ଷା କରିପାରିବେ ନାହିଁ। ସ୍ନାନ କରୁନଥିବା ଲୋକଙ୍କୁ ମହାପାପୀ ବି ମାନାଯାଏ।

ତୁଳସୀ ପୂଜା। ଶାସ୍ତ୍ର ଅନୁସାରେ ମହିଳାଙ୍କୁ ସ୍ନାନ କରିବା ପରେ ତୁଳସୀ ପୂଜା ଏବଂ ତୁଳସୀରେ ଜଳ ଅର୍ପଣ ନିଶ୍ଚୟ କରିବା ଉଚିତ ବା ସୂର୍ଯ୍ୟଦେବଙ୍କ ପୂଜା କରିବା ଉଚିତ। ଏମିତି କଲେ ପରିବାର ଉପରେ ତାଙ୍କର ଆଶୀର୍ବାଦ ବନିରହିଥାଏ ଏବଂ ଘରକୁ କୌଣସି ବି କଷ୍ଟ ଆସିନଥାଏ। ସକରାତ୍ମକ ଉର୍ଜାର ପ୍ରଭାବ ବି ସର୍ବଦା ଘର ଉପରେ ରହିଥାଏ। ତୁଳସୀରେ ପ୍ରତିଦିନ ଦୀପ ଜାଳିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ପରିବାର ଉପରେ ବନିରହିଥାଏ।

ସକାଳୁ ଉଠି ମହିଳା ପୁରୁଷମାନଙ୍କୁ କିଛି ସମୟ ବ୍ୟାୟାମ କରିବା ଉଚିତ। ଏମିତି କଲେ ଶକ୍ତି ବନିରହିଥାଏ ଏବଂ କୌଣସି ପ୍ରକାରର ରୋଗ ହୋଇନଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ। ସବୁ କାମ ମଧ୍ୟ ଭଲରେ ହୋଇଥାଏ।

ସକାଳୁ ଉଠି କରନ୍ତୁ ରମାନ୍ସ। ଯଦି ସ୍ୱାମୀ ସ୍ତ୍ରୀ ଯବାନ ତେବେ ସକାଳୁ ଉଠି କିଛି ସମୟ ରୋମାନ୍ସ କରିବା ଉଚିତ। କୁହାଯାଏ ଏମିତି କଲେ ତନାଵ ଶେଷ ହୋଇଥାଏ ଏବଂ ପ୍ରେମ ମଧ୍ୟ ବଢିଥାଏ। ଯେଉଁ ମହିଳା ଏହି କଥାକୁ ମାନିଥାଏ ତ ତାଙ୍କ ଜୀବନରେ କୌଣସି ବି ସମସ୍ୟା ଆସିନଥାଏ କିନ୍ତୁ ସର୍ବଦା ଏହି କଥାର ଧ୍ୟାନ ରଖିବେ ରମାନ୍ସ ଆପଣଙ୍କୁ ସେତେବେଳେ କରିବା ଉଚିତ ଯେତେବେଳେ ସୂର୍ଯ୍ୟ ଉଦୟ ହୋଇଯିବ କାରଣ ଏହା ପୂର୍ବରୁ ପୂଜାପାଠର ସମୟ ହୋଇଥାଏ।

ସକାଳୁ ସକାଳୁ ଭଲ ଜିନିଷର ଦର୍ଶନ କରନ୍ତୁ ଏବଂ ଖରାପ ଜିନିଷକୁ ଭୁଲରେ ବି ଦେଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଯେତେବେଳେ ଆପଣ ଭଲ ଜିନିଷର ଦର୍ଶନ କରିବେ ତ ଆପଣଙ୍କୁ କେବେବି ଖରାପ ପରିସ୍ଥିତିରେ ଗତି କରିବାକୁ ପଡିବନାହିଁ। ଖରାପ ସମୟ ଚାଲିଯାଇଥାଏ। ଏମିତିରେ ବ୍ୟକ୍ତିକୁ ନୂତନ କାମର ରାହା ଦେଖାଯାଇଥାଏ ଯାହା ତାଙ୍କୁ ସଫଳତା ଦେଇଥାଏ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଯଦି ନିଜ ଜୀବନରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି କିମ୍ବା ଭାଗ୍ୟର କବାଟକୁ ଖୋଲିବାକୁ ଚାହୁଁଛନ୍ତି ତ ସକାଳୁ ଉଠି ଆପଣଙ୍କୁ ଏହି ୬ ଟି କାମ ନିଶ୍ଚୟ କରିବା ଉଚିତ।

ଘରର ବୃଦ୍ଧ ଲୋକମାନେ କିଛି ନାଁ କିଛି ସବୁବେଳେ ଶିଖେଇ ଥାନ୍ତି ଯେଉଁଥି ପାଇଁ ଜୀବନରେ କିଛି ସମସ୍ୟା ଆସିବ ନାହିଁ। ଆମ ଦେଶ ଏବଂ ଆମ ଭାରତରେ ସଂସ୍କାରର ବହୁତ ମହତ୍ୱ ରହିଛି। ଏହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ। ଯାହାକୁ କଲେ ଆପଣଙ୍କ ଜୀବନ ଭଲ ହୋଇଯିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ ଜଣେଇବୁ ଯାହାକୁ କଲେ ନାଁ କେବଳ ମାନ ସମ୍ମାନର ପ୍ରାପ୍ତି ହେବ ବରଂ ଧନ ଆପଣଙ୍କ ସହିତ ଭାଗ୍ୟର କବାଟ ବି ଖୋଲି ଯିବ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ବିଛଣା ଛାଡ଼ିବା ପରେ କଣ ସର୍ବପ୍ରଥମେ କରିବା ଉଚିତ

ଯେତେବେଳେ ଆପଣ ସକାଳ ସମୟରେ ଉଠୁଛନ୍ତି ତେବେ ସର୍ବ ପ୍ରଥମେ ଆପଣ ନିଜର ଦୁଇ ହାତର ପାପୁଲିକୁ ଦର୍ଶନ କରନ୍ତୁ ତଥା ଭୂମି ଉପରେ ପାଦ ଦେବା ପୂର୍ବରୁ ପୃଥିବୀ ମାଙ୍କୁ କ୍ଷମା ମାଗିବା ଉଚିତ। ଶାସ୍ତ୍ରରେ ପୃଥିବୀକୁ ଆମର ମା କୁହାଯାଇଛି ଆମର ବୋଝ ଉଠାଇଥାନ୍ତି। ଏହା କଲେ ଆପଣଙ୍କ ସବୁ ଦୋଷ ଦୂର ହୋଇଥାଏ। ଆଉ ଶରୀରରେ ଏକ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ।

କୁହାଯାଏ ଯେ ପ୍ରତିଦିନ ସକାଳୁ ସ୍ନାନ କରିବା ଉଚିତ। ସ୍ନାନ କରିବା ସମୟରେ ସମସ୍ତ ତୀର୍ଥ ସ୍ଥଳ ଏବଂ ପବିତ୍ର ନଦୀର ନାମର ଜପ କରିବା ଉଚିତ। ଏମିତି କଲେ ଆପଣଙ୍କୁ ସବୁ ତୀର୍ଥ ସ୍ଥାନର ଫଳ ମିଳିଥାଏ। ଆଉ ସମ୍ଭବ ହେଲେ ଅଳ୍ପ ଗଙ୍ଗା ଜଳ ପାଣିରେ ମିଶାଇ ସ୍ନାନ କରିବା ଉଚିତ। ସ୍ନାନ କରିବା ପରେ ତମ୍ବା ପାତ୍ରରେ ଜଳ ଭରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ଅବଶ୍ୟ କରିବା ଉଚିତ। ଏମିତି କଲେ ଦିନର ଆରମ୍ଭ ଭଲ ହୋଇଥାଏ ଆଉ ଆତ୍ମା ଏବଂ ମନକୁ ଉର୍ଜା ମିଳିଥାଏ। ଏହା ସହିତ କୁଣ୍ଡଳୀରେ ସୂର୍ଯ୍ୟଙ୍କର ସ୍ଥିତି ଭଲ ରହିଥାଏ।

ଏହାର ପ୍ରଭାବ ଆମର ବୁଦ୍ଧି ଉପରେ ପଡିଥାଏ। ମାନ ସମ୍ମାନ ସହିତ ଆର୍ଥିକ ସ୍ଥିତି ବି ବୃଦ୍ଧି ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଦେବା ପରେ ତୁଳସୀଙ୍କୁ ନିଶ୍ଚୟ ଜଳ ଅର୍ପଣ କରିବା ଉଚିତ। ଏହା ପରେ ମନ୍ଦିରରେ ପୂଜା ପାଠ ନିଶ୍ଚୟ କରିବା ଉଚିତ। ଏହା ପରେ ଯଦି ପାରିବେ ଗାଈକୁ ୧ ରୁ ୨ଟି ରୋଟି ନିଶ୍ଚୟ ଖାଇବାକୁ ଦେବା ଉଚିତ। ଏହା ଦ୍ବାରା ପୁଣ୍ୟର ପ୍ରାପ୍ତ ହୋଇଥାଏ। ଆଉ ଘରେ କେବେବି ଧନର କମି ହୋଇନଥାଏ। ଆଉ ସବୁବେଳେ ଖୁସି ବନି ରହିଥାଏ।

କୁହାଯାଏ ସକାଳୁ ଯଦି ଆପଣ ଅଫିସ କିମ୍ବା ଜରୁରୀ କାମରେ ବାହାରକୁ ଯାଉଛନ୍ତି ତ ସର୍ବପ୍ରଥମେ ମାତା ପିତାଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଆଉ ଏହାପରେ ଦେବୀ ଦେବତାଙ୍କ ଧ୍ୟାନ କରନ୍ତୁ। ଆଉ ପିଲାଙ୍କୁ ବି ଯିବା ସମୟରେ ମାତା ପିତାଙ୍କ ଚରଣ ଅବଶ୍ୟ ଛୁଇଁ ଯିବା ଉଚିତ। ଘରୁ ବାହାରକୁ ଯିବା ସମୟରେ ନାକରେ ଯେଉଁ ନିଶ୍ୱାସ ଚାଲିଥାଏ ତ ସର୍ବପ୍ରଥମେ ସେହି ପାଦକୁ କାଢି ଯିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *