Excuse Me Odisha

ଯାହା କହିବୁ ସତ କହିବୁ

ରୁଟି ଗଣିକରି ବନେଇବା କିମ୍ବା ଖାଇବା ଉଚିତ ନୁହେଁ, ନଚେତ ହୋଇଯିବେ ବର୍ବାଦ ! ଜାଣନ୍ତୁ କାହିଁକି ?

ସେୟାର୍ କରନ୍ତୁ

ଘରେ ରୁଟି ବନେଇବା ସମୟରେ ୩ରୁ ୪ ଟା ଅଧିକ ବନେଇବା ଉଚିତ।କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ କେବଳ ଘର ଲୋକଙ୍କ ପାଇଁ ଗଣିକି ରୁଟି ବନେଇବା ପରିବାର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ପୂର୍ବକାଳରେ ବଡ଼ ପରିବାର ବିଶିଷ୍ଟ ଥିବା ଲୋକଙ୍କ ଘରେ ଅଧିକରୁ ଅଧିକ ରୁଟି ତିଆରି ହେଉଥିଲା କିନ୍ତୁ ଗଣା ଯାଉ ନଥିଲା। କିନ୍ତୁ ଆଜିକାଲି ଲୋକେ ପରିବାର ଠାରୁ ବିଚ୍ଛେଦ ହୋଇ ଅଲଗା ରହିବାକୁ ଲାଗିଲେଣି। ତେଣୁ ସମୁଦାୟ ସଦସ୍ୟଙ୍କ ପାଇଁ ରୁଟି ଗଣିକି ତିଆରି କରୁଛନ୍ତି। କିନ୍ତୁ ରୁଟି ଗଣିକି ତିଆରି ହେବା ଦ୍ବାରା ଏହାର ଅଶୁଭ ପ୍ରଭାବ ଘରର ସଦସ୍ୟଙ୍କ ଜୀବନରେ ପଡ଼ିଥାଏ। ଏହାସହିତ ଘରେ ଅଶାନ୍ତି ପରିବେଶ ଲାଗି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ଏକ ବିଶେଷ ଉପାୟ କୁହାଯାଇଛି, ଆସନ୍ତୁ ଜାଣିବା।

ସର୍ବଦା ୪ରୁ ଅଧିକ ରୁଟି ବନାନ୍ତୁ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସର୍ବଦା ଘରର ସଦସ୍ୟଙ୍କ ପାଇଁ ବନା ଯାଉଥିବା ଭୋଜନରେ ୪ରୁ ଅଧିକ ରୁଟି ପ୍ରସ୍ତୁତ କରିବା ଉଚିତ। ତାପରେ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଆଉ ଦୁଇଟି ରୁଟି ଅତିଥିଙ୍କ ପାଇଁ ରଖିବା ଉଚିତ। କାରଣ ସନାତନ ଧର୍ମରେ ଅତିଥିଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି ମାନା ଯାଇଛି।

ପୂର୍ବକାଳରେ ଅପ୍ରତ୍ୟାଶିତ ଭାବରେ ଅତିଥିଙ୍କ ପାଇଁ ଅଧିକ ଭୋଜନ ପ୍ରସ୍ତୁତ କରାଯାଉ ଥିଲା। ଏଭଳି କରିବା ଦ୍ଵାରା ଘରେ ସୁଖଶାନ୍ତି ବଜାୟ ରହୁ ଥିଲା।ଏହାହିତ ଦେବୀ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ସର୍ବଦା ପରିବାର ଉପରେ ରହୁଥିଲା।ଯଦି କୌଣସି ଅତିଥି ଘରକୁ ଆସୁ ନଥିଲେ, ତାହେଲେ ସେହି ଭୋଜନକୁ କାଉ, ପକ୍ଷୀ, କୁକୁରଙ୍କୁ ଦିଅ ଯାଉଥିଲା।

ବାସି ଅଟାରୁ ରୁଟି କଲେ ପରିବାରରେ କଳହ ସୃଷ୍ଟି ହୁଏ :-

ଯେତେବେଳେ ରୁଟିକୁ ଆବଶ୍ୟକତା ଅନୁଯାୟୀ କରାଯାଇଥାଏ, ସେତେବେଳେ ବଳକା ରହିଥିବା ଅଟାକୁ ଫ୍ରିଜରେ ରଖାଯାଏ। ବୈଜ୍ଞାନିକ ମାନଙ୍କ ମତରେ ଫ୍ରିଜରେ ରଖିଥିବା ଅଟାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ରୋଗ ବ୍ୟାଧି ହେବାର କାରଣ ହୋଇଥାଏ। ରୁଟିକୁ ସୂର୍ଯ୍ୟ ଓ ମଙ୍ଗଳଙ୍କ ସହିତ ଯୋଡ଼ା ଯାଇଥାଏ। ଅଟାରେ ଥିବା ବ୍ୟାକ୍ଟେରିଆକୁ ରାହୁ ସହିତ ଯୋଡ଼ା ଯାଇଥାଏ।

ଏହି ରୁଟି ପରିବାର ଲୋକେ ଖାଇଲେ ଘରେ କଳି ଝଗଡ଼ା ହେବାର ସମ୍ଭାବନା ରହିଥାଏ ଏବଂ ପରିବାରର ବାତାବରଣ ନକାରାତ୍ମକ ଆଡ଼କୁ ଗତି କରିଥାଏ। ତେଣୁ ଏ ହକି ଭୁଲ କଦାପି କରନ୍ତି ନାହିଁ। ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *