Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଗରିବୀ ଆସିବାର ୧୦ ଟି ମୁଖ୍ୟ କାରଣ ! ୯୯% ଲୋକ ଜାଣି ନାହାଁନ୍ତି ଏସବୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଗରିବୀ ଆସିବାର ୧୦ ଟି କାରଣ ୯୯% ଲୋକ ଜାଣି ନାହାଁନ୍ତି।

ପ୍ରତ୍ୟକ ବ୍ୟକ୍ତି ଜୀବନରେ ଆଗକୁ ବଢ଼ିବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ସମାନ ମିଳିନଥାଏ। କୌଣସି ବ୍ୟକ୍ତି କମ ପରିଶ୍ରମରେ ବଡ଼ ସଫଳତା ପାଇଥାଏ ତ କୌଣସି ବ୍ୟକ୍ତି ଲକ୍ଷେ ଚେଷ୍ଟା କରିବା ପରେ ବି ମଧ୍ୟ ଆଗକୁ ବଢ଼ିପାରେ ନାହିଁ। ତ ଏହାର କାରଣ କଣ ଅଟେ। ଯଦି ପୁରା ଚେଷ୍ଟାର ସହିତ କାର୍ଯ୍ୟ କରାଯାଏ ତ ତାହାର ଫଳ ନମିଳିଲେ ଅଳ୍ପ ସମସ୍ୟା ବା ଚିନ୍ତା ହୋଇଥାଏ।

ଘରେ ଯେଉଁ ଉନ୍ନତି ହେଉନାହିଁ ଘରେ ଯେଉଁ ସମସ୍ୟା ଅଛି ଟେନସନ ଅଛି ରୋଗ କ୍ଳେଶ ଲାଗି ରହୁଛି ତ ଏହାର କାରଣ କଣ ଅଟେ। ପୁରା ଚେଷ୍ଟା କରିବା ପରେ ବି ଯଦି ଖାଦ୍ୟ ଆପଣଙ୍କୁ ମିଳୁନାହିଁ ତ ସମସ୍ୟା ବଢି ଯାଇଥାଏ। ବାସ୍ତୁ କହିଥାଏ ଘରେ ଏମିତି କିଛି ଜିନିଷ ଅଛି ଯାହା ଆପଣଙ୍କ ଉନ୍ନତିକୁ ନଷ୍ଟ କରିଦେଇଥାଏ ଉନ୍ନତି ହେବାକୁ ହିଁ ଦେଇନଥାଏ। ଜୀବନ ସାରା ସମସ୍ୟାର ସାମ୍ନା କରିଥାନ୍ତି। ଘରକୁ ସମସ୍ୟା ଗରିବୀ ଆସିବାର ବହୁତ କାରଣ ଅଛି। ଆଜି ଆମେ ବାସ୍ତୁ ବିଷୟରେ ଆଲୋଚନା କରିବା।

ଯେତେବେଳେ ଆପଣଙ୍କୁ ସବୁ କିଛି ଧୂଆଁ ଧୂଆଁ ଲାଗିଥାଏ ତ ସର୍ବପ୍ରଥମେ ଆପଣ ନିଜ ପୂଜା ସ୍ଥାନକୁ ଲକ୍ଷ କରନ୍ତୁ। ଆପଣ ପୂଜା କେଉଁଠି କରୁଛନ୍ତି। ଘରର ଉତ୍ତର-ପୂର୍ବ କୋଣରେ ବା ଐଶ୍ଵଣ୍ୟ କୋଣରେ ପୂଜା କରିବା ଉଚିତ। ଏହି କୋଣରେ ଭଗବାନଙ୍କର ମୂର୍ତି ରଖନ୍ତୁ କିନ୍ତୁ ମୂର୍ତି ଏବଂ ଫୋଟକୁ ଏମିତି ରଖନ୍ତୁ କି କମସେକମ ଭଗବାନ ଗଣେଶଙ୍କର ଯେଉଁ ଫୋଟ ଅଛି ତାଙ୍କୁ କାନ୍ଥର ବାହାର ଆଡ଼କୁ ରଖନ୍ତୁ ଅର୍ଥାତ ସେ ଘରର ଭିତରେ ଯେମିତି ନରହିବେ କାରଣ ଗଣେଶଙ୍କର ଫୋଟରେ ଦୈତଙ୍କର ବାସ ହୋଇଥାଏ ସେଥିପାଇଁ ତାଙ୍କୁ ସବୁବେଳେ ଏମିତି ରଖିବେ ଯେମିତି ତାଙ୍କର ପିଠି ଘରର ବାହାରକୁ ରହିବ।

କିଛି ନାଁ କିଛି ଦାନ କରନ୍ତୁ ମ। ଆପଣ ଯାହାବି ରୋଜଗାର କରୁଛନ୍ତି ସେଥିରୁ ୧ ଟଙ୍କା ହେଲେ ମଧ୍ୟ ଦାନ କରନ୍ତୁ।

ଘରେ ଭଙ୍ଗା ରୁଜା ଜିନିଷ ଘରେ ସାଇତି କରି ରଖନ୍ତୁ ନାହିଁ ତାକୁ ଯଥା ଶୀଘ୍ର ଫୋପାଡ଼ି ଦିଅନ୍ତୁ।

ଅନେକ ଥର ଭଙ୍ଗା ବାସନ ବି ଘରେ ପଡି ରହିଥାଏ ତ ଏମିତି ବାସନ ଯାହା ବ୍ୟବହାର ହେଉନାହିଁ ତାକୁ ଫୋପାଡ଼ି ଦିଅନ୍ତୁ।

ଅନେକ ଥର ଘଣ୍ଟା ଖରାପ ହୋଇଯାଇଥାଏ କିମ୍ବା ଘଣ୍ଟାର କାଚ ଭାଙ୍ଗି ଯାଇଥାଏ ସେମିତି କାନ୍ଥରେ ଟାଙ୍ଗି କରି ରଖିଥାନ୍ତି ତ ଏମିତି ହେବାକୁ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ଜୀବନରେ ଆଗକୁ ବଢିବାର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ତ ଏଥିରୁ ବି ଆପଣ ବଞ୍ଚି କରି ରୁହନ୍ତୁ।

ଝାଡୁ ପୋଛା ଲଗାଇବା ସମୟରେ ସର୍ବଦା ଲୁଣ କିମ୍ବା ଫିଟିକିରି ମିଶା ପାଣିରେ ଝାଡୁ ପୋଛା କରନ୍ତୁ। ଯଦି ଝାଡୁ ଲଗାଇବା ସମୟରେ ଝାଡୁ ଖଣ୍ଡ ଖଣ୍ଡ ହୋଇ ଗଳି ପଡୁଛି ବହୁତ ପୁରୁଣା ଝାଡୁ ହୋଇଯାଇଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। ଏମିତି ଝାଡୁ ଅଶୁଭ ହୋଇଥାଏ।

ଭଙ୍ଗା ରୁଜା ଫୋଟ ଖେଳନା ସବୁ ଘରୁ ବାହାର କରିଦିଅନ୍ତୁ କାରଣ ଭଙ୍ଗା ଜିନିଷ ସର୍ବଦା ନକରାତ୍ମକତାକୁ ବଢାଇଥାଏ।

ଘରର ଛାତ ଉପରେ ଅପରିଷ୍କାର ଜିନିଷ ଜମା ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ଘରକୁ ହଠାତ ସମସ୍ୟା ଆସିଥାଏ।

କାନ୍ଥ ଯଦି ଫାଟି ଯାଇଥାଏ ତେବେ ତାହାକୁ ତୁରନ୍ତ ଠିକ କରିନିଅନ୍ତୁ।

କବାଟ ଖୋଲିବା ସମୟରେ ବନ୍ଦ କରିବା ସମୟରେ ଯଦି ଆବାଜ ହୋଇଥାଏ ତ ତାହାକୁ ତୁରନ୍ତ ଠିକ କରିନିଅନ୍ତୁ। ଏହା ଆପଣଙ୍କ ଜୀବନରେ ଉନ୍ନତି ହେବାକୁ ଦିଏ ନାହିଁ।

ଯେଉଁ ଜୂତା ବ୍ୟବହାର କରୁନାହାନ୍ତି ସେହି ଜୂତାକୁ ଘରୁ ବାହାର କରିଦିଅନ୍ତୁ। ଏମିତି ଜୂତା ଘରେ ରହିଲେ ଘରକୁ ସମସ୍ୟା ଆଣିଥାଏ। ଯେଉଁ ଜୂତା ପିନ୍ଧୁଛନ୍ତି ତାକୁ ରଖି ଆଉ ସବୁ ଫୋପାଡ଼ି ଦିଅନ୍ତୁ।

ପୁରୁଣା ଝାଡୁବି ଘରେ ନକରାତ୍ମକ ଉର୍ଜାକୁ ବଢାଇଥାଏ। ଆଉ ଘରକୁ ସମସ୍ୟା ଆଣିଥାଏ।

ଘରେ କୌଣସି ବି ଜିନିଷକୁ କପଡ଼ାରେ ଗଣ୍ଠି କରି ରଖନ୍ତୁ ନାହିଁ। ଯାହାକୁ ପୋଟଳି କୁହାଯାଏ। ଏମିତି କରି ରଖନ୍ତୁ ନାହିଁ। ଘରେ ଯଦି ଦୌଡ଼ିକୁ ଗୋଡ଼ାଇ କରି ରଖିଛନ୍ତି ତେବେ ତାହାକୁ ଖୋଲି କରି ରଖନ୍ତୁ। ଘରେ ଯେଉଁ କପଡା ବ୍ୟବହାର କରୁନାହାନ୍ତି ତାହାକୁ ଫୋପାଡ଼ି ଦିଅନ୍ତୁ। ଏହା ଘରେ ସମସ୍ୟା ସୃଷ୍ଟି କରିଥାଏ।

ଘରର ଭିତର ସହିତ ଘରର ବାହାର ବି ସଫା କରି ରଖନ୍ତୁ।

ଗଛ ମୂଳରେ ପରିଶ୍ରା କରନ୍ତୁ ନାହିଁ କୌଣସି ସାଇଟରେ ଯାଇ ପରିଶ୍ରା କରନ୍ତୁ।

ପିଇବା ପାଣିକୁ କେବେବି ଖୋଲା କରି ରଖନ୍ତୁ ନାହିଁ ଢାଙ୍କି କରି ରଖନ୍ତୁ।

କେହି କିଛି ମାଗିବାକୁ ଆସିଲେ ଗୁରୁବାର ଦିନକୁ ଛାଡି ଅନ୍ୟ ଦିନରେ ନିଶ୍ଚୟ ଦାନ କରନ୍ତୁ।

ପବିତ୍ର ମନରେ ଧର୍ମ ଗ୍ରନ୍ଥର ପାଠ କରନ୍ତୁ।

ରାତିରେ କେହି ଯଦି ରସୁଣ ପିଆଜ ଦହି କ୍ଷୀର ଘିଅ ମହୁ ମାଗିବାକୁ ଆସେ ତ କେବେବି ଦିଅନ୍ତୁ ନାହିଁ। ଏମିତି କଲେ ଉନ୍ନତି ହେବ ନାହିଁ ଏବଂ ସମସ୍ୟା ଲାଗି ରହିବ।

କୌଣସି ବି ଅତିଥି ଆପଣଙ୍କ ଘରକୁ ଆସନ୍ତି ତ ପ୍ରେମର ସହିତ ତାଙ୍କର ସ୍ୱାଗତ କରନ୍ତୁ। ତାଙ୍କୁ କେବେବି ନାରାଜ ହେବାକୁ ଦେବେ ନାହିଁ। ଯଦି ଅତିଥି ନାରାଜ ହୋଇ ଘରୁ ଚାଲିଯିବେ ତ ଘରର ଖୁସି ବି ଚାଲି ଯାଇଥାଏ।

ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

ଚାଉଳ କେବେବି କାହାରିକୁ ଦିଅନ୍ତୁ ନାହିଁ।

ରାତିରେ ହେଉ କିମ୍ବା ଦିନରେ ଲୁଣ କାହାରିକୁ ଦିଅନ୍ତୁ ନାହିଁ। ଲୁଣକୁ କେବେବି ସିଧାସଳଖ କାହାରି ହାତରେ ଦିଅନ୍ତୁ ନାହିଁ। ଯଦି କେହି ଲୁଣ ମାଗନ୍ତି ତେବେ କିଛି ପଇସା ନେଇ ଲୁଣ ଦିଅନ୍ତୁ।

ସନ୍ଧ୍ୟା ସମୟରେ ଧନର କାରବାର କରନ୍ତୁ ନାହିଁ। ଏମିତି କଲେ ଉନ୍ନତିରେ ବାଧା ଆସିଥାଏ।

ଦୀପକୁ କେବେବି ପାଟିରେ ଫୁଙ୍କି କରି ଲିଭାନ୍ତୁ ନାହିଁ।

ଘରେ ଜୂତା ଚପଲ ଓଲଟା ପଡ଼ିଥିଲେ ତାକୁ ଶୀଘ୍ର ଠିକ କରି ରଖନ୍ତୁ। କାରଣ ଓଲଟା ଜୂତା ଚପଲକୁ ଅଶୁଭ ମାନାଯାଏ।

ରାତିରେ ଝାଡୁ ପୋଛା ଭୁଲରେ ବି ଲଗାଇବେ ନାହିଁ।

ମା ବାପାଙ୍କ ଅପମାନ କରିବେ ନାହିଁ। କୌଣସି ବି ଗରିବ ଲୋକଙ୍କର ମଜାକ ଉଡାନ୍ତୁ ନାହିଁ। ନଚେତ ତାର ଯେଉଁ ଆଖିରୁ ଲୁହ ବାହାରିବ ତାହା ଆପଣଙ୍କ ଉପରେ ପଡିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *