Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ପ୍ରକାରର ଲୋକଙ୍କ ଘରେ ସର୍ବଦା ଦାରିଦ୍ର୍ୟତା ଗ୍ରାସ କରିଥାଏ। ଏମାନଙ୍କ ଉପରେ କେବେବି ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହିଁ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଗ୍ରନ୍ଥ ଆମକୁ ଅନେକ ଭଲ କଥା ଶିଖାଇ ଥାଏ, ଯାହା ଏବେ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ଲାଗୁ ହୋଇ ଆସୁଛି। ମହାଭାରତର ମହାତ୍ମା ବିଦୁର ଧୃତରାଷ୍ଟ୍ରଙ୍କର ସାନ ଭାଇ ଥିଲେ। ଏହାସହିତ ସେ ହସ୍ତିନାପୁରର ମହମନ୍ତ୍ରୀ ମଧ୍ୟ ଥିଲେ। ସେ ସର୍ବଦା ଧର୍ମ ବିଷୟରେ ଆଲୋଚନା କରିଥିଲେ ଓ ଧର୍ମ ପ୍ରେରଣା ମଧ୍ୟ ଦେଉଥିଲେ। ଏହାସହିତ ସେ ଶକୁନି ଓ ଦୁର୍ଯ୍ୟୋଧନଙ୍କ ସମସ୍ତ କଥାକୁ ବିରୋଧ କରୁଥିଲେ। ମହାତ୍ମା ବିଦୁର କୁରୁକ୍ଷେତ୍ରରେ ଯୁଦ୍ଧ ପୂର୍ବରୁ ଧୃତରାଷ୍ଟ୍ରଙ୍କୁ ଜୀବନ ପରିବର୍ତ୍ତନର ଅନେକ ସୂତ୍ର କହିଥିଲେ, କାହାକୁ ବିଦୁର ନୀତି ମଧ୍ୟ କୁହାଯାଏ। ସେଥିମଧ୍ୟରେ ଘରର ପରିବେଶ ବିଷୟରେ ମଧ୍ୟ କୁହାଯାଇଛି। କେଉଁ ଲୋକଙ୍କ ଘରେ ଧନସମ୍ପତ୍ତି ଓ ସୁଖଶାନ୍ତି ବାସ କରି ନଥାଏ, ଏଭଳି ଲୋକେ ସର୍ବଦା ଦାରିଦ୍ର୍ୟତା ମଧ୍ୟରେ ରହିଥାନ୍ତି। ଆସନ୍ତୁ ଜାଣିବା।

ଅପରିଷ୍କାର ପରିବେଶରେ :-

ବିଦୁରଙ୍କ ନୀତି ଅନୁସାରେ ଯଦି ଘରର ପରିବେଶ ସର୍ବଦା ଅଳିଆ, ଆବର୍ଜ୍ଜନା ଓ ଅପରିଷ୍କାର ରହେ, ତାହେଲେ ସେଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେହି ଘର ଠାରୁ ଦେବୀ ଲକ୍ଷ୍ମୀ ଦୂରେଇ ରହିଥାନ୍ତି। ଏହାସହିତ ସେହି ଘରର ଲୋକଙ୍କୁ ସର୍ବଦା ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିଥାଏ। ଘରର ବାତାବରଣ ଶୋଚନୀୟ ହୋଇଯାଏ। ତେଣୁ ନିଜ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ।

ବୃଦ୍ଧ ଲୋକଙ୍କର ଅପମାନ ହେଉଥିବା ସ୍ଥାନରେ :-

ବିଦୁର ନୀତି ଅନୁସାରେ ଯେଉଁଠାରେ ବୃଦ୍ଧ ଲୋକଙ୍କର ସମ୍ମାନ ହୋଇଥାଏ ବା ଅପମାନ କରାଯାଇଥାଏ, ସେଠାରେ କେବେବି ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି। ଏହାସହିତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ପରିବାର ଲୋକଙ୍କୁ ଦଣ୍ଡ ଦେଇ ଥାନ୍ତି। ଯେଉଁଠାରେ ବୃଦ୍ଧ ଲୋକଙ୍କର ସମ୍ମାନ ହୋଇଥାଏ, ସେଠାକାର ପରିବେଶ ସୁଖମୟ ରହିଥାଏ ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ଠକମାନେ ରହୁଥିବା ସ୍ଥାନରେ :-

ଯେଉଁ ଘରର ଲୋକେ ଠକ ପ୍ରକୃତିର ହୋଇଥାନ୍ତି ବା ପରିଶ୍ରମ କରିବାକୁ ପସନ୍ଦ କରନ୍ତି ନାହିଁ। ସେହି ଘରେ କେବେବି ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି। ସେହି ଲୋକମାନେ ସର୍ବଦା ନିଜ ସ୍ବପ୍ନ ରାଜ୍ୟରେ ବୁଲୁଥାନ୍ତି ଓ କର୍ମମଠ ହୋଇଥାନ୍ତି।ଏହାସହିତ ଏମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରି ନଥାନ୍ତି। ଏମାନେ ଅନ୍ୟମାନଙ୍କ ଧନସମ୍ପତ୍ତି ଉପରେ ଆଶା ରହିଥାଏ। ତେଣୁ ଏମାନଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ।

ଯେଉଁଠାରେ ନାସ୍ତିକ ଲୋକ ରହିଥାନ୍ତି :-

ବିଦୁର ନୀତି ଅନୁସାରେ ଯେଉଁ ଘରର ଲୋକଙ୍କର ଈଶ୍ବରଙ୍କ ପ୍ରତି ଆସ୍ଥା ନଥାଏ, ସେହି ଘରର ଲୋକଙ୍କର କେବେବି ଉନ୍ନତି ହୋଇ ନଥାଏ। ସେମାନେ ଜୀବନରେ ଯେତେ ପରିଶ୍ରମ କଲେ ମଧ୍ୟ କେବେବି ଆଶାନୁରୂପ ସଫଳତା ହାସଲ କରି ପାରନ୍ତି ନାହିଁ। ଯିଏ ଈଶ୍ୱରଙ୍କୁ ବିଶ୍ୱାସ କରେ ଓ ଈଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦେଇଥାଏ, ସେ ଜୀବନରେ ଧନବାନ ହେବା ସହିତ ସୁଖୀ ଜୀବନ ଅତିବାହିତ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *