Excuse Me Odisha

ଯାହା କହିବୁ ସତ କହିବୁ

ହଜାରେ ଲୋକଙ୍କ ମଧ୍ୟରେ କୌଣସି ଜଣେ ବ୍ୟକ୍ତିର ହାତରେ ଥାଏ ଏହି ବିଶେଷ ରେଖା, ଆଉ ତାଙ୍କୁ ମିଳିଥାଏ ଅପାର ଧନସମ୍ପତ୍ତି ! ଜାଣନ୍ତୁ ଏହି ରେଖାର …

ସେୟାର୍ କରନ୍ତୁ

ସମସ୍ତଙ୍କ ହାତରେ ଅନେକ ରେଖା, ଆକୃତି ଓ ଚିହ୍ନ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ଭାଗ୍ୟ, ଭବିଷ୍ୟତ ଓ ବ୍ୟକ୍ତିତ୍ଵ ବିଷୟରେ ଜଣା ପଡ଼ିଥାଏ। କହିବାକୁ ଗଲେ ହାତର କିଛି ରେଖା ଅତ୍ୟନ୍ତ ଶୁଭ ହୋଇଥାଏ, ଯାହାଦ୍ଵାରା ଭାଗ୍ୟ ପରିବର୍ତ୍ତନ ହୋଇଯାଏ।

ହସ୍ତରେଖା ଶାସ୍ତ୍ରରେ ହାତର ରେଖା, ଆକୃତି, ଚିହ୍ନକୁ ଆଧାର କରି ବ୍ୟକ୍ତିର ବ୍ୟକ୍ତିର ସ୍ଵଭାବ, ବ୍ୟବହାର, ଭବିଷ୍ୟତ ବିଷୟରେ ଗଣନା କରାଯାଇଥାଏ। ବ୍ୟକ୍ତିର ଆର୍ଥିକ ସ୍ଥିତି, କ୍ୟାରିୟର, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ପରିବାର ବିଷୟରେ ମଧ୍ୟ ସୂଚନା ମିଳିଥାଏ। ହସ୍ତ ରେଖା ଶାସ୍ତ୍ରରେ କିଛି ରେଖା ଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି।

ଯେପରି ହୃଦୟ ରେଖା, ବିବାହ ରେଖା, ଜୀବନ ରେଖା, ଭାଗ୍ୟ ରେଖା। ଏହି ରେଖା ଗୁଡ଼ିକର ସ୍ଥିତି ଯୋଗୁଁ ବ୍ୟକ୍ତିକୁ ଶୁଭ ବା ଅଶୁଭ ପରିଣାମ ମିଳିଥାଏ।କିଛି ଶୁଭ ରେଖା ସମସ୍ତଙ୍କ ହାତରେ ରହି ନଥାଏ। ଆଜି ଆମେ ଆପଣଙ୍କୁ ଭାଗ୍ୟ ରେଖା ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ। ଯେଉଁ ଲୋକଙ୍କ ହାତରେ ଭାଗ୍ୟ ରେଖା ଶୁଭ ସ୍ଥିତିରେ ରହିଥାଏ, ସେହି ଲୋକ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ଏବଂ ଏମାନଙ୍କ ଭାଗ୍ୟ ବଦଳି ଯାଇଥାଏ।

ଏହି ଭାଗ୍ୟରେଖା ବଦଳାଇ ଦେଇଥାଏ ଜୀବନ :-

ହାତର ତଳ ଭାଗରେ ମଧ୍ୟମା ଆଙ୍ଗୁଳିର ତଳେ ଶନି ପର୍ବତ ପର୍ଯ୍ୟନ୍ତ ଯେଉଁ ରେଖା ଆସିଥାଏ, ତାହାକୁ ଭାଗ୍ୟରେଖା କୁହାଯାଏ।ଯଦି ରେଖା ମଣିବନ୍ଧରୁ ଆରମ୍ଭ ହୋଇ ସିଧା ଶନି ପର୍ବତ ପର୍ଯ୍ୟନ୍ତ ଆସିଲେ ବା ମଧ୍ୟମା ଆଙ୍ଗୁଳିର ମୂଳ ପର୍ଯ୍ୟନ୍ତ ଆସିଲେ, ତାହାକୁ ବହୁତ ଶୁଭ ମାନା ଯାଇଥାଏ। ଏହି ରେଖା ଗଭୀର ଥିଲେ, ବ୍ୟକ୍ତିକୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ମାନସମ୍ମାନ ବୃଦ୍ଧି ହୋଇଥାଏ।

– ଯଦି ଭାଗ୍ୟ ରେଖା ଚନ୍ଦ୍ର କ୍ଷେତ୍ରରେ ଆରମ୍ଭ ହୋଇ ଶନି ପର୍ବତ ପର୍ଯ୍ୟନ୍ତ ଯାଏ, ତାହେଲେ ବ୍ୟକ୍ତିକୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ଏଭଳି ଲୋକେ ବହୁତ ଲୋକପ୍ରିୟ ହେବା ସହିତ ସମାଜରେ ଏମାନଙ୍କର ମାନସମ୍ମାନ ବୃଦ୍ଧି ହୋଇଥାଏ। ଏମାନେ ବହୁତ ଧନସମ୍ପତ୍ତିର ଅଧିକାରୀ ହୋଇଥାନ୍ତି।

– ଯେଉଁ ଲୋକଙ୍କର ହାତର ଭାଗ୍ୟ ରେଖା ଜୀବନ ରେଖାରୁ ଆରମ୍ଭ ହୋଇ ଶନି ପର୍ବତ ପର୍ଯ୍ୟନ୍ତ ଯାଇ ଥିବ, ସେମାନଙ୍କ ଜୀବନରେ କେବେବି ଅର୍ଥର ଅଭାବ ହୋଇ ନଥାଏ। ଏଭଳି ଲୋକେ ଧନବାନ ହୋଇଥାନ୍ତି। ଏମାନେ ବହୁତ ଧନସମ୍ପତ୍ତିର ଅଧିକାରୀ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *