Excuse Me Odisha

ଯାହା କହିବୁ ସତ କହିବୁ

ପୂଜାସ୍ଥଳରେ ରଖନ୍ତୁ ଦେବୀ ଲକ୍ଷ୍ମୀଙ୍କର ଏହି ଶଙ୍ଖ, ଦୂର ହୋଇଯିବ ସବୁ ଆର୍ଥିକ ସଙ୍କଟ ! ଜାଣନ୍ତୁ ପୂଜାର ସଠିକ ବିଧି !

ସେୟାର୍ କରନ୍ତୁ

ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଶଙ୍ଖର ଉତ୍ପତ୍ତି ହୋଇଥିଲା। ଶଙ୍ଖକୁ ଦେବୀ ଲକ୍ଷ୍ମୀଙ୍କର ଭାଇ ବୋଲି ମାନା ଯାଇଥାଏ। କୁହାଯାଏ କି ଶଙ୍ଖକୁ ସଠିକ ବିଧିରେ ପୂଜାର୍ଚ୍ଚନା କଲେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ। ଆସନ୍ତୁ ଶଙ୍ଖ ସହିତ ଜଡ଼ିତ କିଛି ବାସ୍ତୁ ନିୟମ ଗୁଡ଼ିକ ବିଷୟରେ ଜାଣିବା।

ହିନ୍ଦୁଧର୍ମରେ ଶଙ୍ଖକୁ ବିଶେଷ ମହତ୍ତ୍ଵ ଦିଆଯାଇଥାଏ। ମାନ୍ୟତା ରହିଛି କି ପୂଜା ସ୍ଥଳରେ ଶଙ୍ଖକୁ ପୂଜା କରିବା ଦ୍ୱାରା ଶତ୍ରୁ ମାନଙ୍କର ନାଶ ହୋଇଥାଏ ଏବଂ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖକୁ ପୂଜା ଘରେ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ। କାରଣ ସମୁଦ୍ରର ରାଜା ହେଉଛନ୍ତି ଦେବୀ ଲକ୍ଷ୍ମୀଙ୍କର ପିତା ଓ ଶଙ୍ଖକୁ ଦେବୀ ଲକ୍ଷ୍ମୀଙ୍କର ଭାଇ ବୋଲି ମାନା ଯାଇଥାଏ। ତେଣୁ କୁହାଯାଏ କି ଯେଉଁଠାରେ ଶଙ୍ଖକୁ ପୂଜା କରାଯାଏ, ସେଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ହିନ୍ଦୁଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଶଙ୍ଖର ବ୍ୟବହାର କରାଯାଇଥାଏ। ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ୧୪ ଗୋଟି ରତ୍ନର ପ୍ରାପ୍ତି ହୋଇଥିଲା।ସେଥିମଧ୍ୟରୁ ଶଙ୍ଖ ଅନ୍ୟତମ। କହିବାକୁ ଗଲେ ଦକ୍ଷିଣାବର୍ତ୍ତି ଶଙ୍ଖକୁ ସବୁଠାରୁ ଶ୍ରେଷ୍ଠ ମାନା ଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଘରେ ଦକ୍ଷିଣାବର୍ତ୍ତି ଶଙ୍ଖକୁ ରଖିବା ପାଇଁ ଉପଦେଶ ଦିଆଯାଇଛି। ଘରେ ଶଙ୍ଖ ରଖିବା ଦ୍ୱାରା ଧନଧାନ୍ୟ ବୃଦ୍ଧି ହେବା ସହିତ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

କିପରି ହୋଇଥାଏ ଦକ୍ଷିଣାବର୍ତ୍ତି ଶଙ୍ଖ :-

ଅଧିକାଂଶ ଲୋକଙ୍କ ଘରେ ବାମାବର୍ତ୍ତି ଶଙ୍ଖ ଦେଖିବାକୁ ମିଳିଥାଏ।କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣାବର୍ତ୍ତି ଶଙ୍ଖକୁ ଅତ୍ୟନ୍ତ ଗୁରୁତ୍ବ ମାନା ଯାଇଛି। ବାମାବର୍ତ୍ତି ଶଙ୍ଖର ଦେଖିବାକୁ ଅଲଗା ପ୍ରକାର ହୋଇଥାଏ, ଯେପରି ତରହର ପେଟ ବାମ ପଟକୁ ବାହାରି ଥାଏ। କିନ୍ତୁ ଦକ୍ଷିଣାବର୍ତ୍ତି ଶଙ୍ଖର ପେଟ ଡାହାଣ ପଟକୁ ରହିଥାଏ। ଏହାକୁ କାନ ପାଖରେ ଲଗାଇଲେ ଧ୍ଵନୀ ଶୁଣା ଯାଇଥାଏ।

ଏହି ବିଧି ଅନୁସାରେ କରନ୍ତୁ ଶଙ୍ଖର ପୂଜା :-

ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣାବର୍ତ୍ତି ଶଙ୍ଖକୁ ଘରେ ରଖିବାର ଅନେକ ନିୟମ ଗୁଡ଼ିକ ରହିଛି। ଯଦି ଏହି ନିୟମ ଗୁଡ଼ିକୁ ସଠିକ ଭାବରେ ପାଳନ କରାଯିବ ନାହିଁ, ତାହେଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଦକ୍ଷିଣାବର୍ତ୍ତି ଶଙ୍ଖକୁ ଗୋଟେ ଲାଲ ରଙ୍ଗର କପଡ଼ା ଉପରେ ସର୍ବଦା ରଖନ୍ତୁ। ସେଥିରେ ଗଙ୍ଗା ଜଳ ଭରି ସାରି ” ଓଁ ଶ୍ରୀ ଲକ୍ଷ୍ମୀ ସହୋଦରାୟ ନମଃ ” ମନ୍ତ୍ରଟି ଜପ କରନ୍ତୁ। ତାପରେ ଶଙ୍ଖକୁ ଲାଲ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ ଏହି ଶଙ୍ଖକୁ ବିଶେଷ ରୂପରେ ପୂଜାର୍ଚ୍ଚନା କରନ୍ତୁ।

ଜାଣନ୍ତୁ ଦକ୍ଷିଣାବର୍ତ୍ତି ଶଙ୍ଖର ମହତ୍ତ୍ଵ :-

କୁହାଯାଏ କି ଘରେ ଦକ୍ଷିଣାବର୍ତ୍ତି ଶଙ୍ଖ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ କୃପା ପ୍ରାପ୍ତ ହୋଇଥାଏ। ଏହାସହିତ ଦକ୍ଷିଣାବର୍ତ୍ତି ଶଙ୍ଖକି ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ଘରେ କେବେବି ଆର୍ଥିକ ସଙ୍କଟ ଦେଖା ଦେଇ ନଥାଏ। ଘରର ସୁଝ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହି ଶଙ୍ଖର ଧ୍ଵନୀ ଯୋଗୁଁ ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *