Excuse Me Odisha

ଯାହା କହିବୁ ସତ କହିବୁ

ଏ ହେଉଛି ନନ୍ଦୀ କାନରେ କହିବାର ସଠିକ ଉପାୟ, ଖୁବ୍ ଶୀଘ୍ର ହୋଇଥାଏ ମନସ୍କାମନା ପୂରଣ।

ସେୟାର୍ କରନ୍ତୁ

ସାରା ଦୁନିଆରେ ଭଗବାନ ଶିବଙ୍କର ଅନେକ ଭକ୍ତ ରହିଛନ୍ତି। ଆପଣ ମାନେ ଜାଣିଥିବେ କି ପ୍ରାୟତଃ ଅଧିକାଂଶ ସ୍ଥାନରେ ଭଗବାନ ଶିବଙ୍କର ମନ୍ଦିର ସ୍ଥାପିତ ହୋଇଛି। ଏହି ମନ୍ଦିରରେ ନିଶ୍ଚିତ ଭାବରେ ଭଗବାନ ଶିବଙ୍କର ପ୍ରିୟ ଭକ୍ତ ଓ ବାହନ ନନ୍ଦୀ ରହିଥାଏ। ଶାସ୍ତ୍ର ଅନୁସାରେ ନନ୍ଦୀ କାନରେ ମନର ଇଚ୍ଛାକୁ କହିବା ଦ୍ୱାରା ତାହା ସିଧାସଳଖ ଭଗବାନ ଶିବଙ୍କ ପାଖକୁ ପହଞ୍ଚି ଯାଏ ବୋଲି କୁହାଯାଇଛି। ଏହାସହିତ ଖୁବ୍ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ। ନନ୍ଦୀର କାନରେ କହିବାର ଏକ ସଠିକ ଉପାୟ ରହିଛି। ସେହି ଉପାୟ ଗୁଡ଼ିକୁ ଅନୁସରଣ କଲେ ଭଗବାନ ଶିବଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ।

ନନ୍ଦୀର ପୂଜା କରନ୍ତୁ :-

ନନ୍ଦୀର କାନରେ ନିଜର ମନସ୍କାମନା କହିଲେ ଓ ବିଧି ଅନୁସାରେ ପୂଜାର୍ଚ୍ଚନା କଲେ, ସବୁ ମନସ୍କାମନା ପୂରଣ ହୋଇଥାଏ। ପୂଜା ଶେଷ ହେବା ପରେ ଆପଣ ନନ୍ଦୀ କାନରେ ନିଜର ଇଚ୍ଛା ବିଷୟରେ କହି ପାରିବେ। ନିଜ ଇଚ୍ଛା ବିଷୟରେ କହିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି କେହି ଆପଣଙ୍କ ମନସ୍କାମନା ବିଷୟରେ ଜାଣି ନ ପାରିବେ। ଏହାପରେ ନନ୍ଦୀଙ୍କୁ ଭୋଗ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଇଚ୍ଛା ଭଗବାନ ଶିବ ଶଙ୍କର ଖୁବ୍ ଶୀଘ୍ର ପୂରଣ କରି ଦେବେ ଏବଂ ଆପଣଙ୍କୁ ସବୁ ଦୁଃଖକଷ୍ଟରୁ ଉଦ୍ଧାର କରିବେ।

କୌଣସି ଭୁଲ ମନସ୍କାମନା ମାଗନ୍ତୁ ନାହିଁ :-

ଆପଣ ନନ୍ଦୀଙ୍କ କାନରେ ନିଜ ମନସ୍କାମନା କହିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ କି ଆପଣଙ୍କର କୌଣସି ଇଚ୍ଛା ଖରାପ ସଙ୍ଗତ ହେବା ଉଚିତ ନୁହେଁ। ଅର୍ଥାତ କୌଣସି ଖରାପ ଜିନିଷ ବା ଅନ୍ୟର ଖରାପ ଚିନ୍ତା କରି କିଛି ମାଗିବା ଦ୍ୱାରା ଭଗବାନ ଶିବ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଆପଣଙ୍କର ଲାଭ ହେବା ବଦଳରେ ଆପଣଙ୍କ ଜୀବନ ଦୁଃଖକଷ୍ଟରେ ଭରି ଯିବ।

ନନ୍ଦୀ ପାଖରେ ଦୀପ ପ୍ରଜ୍ବଳନ କରନ୍ତୁ :-

କୁହାଯାଏ କି ଭଗବାନ ଶିବଙ୍କ ପୂଜା ତାଙ୍କ ପ୍ରିୟ ଭକ୍ତ ନନ୍ଦୀ ବିନା ଅଧୁରା ଅଟେ। ଏଥିପାଇଁ ଆପଣ ଯେତେବେଳେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରୁଛନ୍ତି, ତାପରେ ନିଶ୍ଚିତ ଭାବରେ ନନ୍ଦୀଙ୍କୁ ପୂଜା କରନ୍ତୁ। ନନ୍ଦୀଙ୍କ କାନରେ ନିଜ ମନସ୍କାମନା କହିବା ପୂର୍ବରୁ ପ୍ରଥମେ ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣଙ୍କର ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଥାଏ।

ଏହି କାରଣରୁ ନନ୍ଦୀଙ୍କ କାନରେ କୁହାଯାଏ ମନସ୍କାମନା :-

ଆପଣ ମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଆପଣ ସିଧାସଳଖ ଭଗବାନ ଶିବଙ୍କୁ କାହିଁକି ନିଜ ମନସ୍କାମନା କହି ପାରିବେ ନାହିଁ? ଏହାସହିତ ନନ୍ଦୀଙ୍କ କାନରେ ନିଜ ଅଭିଳାଷା କହିଲେ କାହିଁକି ଭଗବାନ ଶିବ ଶୀଘ୍ର ଶୁଣି ଥାଆନ୍ତି? ଏହାର କାରଣ ହେଉଛି ଭଗବାନ ଶିବ ସର୍ବଦା ତପସ୍ୟାରେ ଲୀନ ରହିଥାନ୍ତି। ତାଙ୍କ ତପସ୍ୟାରେ କୌଣସି ବାଧା ସୃଷ୍ଟି ନହେବା ପାଇଁ ସମସ୍ତ ଭକ୍ତଙ୍କ ମନସ୍କାମନା ନନ୍ଦୀ ଶୁଣିଥାନ୍ତି। ଏହାପରେ ନନ୍ଦୀ ସମସ୍ତଙ୍କ ମନର ଇଚ୍ଛା ବିଷୟରେ ଭଗବାନ ଶିବଙ୍କୁ କହିଥାନ୍ତି। ସେଥିପାଇଁ ଖୁବ୍ ଶୀଘ୍ର ଭଗବାନ ଶିବ ଫଳ ପ୍ରଦାନ କରିଥାନ୍ତି।।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *