Excuse Me Odisha

ଯାହା କହିବୁ ସତ କହିବୁ

ଏହି ୨ ଟି କାମ କଲେ ମିଳିବ ସମ୍ପୂର୍ଣ୍ଣ ଫଳ ! ପୂଜାପାଠ କରିବାର ଆବଶ୍ୟକତା ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୨ ଟି କାମ କଲେ ମିଳିବ ସମ୍ପୂର୍ଣ୍ଣ ଫଳ ପୂଜାପାଠ କରିବାର ଆବଶ୍ୟକତା ନାହିଁ

ଭବିଷ୍ୟ ପୁରାଣ ଅନୁସାରେ ମହାଭାରତର ଯୁଦ୍ଧ ସମାପ୍ତି ପରେ ମହାରାଜ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ। ଯଦି କୌଣସି ମନୁଷ୍ୟ ଜୀବନ ସାରା କୌଣସି ବି ପୁଣ୍ୟର କାମ କରିନଥିବ କୌଣସି ପୂଜାପାଠ କରିନଥିବ ଏବଂ ତାର ମୃତ୍ୟୁ ହୋଇଯିବ ତ ତାକୁ ମୁକ୍ତି କେମିତି ମିଳିବ।

ଯେଉଁ ମନୁଷ୍ୟଙ୍କର ପୁତ୍ର ନଥିବ କିମ୍ବା ଯେଉଁ ପୁତ୍ର ନିଜର ମାତା ପିତାଙ୍କୁ ତ୍ୟାଗ କରି ଦେଇଥିବ ଏମିତି ମନୁଷ୍ୟଙ୍କ ଶ୍ରାଦ୍ଧ କିଏ କରିବ ତାକୁ ମୃତ୍ୟୁ ପରେ ଶାନ୍ତିକେମିତି ପ୍ରାପ୍ତ ହେବ। ଯୁଧିଷ୍ଠିର ପଚାରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବହୁତ ହିଁ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ଆସନ୍ତୁ ଜାଣିନେବା ଭଗବାନ ଶ୍ରୀକୃଷ୍ଣ କଣ କହିଥିଲେ।

ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେଉଁ ମନୁଷ୍ୟ ମୃତ୍ୟୁ ପୂର୍ବରୁ ଏହି ୨ଟି ସାଧାରଣ କାମ କରିଥାଏ ସେ ସର୍ବ ପାପରୁ ମୁକ୍ତି ହୋଇଯାଇଥାଏ ଆଉ ସେ ନିଜର ସମସ୍ତ ପିତୃଙ୍କୁ ଉଦ୍ଧାର କରିଦେଇଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ସଂସାରରେ ମନୁଷ୍ୟଙ୍କର କର୍ମ ବ୍ୟତୀତ ତାର ନିଜର କିଛି ନାହିଁ ପରମାତ୍ମା ପ୍ରାପ୍ତ ଶରୀର ବି ତାର ନୁହେଁ ପରମାତ୍ମାଙ୍କ ଇଛା ଅନୁସାରେ ବଦଳି ଥାଏ। ସେ ବାଲ୍ୟାବସ୍ଥାରୁ ବୃଦ୍ଧାବସ୍ଥାକୁ ଯାଇଥାଏ। ଏହାକୁ ମନୁଷ୍ୟ ଅଟକାଇ ପାରିନଥାଏ। ଏଥିପାଇଁ ପରମାତ୍ମାଙ୍କ ପ୍ରାପ୍ତ ଶରୀର ଉପରେ କେବେବି ଗର୍ବ କରିବା ଉଚିତ ନୁହେଁ।

ଏହି ଶରୀର କେବଳ କର୍ମ କରିବା ପାଇଁ ମିଳିଛି। ଏହାର ଦୁରପଯୋଗ କଲେ କଷ୍ଟ ଭୋଗିବାକୁ ପଡିଥାଏ ଏବଂ ଯଦି ଏହି ଶରୀରର ସଦୁପଯୋଗ କରାଯାଏ ଭଲ କର୍ମ କରାଯାଏ ତେବେ ସଦଗତି ପ୍ରାପ୍ତ ହୋଇଥାଏ। ମନୁଷ୍ୟଙ୍କୁ ଉପସ୍ଥିତ ଏହି ସଂସାରର କିଛି ବି ବସ୍ତୁକୁ ନିଜର ବୋଲି ଭାବିବା ଉଚିତ ନୁହେଁ ସବୁକିଛି ପରମାତ୍ମାଙ୍କର ଭାବି କର୍ମ କରିବା ଉଚିତ। ଯିଏ ଏହି ସଂସାରର ବସ୍ତୁକୁ ନିଜର ମାନି କରି ଏଥିରେ ଆସକ୍ତି ହୋଇଥାଏ ସେ ସର୍ବଦା ଦୁଃଖ ପାଇଥାଏ। ଯଦି ମନୁଷ୍ୟ ଜୀବନରେ ଏହି ୨ ଟି ସାଧାରଣ କରିବ ତେବେ ସେ ଜୀବନରେ ପୂଜାପାଠ କରିନଥିଲେ ମଧ୍ୟ କୌଣସି ବି ସମସ୍ୟା ନାହିଁ ସେ ଭଲ କାମ କରିଥାଉ କିମ୍ବା ଖରାପ କାମ କରିଥାଉ ସେ ସବୁ ପାପରୁ ମୁକ୍ତି ପାଇଯାଇଥାଏ

କିଛି ମନୁଷ୍ୟ ଜୀବନସାରା ପୂଜାପାଠ କରି ବି ଯାହା ପ୍ରାପ୍ତ କରି ପାରିନଥାଏ ଯେଉଁ ମନୁଷ୍ୟ ଯଜ୍ଞ କରିବି ପ୍ରାପ୍ତ କରି ପାରିନଥାଏ ଯେଉଁମାନେ ଅନେକ ବର୍ଷରୁ ତପସ୍ୟା କରିବା ପରେ ବି ପ୍ରାପ୍ତ କରି ପାରିନଥାଏ ସେ ମନୁଷ୍ୟ କେବଳ ୨ ଟି କାମ କରି ପ୍ରାପ୍ତ କରି ପାରିଥାଏ। ମନୁଷ୍ୟଙ୍କୁ ପୁଣ୍ୟ କର୍ମ କରିବାର ଅନେକ ଅବସର ପ୍ରାପ୍ତ ହୋଇଥାଏ ସେ ଦାନ ଧର୍ମ କରିଥାଏ ଅନ୍ୟର ସହାୟତା କରିଥାଏ କିନ୍ତୁ ମୃତ୍ୟୁ ପରେ ତାର ଶ୍ରାଦ୍ଧ କରିବା ଲୋକ କେହି ନଥିଲେ ତାକୁ ମୁକ୍ତି ମିଳିନଥାଏ।

ଯଦି ତାଙ୍କର ସନ୍ତାନ ଦୁଷ୍ଟ ହୋଇଥିବେ ଯେଉଁମାନେ ନିଜର ମାତା ପିତାଙ୍କର କେବେବି ଶ୍ରାଦ୍ଧ କରିନଥିବେ ସେ ସନ୍ତାନ ମହାପାପୀ ହୋଇଥାଏ ଏବଂ ସେ ନିଜର ସବୁ ମିତ୍ରଙ୍କ ସହିତ ନର୍କକୁ ଯାଇଥାଏ କିନ୍ତୁ ଯଦି କୌଣସି ମନୁଷ୍ୟ ଏହି ୨ ଟି କାମ କରିନେବ ତ ସହଜରେ ତାକୁ ମୁକ୍ତି ମିଳିଯିବ ତାକୁ କେହି ଶ୍ରାଦ୍ଧ ଦେବା ସନ୍ତାନ ଥାଉ କି ନଥାଉ ସେ ମନୁଷ୍ୟ ମୁକ୍ତି ପାଇଯାଇଥାଏ। ଏହି ୨ ଟି କର୍ମ ତାକୁ ୧୦୦ କୋଟି ବର୍ଷ ତପସ୍ୟା ସହିତ ସମାନ ହୋଇଥାଏ। ତାର ମୃତ୍ୟ ପରେ ବି ଏହି ୨ ଟି କର୍ମ ତାର ସାଥ ଛାଡେନାହିଁ। ଆସନ୍ତୁ ଜାଣିବା ସେହି ୨ ଟି କାମ କଣ କଣ।

ପ୍ରଥମ କାମ। ଜଳାଶୟର ନିର୍ମାଣ। ପ୍ରଥମ କର୍ମ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯେଉଁ ମନୁଷ୍ୟ ଜଳାଶୟର ନିର୍ମାଣ କରିଥାଏ ଅଥବା କୌଣସି ଜଳାଶୟର ନିର୍ମାଣ ପାଇଁ ଅଳ୍ପ ଦାନ କରିଥାଏ କିମ୍ବା ନିଜର କ୍ଷମତା ଅନୁସାରେ ଜଳାଶୟର ନିର୍ମାଣ ପାଇଁ ଶ୍ରମ ଦାନ କରିଥାଏ ସେ ଏହି ପୁଣ୍ୟ କର୍ମର ପ୍ରଭାବରୁ ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କ ସମାନ କାନ୍ତିମୟ ବିମାନରେ ବସି ଦିବ୍ୟଲୋକକୁ ଯାଇଥାଏ। ଜଳାଶୟର ଆଦି କ୍ଷୁଦା ଯୋଗୁ ଯାହାର ମୃତ୍ୟୁ ହୋଇଥାଏ ତାଙ୍କୁ ବି ଉତମ ଗତି ମିଳିଥାଏ। ଗାଈର ଶରୀରରେ ଯେତେବି ରୋମ ଅଛି ସେତିକି ଦିବ୍ୟ ବର୍ଷ ପର୍ଯ୍ୟନ୍ତ ଜଳାଶୟର ନିର୍ମାଣ କରିବା ଲୋକ ସ୍ଵର୍ଗରେ ନିବାସ କରିଥାନ୍ତି।

ଯଦି ତାଙ୍କର ପିତୃ ଦୁର୍ଗତିକୁ ପ୍ରାପ୍ତ ହୋଇଥିବେ ତ ତାଙ୍କର ବି ଉଧାର କରି ନେଇଥାଏ। ସବୁ ପିତୃଗଣ ଏହି କଥା ଗାଇ ଥାନ୍ତି କି ଦେଖ ଆମର କୂଳରେ ଏକ ଧର୍ମତ୍ମା ପୁତ୍ର ଜନ୍ମ ହୋଇଛି ଯିଏ ଜଳାଶୟର ନିର୍ମାଣ କରି ପ୍ରତିଷ୍ଠା ପ୍ରାପ୍ତ କରିଛି ଯାହାର ପାଣି ପିଇ ଗାଈ ତୃପ୍ତ ହେଉଛି। ସେହି ଜଳାଶୟକୁ ନିର୍ମାଣ କରିବା ଲୋକର ୭ କୁଳର ଉଧାର ହୋଇଥାଏ। ଲ ତାର ମୃତ୍ୟୁ ପରେ ବି ଜଳାଶୟ ୧୦୦ କୋଟି ଜୀବଙ୍କୁ ତୃପ୍ତ କରି ତାର ପୁଣ୍ୟ ଜଳାଶୟ ନିର୍ମାଣ କରିବା ଲୋକଙ୍କୁ ମିଳିଥାଏ। ଯଦି ମୃତ୍ୟ ପରେ ବି ଶ୍ରାଦ୍ଧ ବି ନହେବ ତେବେ ମଧ୍ୟ ସେହି ମନୁଷ୍ୟ ମୁକ୍ତି ପାଇଯିବ କାରଣ ସେହି ଜଳାଶୟ ଦ୍ୱାରା ହିଁ ତାର ଶ୍ରାଦ୍ଧ ହୋଇଯାଏ।

ଦିତୀୟରେ ବୃକ୍ଷ ରୋପଣ କରିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଅନ୍ୟଟି ପୁଣ୍ୟର କାମ ହେଉଛି ବୃକ୍ଷରୋପଣ କରିବା। ଯେଉଁବି ମନୁଷ୍ୟ ବୃକ୍ଷ ରୋପଣ କରିଥାଏ ସେ ମହା ପୁଣ୍ୟ ପ୍ରାପ୍ତ କରିଥାଏ। ମୃତ୍ୟୁ ପରେ ଯଦି ତାର ପୁତ୍ର ବି ଶ୍ରାଦ୍ଧ ନକରେ ତେବେ ସେହି ବୃକ୍ଷ ଅନେକ ବର୍ଷ ପର୍ଯ୍ୟନ୍ତ ପଶୁପକ୍ଷୀ ଏବଂ ପ୍ରାଣୀ ମାନଙ୍କୁ ଛାୟା ଫଳ ଫୁଲ ଇତ୍ୟାଦିର ଦାନ କରି ସେହି ବୃକ୍ଷକୁ ଲଗେଇବା ଲୋକର ଶ୍ରାଦ୍ଧ କରିଥାଏ। ଏଥିପାଇଁ ବୃକ୍ଷ ରୋପଣ କରିବା ଲୋକର ମୁକ୍ତି ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *