Excuse Me Odisha

ଯାହା କହିବୁ ସତ କହିବୁ

ଧନସମ୍ପତ୍ତି ଓ ଉନ୍ନତି ଲାଭ କରିବା ପାଇଁ ବାସ୍ତୁ ଶାସ୍ତ୍ରର ଏହି ଉପାୟ ଗୁଡ଼ିକୁ ଆପଣାନ୍ତୁ ଏବଂ ତତକ୍ଷଣାତ୍ ସୁଫଳ ପାଆନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ସମସ୍ତଙ୍କର ସୁଖସୁବିଧାରେ ରହିବା ପାଇଁ ଇଚ୍ଛା ଆଶା ରହିଥାଏ। କିନ୍ତୁ କଠିନ ପରିଶ୍ରମ କରି ମଧ୍ୟ ମନୁଷ୍ୟକୁ ଆଶାନୁରୂପ ସଫଳତା ମିଳି ପାରି ନଥାଏ ଓ ହାତରେ ଯଥେଷ୍ଟ ପରିମାଣରେ ଟଙ୍କା ରହି ନଥାଏ । ତେବେ ଏହାର ଅର୍ଥ ଆପଣଙ୍କ ଘରେ ବାସ୍ତୁ ଦୋଷ ଭଳି ସମସ୍ୟା ରହିଛି।

ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶସ୍ତ୍ରକୁ ଗୁରୁତ୍ଵ ମାନା ଯାଉଛି।କହିବାକୁ ଗଲେ ଘରର ବାସ୍ତୁ ଠିକ ରହିଲେ, ଧନସଂପତ୍ତି ବୃଦ୍ଧି ହେବା ସହିତ ଘରେ ସୁଖଶାନ୍ତି ବିରାଜମାନ କରିଥାଏ।କାରଣ ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ, ସେଠାରେ କେବେ ମଧ୍ୟ ଉନ୍ନତି ହୁଏ ନାହିଁ। ଘରର ବାସ୍ତୁ ଦୋଷ ଠିକ କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଘରର ମୁଖ୍ୟ ଦୁଆର ସାମ୍ନାରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ମୁଖ୍ୟ ଦୁଆରରେ ଲାଲ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ ଲଗା ଯାଏ, ତାହେଲେ ଘରେ ସବୁବେଳେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡ଼ିବ ଯେ ସ୍ୱସ୍ଥିକ ଚିହ୍ନ ଲମ୍ବ ୯ ଆଙ୍ଗୁଳି ଓ ପ୍ରସ୍ଥ ୯ ଆଙ୍ଗୁଳି ହେବା ନିହାତି ଆବଶ୍ୟକ ଅଟେ।

– ବାସ୍ତୁ ଦୋଷକୁ ଦୂର କରିବାକୁ ଘରର ମୁଖ୍ୟ ଦୁଆରର ଗୋଟିଏ ପଟରେ ତୁଳସୀ ଗଛ ଲଗାନ୍ତୁ ଓ ଅନ୍ୟ ପଟରେ କଦଳୀ ଗଛ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। ଯାହାଦ୍ଵାରା ଘରେ ଉନ୍ନତି ହେବା ସହିତ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।

– ଘରର ଛାତ ଉପରେ ଗୋଲାକାର ଆଇନା ଲଗାନ୍ତୁ। ଆଇନାକୁ ଏଭଳି ଭାବରେ ଲଗାନ୍ତୁ, ଯେପରି ସମ୍ପୂର୍ଣ୍ଣ ଘରର ଛବି ସେଥିରେ ଆସିବ। ଏହି ଉପାୟ କରିବା ଦ୍ୱାରା ଘରର ବାସ୍ତୁ ଦୋଷ ତୁରନ୍ତ ଦୂର ହୋଇ ଯାଇଥାଏ।ଏହାସହିତ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ।

– ରୋଷେଇ ଘରର ଆଗ୍ନେୟ କୋଣରେ ଲାଇଟ ଲଗାନ୍ତୁ। ସେହି ଲାଇଟ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଜଳାଇବାକୁ ଭୁଲନ୍ତୁ ନାହିଁ।ଏଭଳି କରିବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ। ଏଭଳି କରିବା ଦ୍ୱାରା ଘରର ଉନ୍ନତି ହେବା ସହିତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଘର ଉପରେ ରହିଥାଏ।

– ଶଙ୍ଖ, ଶାମୁକା, ସମୁଦ୍ର ଫେଣ, କଉଡି ଆଦି ଗୋଟେ ଲାଲ କପଡାରେ ବାନ୍ଧି ଘରର ମୁଖ୍ୟ ଦୁଆରରେ ଝୁଲାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ହସଖୁସିର ବାତାବରଣ ସୃଷ୍ଟି ହୋଇଥାଏ।

– ଘରର ମନ୍ଦିରରେ ପ୍ରତ୍ୟେକଦିନ ସକାଳେ ଓ ସନ୍ଧ୍ୟା ସମୟରେ ଘିଅର ଦୀପ ନିଶ୍ଚିତ ଭାବରେ ଲଗାଇବା ଉଚିତ। ଏଭଳି କରିବା ଦ୍ଵାରା ଘରେ ଦେବୀ ଓ ଦେବତାଙ୍କ ବାସ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *