Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନଙ୍କ ସାମ୍ନାରେ ଭାବୁକ ହେବା ଦ୍ୱାରା କଣ ହୋଇଥାଏ ? ଜାଣନ୍ତୁ ଏହାର ରହସ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଜୀବନରେ କେତେବେଳେ ଦୁଃଖ ଆସିଥାଏ ତ ଆଉ କେତେବେଳେ ସୁଖ ଆସିଥାଏ। ଯେତେବେଳେ ଆମ ଜୀବନରେ ବହୁତ କଷ୍ଟ ଆସିଥାଏ, ସେତେବେଳେ ଆମ୍ଭେ ଭଗବାନଙ୍କ ଶରଣ ନେଇ ଥାଉ। ଏହି ଦୁନିଆରେ କିଛି ଏଭଳି ଲୋକ ଅଛନ୍ତି, ଯେଉଁମାନଙ୍କ ପାଟିରୁ କେବେବି ଈଶ୍ବରଙ୍କ ନାମ ବାହାରି ନଥାଏ। କିନ୍ତୁ ସେମାନେ କୌଣସି କଠିନ ପରିସ୍ଥିତିରେ ଥିବା ସମୟରେ ଭଗବାନଙ୍କୁ ମନେ ପକାଇ ଥାଆନ୍ତି। ଆସନ୍ତୁ ଜାଣିବା ଭଗବାନଙ୍କ ସାମ୍ନାରେ କାନ୍ଦିଲେ କଣ ହୋଇଥାଏ? ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯେଉଁ ବ୍ୟକ୍ତି ଭଗବାନଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ କରିଥାନ୍ତି ଓ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି, ସବୁ ପରିସ୍ଥିତିରେ ଭଗବାନ ସେମାନଙ୍କ ସହିତ ରହିଥାନ୍ତି। ଯଦି ଆପଣଙ୍କ ପାଖରେ ଭଗବାନଙ୍କୁ ଦେବା ପାଇଁ କିଛି ସକ୍ଷମ ନାହିଁ, ତାହେଲେ ଆପଣ ମାନସିକ ରୂପରେ ମଧ୍ୟ ଭଗବାନଙ୍କୁ କିଛି ଅର୍ପଣ କରି ପାରିବେ। ଯେତେବେଳେ ଆପଣ ଭଗବାନଙ୍କୁ ସ୍ମରଣ କରିଥାନ୍ତି, ସେତେବେଳେ ଆପଣ ହୁଏତ ଭାବୁକ ହୋଇ ଯାଇ ପାରନ୍ତି। ନଚେତ ଆପଣଙ୍କ ଆଖିରୁ ଧାର ଧାର ଲୁହ ବହି ଯାଇଥାଏ। ସେହି ସମୟରେ ଆପଣ ନିଜ ମନ ଖୋଲି ଭଗବାନଙ୍କୁ ସ୍ମରଣ କରି କାନ୍ଦି ପକାନ୍ତୁ।

ତେବେ ସେହି ସମୟ ମଧ୍ୟରେ ଏଭଳି ଏକ ସମୟ ଆସିଥାଏ କି ଯେତେବେଳେ ଆପଣଙ୍କ ମନ କହିଥାଏ , ଆହୁରି ଅଧିକ କାନ୍ଦିବା ପାଇଁ। କିନ୍ତୁ କୌଣସି କାରଣରୁ ଆପଣ ନିଜ ମନର ଭାବକୁ ଅଧିକ ଦେଖାଇ ପାରନ୍ତି ନାହିଁ। ଭଗବାନଙ୍କ ସହିତ ଆପଣ ଏଭଳି ଭାବରେ ଜଡିତ ହୋଇ ଭାବୁକ ହୋଇଯାଇଥାନ୍ତି ଯେ ଆପଣ ନିଜ ମନର ଭାବକୁ ଅଟକାଇ ପାରନ୍ତି ନାହିଁ। ଯଦି ଏଭଳି ଆପଣଙ୍କ ସହିତ ଏଭଳି ହେଉଅଛି ତେବେ ଆପଣ ବୁଝି ନିଅନ୍ତୁ ଯେ ନିଶ୍ଚିତ ଭାବରେ ଭଗବାନ ଆପଣଙ୍କ ସହିତ ରହିଛନ୍ତି।

ଯେତେବେଳେ ଆପଣ ଭଗବାନଙ୍କୁ ସ୍ମରଣ କରିବା ସମୟରେ ଆପଣଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥାଏ, ସେତେବେଳେ ଆପଣ ବୁଝି ନିଅନ୍ତୁ ଯେ ଆପଣଙ୍କ ଜୀବାତ୍ମାର ସମ୍ପର୍କ ଆପଣଙ୍କ ଇଷ୍ଟ ଦେବତାଙ୍କ ସହିତ ଯୋଡ଼ି ହୋଇ ଯାଇଥାଏ। ଯଦି ମନୁଷ୍ୟ ଭାବୁକ ହୋଇ ଭଗବାନଙ୍କ ସାମ୍ନାରେ କାନ୍ଦିବାକୁ ଲାଗେ, ତାହେଲେ ସେହି ବ୍ୟକ୍ତିର ଜୀବନରେ ସବୁ ସମସ୍ୟା ଦୂର ହେବାକୁ ଲାଗେ।

କେବେବି ଭଗବାନଙ୍କୁ ସୁନା ଗହଣା, ଟଙ୍କାପଇସା ମାଗନ୍ତୁ ନାହିଁ। ଆପଣ ଭଗବାନଙ୍କୁ ସ୍ମରଣ କରି କୁହନ୍ତୁ ଯେ, ହେ ପ୍ରଭୁ! ମୋତେ ଦୁନିଆର ସବୁ ସମସ୍ୟାରୁ ବାହାରିବା ପାଇଁ ସତ୍ ମାର୍ଗ ଦେଖନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ୟା ଗୁଡ଼ିକ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *