Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଜାପତି ଘରକୁ ଆସିଲେ କଣ ହୋଇଥାଏ,ଜାଣନ୍ତୁ ……..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ପ୍ରଜାପତି ଆସିବା ଏବଂ ବଗିଚାରେ ଚଢେଇ ମାନଙ୍କର ଉଡିବା ଇତ୍ୟାଦି ୯ ଟି କଥା ଆପଣଙ୍କ ସୁନେଲି ଭବିଷ୍ୟତକୁ ଦର୍ଶାଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ କଣ ଏବଂ ଏହା କେଉଁ ସବୁ ସଂକେତର ସୂଚନା ଅଟେ।

ଭବିଷ୍ୟତରେ କେତେବେଳେ କାହା ସହିତ କଣ ହେବ ତାହା କାହାକୁ ବି ଜାଣିନାହିଁ। ମାତ୍ର ସକୁନି ଶାସ୍ତ୍ରର କଥା ମାନିବାରୁ ଏହା ଆମକୁ କିଛି ସୂଚନା ଦେଇଥାଏ କି ଆମ ଭବିଷ୍ୟତରେ କଣ ହେବ ଏବଂ କଣ ହେବାକୁ ଯାଉଛି। ଆମକୁ ଜାଣିବା ଦରକାର କି ଆମ ଆଖପାଖରେ କଣ କଣ ଘଟଣା ଘଟୁଛି। ମାତ୍ର ଏହା ଜାଣିବା ଦ୍ୱାରା ଆମର ଭବିଷ୍ୟତ ବଦଳି ନଥାଏ। ଏପରି ବହୁତ କିଛି ଘଟଣା ଘଟିଥାଏ।

ଯାହାକି ଆମକୁ ଆମର ଭବିଷ୍ୟତର ବହୁତ ଘଟଣା ବାବଦରେ ସୂଚନା ଦେଇଥାଏ ତେବେ ଆଜି ଆମେ ଏପରି କିଛି ଘଟଣା ବାବଦରେ ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆମ ଉପରେ ତାହାର ପଜିଟିଭ ପ୍ରଭାବ ପଡିବ। ତେବେ ଆସନ୍ତୁ ଜାଣିବା ଆମ ଆଖପାଖରେ କେଉଁ ଘଟଣା ଘଟେ

ପର୍ବ ଦିନ ଉପହାର ମିଳିବା। ଆପଣଙ୍କୁ ଯଦି ଆପଣଙ୍କ ଘରେ କେଉଁ ପର୍ବ ଦିନ କିଛି ଉପହାର ମିଳୁଛି ତ ଆପଣ ଏହା ଜାଣି ରଖନ୍ତୁ କି ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଭରି ରହିଛି। ଆପଣଙ୍କ ଭବିଷ୍ୟତ ଉଜ୍ଵଳ ଅଟେ।

ରାସ୍ତାରେ ଗାଈ ଦେଖିବା। ଯଦି କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ରାସ୍ତାରେ ଯାଉଥିବା ସମୟରେ ଗାଈକୁ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଭବିଷ୍ୟତ ରେ ଆପଣଙ୍କ ସହ ବହୁତ ଭଲ ଘଟଣା ଘଟିବାକୁ ଯାଉଛି। ଏହା ଦର୍ଶାଇ ଥାଏ କି ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଛି।

ଘରେ ବାଦୁଡିର ବସା ହେବା। ଯଦି ଆପଣଙ୍କ ଘରେ ବାଦୁଡ଼ିର ବସା ହୋଇଛି ତେବେ ଆପଣ ଏହାକୁ ଦେଖି କଦାପି ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ଆପଣଙ୍କ ସୁନେଲି ଭବିଷ୍ୟତକୁ ଦର୍ଶାଇ ଥାଏ।

ଚଢେଇ ମାନଙ୍କର ଏପରି କାମ। ଯଦି ଚଢ଼େଇ ମାନେ ଆପଣଙ୍କ ବଗିଚାକୁ ସବୁବେଳେ ଆସୁଛନ୍ତି ଏବଂ ସେଠାରେ ବସି କିଚିରି ମିଚିରି ଶବ୍ଦ କରେ ଆପଣଙ୍କ ଘରୁ ସବୁବେଳେ ଦାନା ଖାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତରେ ଶୁଭ ସମାଚାର ପ୍ରାପ୍ତ ହେବ।

ରାସ୍ତାରେ ସାପ ଦେଖିବା। ରାସ୍ତାରେ ଯାଉଥିବା ସମୟରେ ଯଦି ଆପଣ ସାପକୁ ଦେଖୁଛନ୍ତି ତେବେ ଆପଣ ଆଦୌ ଡରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ଅଟେ। ରାସ୍ତାରେ ସାପ ଦେଖିବାର ଅର୍ଥ ଏହା ଯେ ଭବିଷ୍ୟତରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି।

ଭାଙ୍ଗୁଥିବା ତାରା ଦେଖିବା। ଆକାଶରେ ଯଦି ତାରା ଭାଙ୍ଗୁଥିବ ଏବଂ ଆପଣ ସେଠାରେ ଅଛନ୍ତି ତ ଆପଣ ସେହି ସମୟରେ ମନରେ ଯାହାବି ମାଗିବେ ତାହା ପୂର୍ଣ୍ଣ ହେବ। ଏହା ଶୁଭର ପ୍ରତୀକ ଅଟେ।

ଘରକୁ ପ୍ରଜାପତି ଆସିବା। ଘରକୁ ପ୍ରଜାପତି ଆସିବା ଶୁଭ ସଂକେତର ସୂଚନା ନେଇ ଆସିଥାଏ। ପ୍ରଜାପତି ଶୁଭର ପ୍ରତୀକ ଅଟେ। ଯଦି କେବେ ଘରକୁ ପ୍ରଜାପତି ଆସିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଆପଣଙ୍କ ପରିବାରରେ କିଛି ଶୁଭ ହେବାକୁ ଯାଉଛି।

କାନ କୁଣ୍ଢେଇ ହେବା। କାନ କୁଣ୍ଢେଇ ହେବାର ଅର୍ଥ ଆପଣଙ୍କ ବାବଦରେ କେହି କିଛି କହୁଛି। ଯଦି ଆପଣଙ୍କ ବାମ କାନ କୁଣ୍ଢେଇ ହେଉଛି ତ ଆପଣଙ୍କ ପ୍ରଶଂସା ହେଉଛି ଏବଂ ଡାହାଣ କାନ କୁଣ୍ଢେଇ ହେଉଛି ତ ଆପଣଙ୍କର କେହି ନିନ୍ଦା କରୁଛି।

ଭୁଲରେ ଓଲଟା ଡ୍ରେସ ପିନ୍ଧିବା। ଯଦି ଆପଣ ଭୁଲରେ ଓଲଟା ଡ୍ରେସ ପିନ୍ଧୁଛନ୍ତି ଆପଣ ଖୁସି ହୁଅନ୍ତୁ କାରଣ ଆପଣଙ୍କ ଜୀବନରେ କିଛି ସକରାତ୍ମକ ହେବାକୁ ଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *