Excuse Me Odisha

ଯାହା କହିବୁ ସତ କହିବୁ

ସୁଦଶା ବ୍ରତ ମାରା ପଡିଗଲେ ବା ହଜିଗଲେ, କଣ କରିବା ଉଚିତ ? ସୁଦଶା ବ୍ରତ ଦିନ କେଉଁ ନିୟମ ପାଳନ କରିବା ଉଚିତ, ଜାଣନ୍ତୁ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କହିବାକୁ ଗଲେ ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଆମ ଓଡିଆ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ସୁଦଶା ବ୍ରତ ପାଳନ କରାଯାଇଥାଏ।ପ୍ରତ୍ୟେକ ବିବାହିତା ମହିଳା ମାନେ ତାଙ୍କ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ଏହି ବ୍ରତ ରଖିଥାନ୍ତି। ସୁଦଶା ବ୍ରତ ଦିନ ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ।ତେବେ ସୁଦଶା ବ୍ରତ ଦିନ କେଉଁ ନିୟମ ପାଳନ କରିବା ଉଚିତ ଅଥବା କଣ କରିବା ଅଶୁଭ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣଙ୍କ ପରିବାରରେ କାହାର ମୃତ୍ୟୁ ହୋଇଛି, ତାହେଲେ ସୁଦଶା ବ୍ରତ ପିନ୍ଧିବା ଉଚିତ ନୁହେଁ।ଯେତେବେଳେ ଶୁଦ୍ଧିକ୍ରିୟା ସରିଯିବ ତାପରେ ସୁଦଶା ବ୍ରତକୁ କଞ୍ଚା କ୍ଷୀରରେ ଧୋଇ ହଳଦୀ ଲଗାଇ ପିନ୍ଧି ପାରିବେ। ଯଦି ଆପଣ ବାହାରେ ରହୁଛନ୍ତି, ତାହେଲେ ଅଣଶୁଧିଆ ହେଲେ ମଧ୍ୟ ବ୍ରତ ପିନ୍ଧିଥିଲେ ମାରା ହେବ ନାହି । ଯଦି ପରିବାରରେ ଗୋଟେ ଶିଶୁର ଜନ୍ମ ହେଉଛି, ତାହେଲେ ସେହି ସମୟରେ ମହିଳାଙ୍କୁ ୨୧ ଦିନ ପର୍ଯ୍ୟନ୍ତ ସ୍ପର୍ଶ କରାଯାଏ ନାହିଁ।ତେଣୁ ସେହି ମହିଳାଙ୍କୁ ଛୁଇଁଲେ ମଧ୍ୟ ସୁଦଶା ବ୍ରତ ମାରା ହୋଇଥାଏ।

ଯଦି କୌଣସି ମହିଳା ଏନ୍ତୁଡି ଶାଳରେ ରହିଥାନ୍ତି, ତେବେ ସେ ସୁଦଶା ବ୍ରତ ପିନ୍ଧିଥିଲେ ତାକୁ ଜଳରେ ବିସର୍ଜନ କରାଯାଏ। ଯେଉଁମାନେ ମେଡିକାଲ କ୍ଷେତ୍ରରେ ଚାକିରି କରୁଛନ୍ତି, ସେମାନେ ଶବକୁ ଛୁଇଁ ସୁଦଶା ବ୍ରତ ପିନ୍ଧିଥିଲେ ତୁଳସୀ ପତ୍ରକୁ ନିଜ ଶରୀରରେ ବାନ୍ଧିବା ଉଚିତ। ଯଦି ଆପଣ ତୁଳସୀ ମାଳ ଧାରଣ କରୁଛନ୍ତି

ତାହେଲେ ଆମିଷ ସେବନ କରନ୍ତୁ ନାହିଁ। ଯଦି ବ୍ରତ ଛିଡି ଯାଇଥାଏ, ତାହେଲେ ତାହାକୁ ନିଶ୍ଚିତ କୌଣସି ଗୋଟିଏ ସ୍ଥାନରେ ରଖନ୍ତୁ। କହିବାକୁ ଗଲେ ସୁଦଶା ବ୍ରତକୁ କେବେବି ହଜାଇବା ଉଚିତ ନୁହେଁ । ଗୁରୁବାର, ଆମବାସ୍ୟା କିମ୍ବା ସଙ୍କ୍ରାନ୍ତି ଦିନ ସୁଦଶା ବ୍ରତ ହାତରୁ କାଢ଼ିବା ଉଚିତ ନୁହେଁ।

କୌଣସି ଏକ ପିତଳ ବାକ୍ସରେ ସୁଦଶା ବ୍ରତକୁ ସାଇତି ରଖିବା ଉଚିତ। ଯଦି ଆପଣଙ୍କର ବ୍ରତ ମାରା ହୋଇଛି, ତାହେଲେ ତାହାକୁ କଞ୍ଚା କ୍ଷୀରରେ ଧୋଇ ପିନ୍ଧି ପାରିବେ। ସୁଦଶା ବ୍ରତ ଡାହାଣ ହାତରେ ପିନ୍ଧିବା ଉଚିତ। ଯେଉଁ ଜାଗାରେ ଚୁଡି ପିନ୍ଧୁଛନ୍ତି ସେଠାରେ ସୁଦଶା ବ୍ରତ ପିନ୍ଧିବା ଉଚିତ ନୁହେଁ। ଯଦି ଆପଣ କୌଣସି ବ୍ରତ ପାଇଛନ୍ତି, ତେବେ ତାକୁ ପୂଜା ନକରି ବିସର୍ଜନ କରିବା ଜରୁରୀ ଅଟେ। ଯଦି ଅନନ୍ତ ବ୍ରତ ପାଇଛନ୍ତି, ତାହେଲେ ଏହାକୁ ବିସର୍ଜନ ନକରି ଏହାକୁ ପୂଜା କରି ନିଜ ପାଖରେ ରଖି ଦିଅନ୍ତୁ। ଏହି ସୂଚନା ପ୍ରତ୍ୟେକ ମହିଳା ମାନେ ଜାଣିବା ନିହାତି ଜରୁରୀ ଅଟେ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *