ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜିକାଲିର ଲୋକେ ପ୍ରାୟତଃ ଟଙ୍କା ପଛରେ ଧାଉଁଥିବାର ଦେଖିବାକୁ ମିଳିଥାଏ। ସମସ୍ତେ ସୁଖସୁବିଧାରେ ରହିବା ପାଇଁ ଇଚ୍ଛା ରଖି ଥାଆନ୍ତି। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ଓ ସୁଖଶାନ୍ତିରେ ଜୀବନ ବିତାଇବା ପାଇଁ ଦେବୀଙ୍କର ଉପାସନା କରିଥାନ୍ତି ଏବଂ ଦିନରାତି କଠିନ ପରିଶ୍ରମ କରିଥାନ୍ତି।
ମନୁଷ୍ୟ ଜୀବନରେ କେତେବେଳେ ସୁଖ ଆସିଥାଏ ତ ଆଉ କେତେବେଳେ ଦୁଃଖ ଆସିଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଭାଗ୍ୟକୁ ଉଜ୍ଜ୍ବଳ ଓ ସୁଦୃଢ କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ରହିଛି। ତେବେ ଆସନ୍ତୁ ସେହି ଉପାୟ ଗୁଡିକ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା
ସପ୍ତାହର ଶୁକ୍ରବାର ଦିନ ବଜାରରୁ ଗୋଟେ ବନ୍ଦ ତାଲା କିଣନ୍ତୁ। ଏହି ତାଲାକୁ ନିଜେ ଖୋଲନ୍ତୁ ନାହିଁ କି ଦୋକାନୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାକୁ ଖୋଲିବାକୁ ଦିଅନ୍ତୁ ନାହିଁ।ଏହାକୁ ଘରକୁ ଆଣି ଏହି ତାଲାକୁ ଆପଣଙ୍କ ଶୋଇବା ଘର କୋଠରୀରେ ମୁଣ୍ଡ ଉପରେ ରଖିଦିଅନ୍ତୁ। ପରଦିନ ସକାଳେ ନ ଗାଧୋଇ ଏହି ତାଲାକୁ ବର ଗଛ ମୂଳରେ ରଖିଦିଅନ୍ତୁ। ତାପରେ ସେଠାରେ ଏହା କୁହନ୍ତୁ ଯେ, ମୁଁ ମୋର ବନ୍ଦ ଭାଗ୍ୟକୁ ତୁମକୁ ହସ୍ତାନ୍ତର କରି ଯାଉଛି। ତାଲାକୁ ଗଛ ମୂଳରେ ରଖିବା ପରେ ପଛକୁ ଦେଖନ୍ତୁ ନାହିଁ କି ପୁଣି ତାଲାକୁ ଛୁଅନ୍ତୁ ନାହିଁ। ସିଧା ମୁହଁ କରି ନିଜ ଘରକୁ ଫେରି ଆସନ୍ତୁ।
ଏହାପରେ ଯେକୌଣସି ବ୍ୟକ୍ତି ସେହି ତାଲାକୁ ନେଇ ଖୋଲିବ ସେତେବେଳେ ଆପଣଙ୍କ ଭାଗ୍ୟର ତାଲା ନିଶ୍ଚିତ ଭାବରେ ଖୋଲିଯିବ। ଏହି ଉପାୟକୁ କୌଣସି ମାସର ଶୁକ୍ଳପକ୍ଷ ଶୁକ୍ରବାର ଦିନ କରିବା ଅତ୍ୟନ୍ତ ଶୁଭ ଅଟେ। ଏହି ଉପାୟକୁ ଲଗାତାର ତିନୋଟି ଶୁକ୍ରବାର ପର୍ଯ୍ୟନ୍ତ କରନ୍ତୁ। ଏହାସହିତ ଶୁକ୍ରବାର ଦିନ କନକଧରା ସ୍ତୋତ୍ରକୁ ନିୟମିତ ଭାବରେ ପଢନ୍ତୁ। ଏଭଳି କରିବା ଦ୍ବାରା ଆପଣଙ୍କର ଭାଗ୍ୟରେ ନୂତନ ପରିବର୍ତ୍ତନ ହେବା ସହିତ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ।
ତେବେ ବନ୍ଧୁଗଣ, ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!