Excuse Me Odisha

ଯାହା କହିବୁ ସତ କହିବୁ

ସାବିତ୍ରୀ ବ୍ରତ ଦିନ ୫ ଗୋଟି ରାଶିର ବିଷୟ ଖୋଲିବାକୁ ଯାଉଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ସାବିତ୍ରୀ ଅମାବାସ୍ୟା ସମସ୍ତ ମହିଳାଙ୍କ ପାଇଁ ବହୁତ ବଡ଼ ଦିନ ଅଟେ। ଏହିଦିନ ୫ ଗୋଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ଏହି ସାବିତ୍ରୀ ଅମାବାସ୍ୟାରେ ଏକ ଦୁର୍ଲଭ ସଂଯୋଗ ବନିବାକୁ ଯାଉଛି। ଅଧିକାଂଶ ଲୋକେ ସୁଖ ଓ ସୁବିଧାରେ ରହିବା ପାଇଁ ଅନେକ କଷ୍ଟ କରିଥାନ୍ତି। ସମସ୍ତେ ଚାହିଁ ଥାନ୍ତି କି ତାଙ୍କ ଭାଗ୍ୟ ସର୍ବଦା ତାଙ୍କ ସପକ୍ଷରେ ରହୁ।

ତଥାପି ମଣିଷକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନର ପ୍ରଭାବ ପ୍ରତ୍ୟେକ ମନୁଷ୍ୟଙ୍କ ଉପରେ ପଡ଼ିଥାଏ। ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହି ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଏମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ସେହି ୫ ଗୋଟି ରାଶିର ଲୋକଙ୍କ ବିଷୟରେ ଜାଣିବା।

୧/ ବୃଷ ରାଶି :-

ଏହି ରାଶିର ଲୋକଙ୍କୁ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣ ଲାଭବାନ ହେବେ ଓ ଆଶାନୁରୂପ ସଫଳତା ହାସଲ କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆକସ୍ମିକ ଭାବରେ ଧନ ପ୍ରାପ୍ତି ହୋଇପାରେ।

୨/ ମିଥୁନ ରାଶି :-

ଏହି ରାଶିର ଲୋକଙ୍କୁ ଆର୍ଥିକ ରୂପରେ ସଫଳତା ମିଳିବ। ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ।ପରିବାରରେ ହସଖୁସିର ବାତାବରଣ ସୃଷ୍ଟି ହେବ। ବ୍ୟାପାରରେ ଆଶାନୁରୂପ ଲାଭ ପ୍ରାପ୍ତ ହେବ। ବିଦେଶରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆର୍ଥିକ ରୂପରେ ସଫଳତା ମିଳିବ। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

୩/ ତୁଳା ରାଶି :-

ଆସୁଥିବା ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହି ରାଶିର ଲୋକଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ଓ ସମ୍ପର୍କ ସୁଦୃଢ ରହିବ। ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଘରକୁ ଅତିଥିଙ୍କ ଆଗମନ ହେବ। ଆପଣ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ଲାଭ କସିବେ।

୪/ କନ୍ୟା ରାଶି :-

ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହି ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ ଏବଂ ଆର୍ଥିକ ପରିସ୍ଥିତି ସୁଦୃଢ ହେବ।ଏମାନଙ୍କୁ ସର୍ବଦା ପରିବାର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

୫/ କୁମ୍ଭ ରାଶି :-

ଭଗବାନଙ୍କ କୃପାରୁ ଏହି ରାଶିର ଲୋକଙ୍କ ପାଇଁ ଆକସ୍ମିକ ଧନଲାଭ ହୋଇପାରେ। କଠିନ ପରିଶ୍ରମ କରି ଆପଣ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ଯୋଗ ରହିଛି। ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *