Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଭଗବାନ ଭୋଳାନାଥଙ୍କର ଏହି ମନ୍ତ୍ର ଜପ କଲେ କେହି ଆପଣଙ୍କର କିଛି ବିଗାଡି ପାରିବ ନାହିଁ।

ସେୟାର୍ କରନ୍ତୁ

ପ୍ରାୟତଃ ଅଧିକାଂଶ ଲୋକେ ଭଗବାନ ଶିବଙ୍କର ଭକ୍ତ ହୋଇଥାନ୍ତି। ତେଣୁ ଭଗବାନ ଶିବଙ୍କର ବାର ଓ ପର୍ବ ଆସିଲେ, ସେମାନେ ନିଷ୍ଠାର ସହିତ ମନ୍ଦିର ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କହିବାକୁ ଗଲେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି ବୋଲି ପୌରାଣିକ ଯୁଗରୁ ମାନ୍ୟତା ରହିଛି। ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଏପରି ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଅନେକ ମନ୍ତ୍ର ଜପ କରାଯାଇଥାଏ ଓ କାର୍ଯ୍ୟ ସିଦ୍ଧି ପାଇଁ ଅଲଗା ଅଲଗା ମନ୍ତ୍ର ଗୁଡ଼ିକ ରହିଛି। କିନ୍ତୁ ଭଗବାନ ଶିବଙ୍କର ଗୋଟିଏ ମାତ୍ର ପ୍ରିୟ ମନ୍ତ୍ର ଅଛି, ତାହା ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର। ଏହି ମନ୍ତ୍ରତି ହେଉଛି – ଓଁ ତ୍ରୟମ୍ବକମ୍ ୟଜାମହେ, ସୁଗନ୍ଧିଂ ପୃଷ୍ଟି ବର୍ଧନଂ , ଉର୍ବାରୁକମିବ ବର୍ଦ୍ଧନାତ ମୃତ୍ୟୁର୍ମୁକ୍ଷୀୟ ମାର୍ମୁତାତ୍।। ଶାସ୍ତ୍ରରେ ଅଲଗା ଅଲଗା କାର୍ଯ୍ୟ କରିବା ପାଇଁ ଅଲଗା ଅଲଗା ମହାମୃତ୍ୟୁଞ୍ଜୟ ମନ୍ତ୍ର ବିଷୟରେ ବର୍ଣ୍ଣନା କରାଯାଇଛି।

କୁହାଯାଏ କି ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ମନୁଷ୍ୟର ସବୁ ରୋଗ, ବ୍ୟାଧି, ଭୟ ଆଦି ଦୂର ହୋଇ ଯାଇଥାଏ। ଯଦି ଆପଣ କୌଣସି ଭୟରେ ପୀଡିତ ଅଛନ୍ତି ବା କୌଣସି ରୋଗ ବ୍ୟଧିରେ ପୀଡିତ ଅଛନ୍ତି, ତାହେଲେ ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୧ ଶହ ଥର ଜପ କରନ୍ତୁ।ଏଥିରେ ଆପଣଙ୍କୁ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ମିଳିଯିବ। ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତାହେଲେ ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୧ ହଜାର ଥର ଜପ କରନ୍ତୁ।

ଏହାସହିତ ଯଦି ସନ୍ତାନହୀନ ଥିବା ଲୋକେ ସନ୍ତାନ ପାଇଁ ଇଚ୍ଛା ରଖିଛନ୍ତି ବା ବ୍ୟବସାୟରେ ସଫଳ ହେବାକୁ ଚାହୁଁଛନ୍ତି କିମ୍ବା ଅକାଳ ମୃତ୍ୟୁରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି, ତାହେଲେ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ୧ ଲକ୍ଷ ୨୫ ହଜାର ଥର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ସଙ୍କଟ ଦୂର ହେବା ସହିତ ସମସ୍ତ ମନସ୍କାମନା ପୂରଣ ହୋଇଯିବ।କୁହାଯାଏ କି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ଵାରା ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

ତେବେ ବନ୍ଧୁଗଣ, ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *