Excuse Me Odisha

ଯାହା କହିବୁ ସତ କହିବୁ

ଏହି ବର୍ଷ ନବବିବାହିତ ଲୋକମାନେ ଜାଣି ରଖନ୍ତୁ – ଆପଣଙ୍କ ଭବିଷ୍ୟତ କିପରି ରହିବ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ପ୍ରେମ ହେଉଛି ଜୀବନର ଆଧାର ଓ ଈଶ୍ବରଙ୍କ ଦାନ। ଏବଂ ଯଦି କାହା ଜୀବନରେ ପ୍ରେମ ନଥାଏ, ତାହେଲେ ତାଙ୍କ ଜୀବନ ଦୁର୍ବଳ ହୋଇଯାଏ। ସମସ୍ତେ ଜ୍ୟୋତିଷ ଶାସ୍ତ୍ରକୁ ଆଧାର କରି ନିଜ ଭବିଷ୍ୟତ, ପ୍ରେମ, ବିବାହ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ଏହି ରାଶିର ଲୋକଙ୍କର ପ୍ରେମ ଜୀବନ ଅତ୍ୟନ୍ତ ଭାବପ୍ରବଣ ଏବଂ ରୋମାଣ୍ଟିକ୍ ହେବ। ଏହି ବର୍ଷ, ଆପଣଙ୍କ ରାଶିରେ ଶୁକ୍ର ଗ୍ରହ ଶକ୍ତିଶାଳୀ ରହିବା ଯୋଗୁଁ ବର୍ଷ ଆରମ୍ଭରୁ ଆପଣଙ୍କୁ ଜୀବନରେ ଖୁବ୍ ଶୀଘ୍ର ପ୍ରେମ ମିଳିଯିବ। ବୃହସ୍ପତି ଗ୍ରହ ଓ ଶୁକ୍ର ଗ୍ରହର ମିଳନ ହେବା ଯୋଗୁଁ ଆପଣଙ୍କ ପାର୍ଟନରଙ୍କ ସହିତ ସମ୍ପର୍କ ସୁଦୃଢ ରହିବ। ଏଥିପାଇଁ ଆପଣଙ୍କୁ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ଅଲଗା କରିବାକୁ ପଡ଼ିବ।ବୈବାହିକ ଜୀବନ ସୁଖମୟ ରହିବା ପାଇଁ ଆପଣ ଅଧିକ ପ୍ରୟାସ କରିବେ।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ମଧ୍ୟରୁ ଯେଉଁମାନେ ପ୍ରେମ ସଂପର୍କରେ ଅଛନ୍ତି, ସେମାନେ ସେମାନଙ୍କର ସମ୍ପର୍କକୁ ଅନୁସରଣ କରିବା ପାଇଁ ପ୍ରେରଣା ପାଇବେ। ଶନି ଗ୍ରହ ଓ ଶୁକ୍ର ଗ୍ରହର ସଂଯୋଗ ଯୋଗୁଁ ଆପଣଙ୍କ ଚିନ୍ତାଧାରା ଆପଣଙ୍କ ସାଥୀଙ୍କ ଚିନ୍ତାଧାରା ସହିତ ମେଳ ହେବ ନାହିଁ।ପ୍ରେମୀ ଯୁଗଳ ପରସ୍ପରକୁ ଭଲଭାବରେ ବୁଝିବେ। ଅନ୍ୟପକ୍ଷରେ, ବିବାହିତ ଲୋକମାନେ ନିଜ ଜୀବନସାଥୀଙ୍କ ଠାରୁ ଉତ୍ସାହ ପାଇବେ ଏବଂ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ପାଇବେ। ସେଥିପାଇଁ ଆପଣ ନିଜ ପାର୍ଟନରଙ୍କ ଉପରେ ଯଥେଷ୍ଟ ଭରସା ରଖନ୍ତୁ। ଆପଣଙ୍କୁ ନିଜ ସାଥୀଙ୍କ ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିବା ଉଚିତ।ନିଜ ଜୀବନସାଥୀଙ୍କ ଠାରୁ କୌଣସି କଥା ଲୁଚାନ୍ତୁ ନାହିଁ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କର ବିବାହରେ ଅନେକ ଅସୁବିଧା ହୋଇପାରେ। ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ସେମାନଙ୍କ ବିବାହରେ ବାଧା ସୃଷ୍ଟି କରି ପାରନ୍ତି। ଆପଣଙ୍କ ରାଶିର ଶୁକ୍ର ଗ୍ରହ ଶକ୍ତିଶାଳୀ ହେବା ଦ୍ବାରା ଆପଣଙ୍କ ପ୍ରେମ ଜୀବନର ଅବସ୍ଥା ସୁଦୃଢ ରହିବ। ବିବାହିତ ଲୋକଙ୍କ ଜୀବନରେ ପ୍ରେମ ଓ ରୋମାନ୍ସ ଭରି ରହିବ। ଆପଣଙ୍କୁ ନିଜ ସାଥୀଙ୍କର ଯତ୍ନ ନେବା ଉଚିତ।

ପ୍ରେମୀଯୁଗଳ ନିଜ ସାଥୀଙ୍କ ଉପରେ ଅଧିକ ସଂଯମତା ରଖିବା ଉଚିତ୍ ନୁହେଁ। କୌଣସି ବିଷୟରେ ଆପଣ ନିଜ ସାଥୀଙ୍କ ଉପରେ ଚାପ ପକାନ୍ତୁ ନାହିଁ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କର ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ଯେଉଁମାନେ ନବ ବିବାହିତ ଅଛନ୍ତି, ସେମାନେ ନିଜ ସାଥୀଙ୍କ ସହିତ ସମୟ ବିତାଇବା ପାଇଁ ଏକ ଭଲ ସୁଯୋଗ ପାଇବେ। ଯେଉଁମାନେ ପ୍ରେମ ସଂପର୍କରେ ଅଛନ୍ତି ସେମାନଙ୍କ ପାଇଁ ଏହି ବର୍ଷ ସୁଖମୟ ରହିବା। ଆପଣଙ୍କର ନିଜ ସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ସମସ୍ତ କାର୍ଯ୍ୟରେ ଆପଣ ନିଜ ସାଥୀଙ୍କୁ ସାହାଯ୍ୟ କରନ୍ତୁ। ବିବାହିତା ଲୋକମାନେ ନିଜ ସାଥୀଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଉଚିତ ନୁହେଁ।

ସିଂହ ରାଶି :-

ଏହି ରାଶିର ଲୋକେ ପ୍ରେମ ଜୀବନରେ ଅନେକ ଭଲ ପରିବର୍ତ୍ତନ ଦେଖିବାକୁ ପାଇବେ। ବିଶେଷକରି ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଆପଣ ଶୁଭ ସମାଚାର ପାଇବେ। ଡିସେମ୍ବର ମାସ ମଧ୍ୟରେ ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଜୀବନସାଥୀଙ୍କ ସହିତ ଭ୍ରମଣ କରିବାର ସୁଯୋଗ ପାଇବେ। ସେମାନଙ୍କର ପ୍ରେମ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ଆପଣଙ୍କୁ ନିଜ ସମ୍ପର୍କକୁ ନେଇ କୈାଣସି ବଡ ନିଷ୍ପତ୍ତି ନେବା ଉଚିତ ନୁହେଁ।

କନ୍ୟା ରାଶି:-

ଏହି ରାଶିର ଅବିବାହିତ ଲୋକମାନେ ପ୍ରେମରେ ପଡ଼ିପାରନ୍ତି।ଅନ୍ୟପକ୍ଷରେ, ଯେଉଁ ଲୋକମାନେ ପୂର୍ବରୁ ପ୍ରେମରେ ଅଛନ୍ତି, ସେମାନଙ୍କୁ ବର୍ଷସାରା ପ୍ରେମ ଜୀବନରେ ଉତ୍ଥାନ-ପତନ ଦେଖିବାକୁ ପଡ଼ିବ। ବିବାହିତ ଲୋକଙ୍କ ପାଇଁ ଅକ୍ଟୋବର ମାସ ଓ ଡିସେମ୍ବର ମାସରୁ ଅନୁକୂଳ ସମୟ ଆରମ୍ଭ ହେବାକୁ ଯାଉଛି। ଜୀବନସାଥୀଙ୍କ ସହିତ ଯଥେଷ୍ଟ ସମୟ ଅତିବାହିତ କରନ୍ତୁ।ପ୍ରେମିକଙ୍କ ସହିତ କୌଣସି ବିବାଦ ସୃଷ୍ଟି ହୋଇପାରେ। ପରସ୍ପରକୁ ଅନ୍ୟମାନଙ୍କ ସାମ୍ନାରେ ଅପମାନିତ କରନ୍ତୁ ନାହିଁ।

ତୁଳା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ପ୍ରେମ ଏବଂ ବିବାହ ଦୃଷ୍ଟିରୁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ବର୍ଷର ପ୍ରଥମ ତ୍ରୈମାସିକ ସମୟରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ଆପଣ ଚାପଗ୍ରସ୍ତ ହୋଇପାରନ୍ତି। କିନ୍ତୁ ଦ୍ୱିତୀୟ ତ୍ରୈମାସିକ ଆରମ୍ଭ ହେବା ମାତ୍ରେ ପରିସ୍ଥିତି ସୁଧୁରି ଯିବ। ବିବାହିତ ଲୋକଙ୍କୁ ପରସ୍ପର ସହିତ ବୁଝାମଣା ରଖିବା ଉଚିତ। କିଛି ଜିନିଷ ଆପଣ ନିଜ ମନରେ ରଖନ୍ତୁ ନାହିଁ। ଯଦି ସଂପର୍କରେ କିଛି ସମସ୍ୟା ରହିଛି, ତାହେଲେ ଆପଣ ନିଜ ସାଥୀଙ୍କ ସହିତ ବସି ସେହି ବିଷୟରେ ଆଲୋଚନା କରନ୍ତୁ।

ବିଛା ରାଶି :-

ବୃହସ୍ପତି ଗ୍ରହ ଆପଣଙ୍କ ପ୍ରେମ ଜୀବନକୁ ଉନ୍ନତ କରିବ। ବର୍ଷ ଆରମ୍ଭ ହେବା ସହିତ ଆପଣଙ୍କ ପ୍ରେମ ଜୀବନ ରୋମାନ୍ସରେ ପରିପୂର୍ଣ୍ଣ ହେବ। ଆପଣ ବର୍ଷର ମଧ୍ୟଭାଗରେ ନିଜ ସାଥୀଙ୍କ ଠାରୁ ମହଙ୍ଗା ଉପହାର ପାଇପାରନ୍ତି। ବିବାହିତ ଲୋକମାନଙ୍କାଧ୍ୟାରେ ସମ୍ପର୍କ ସୁଦୃଢ ରହିବ।
ଆପଣଙ୍କ ସାଥୀଙ୍କୁ ଖୁସି କରିବା ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉପହାର ଦିଅନ୍ତୁ। ଆପଣଙ୍କ ସାଥୀଙ୍କ ଠାରୁ ଅଧିକ ଆଶା କରନ୍ତୁ ନାହିଁ ।
ଯଦି ଆପଣଙ୍କ ସାଥୀ ଆପଣଙ୍କ ଉପରେ ରାଗିଛନ୍ତି, ତେବେ ଆପଣଙ୍କୁ ଶାନ୍ତ ରହିବା ଆବଶ୍ୟକ।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପ୍ରେମ ଜୀବନ ଅଧିକ ପ୍ରଭାବିତ ହେବାକୁ ଯାଉଛି। ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ। ଆପଣ ଏହି ସମୟରେ ଅତ୍ୟଧିକ ଭାବପ୍ରବଣ ହେବେ। ଫେବୃଆରୀ ମାସରେ, ଆପଣ ନିଜ ସାଥୀଙ୍କ ସହିତ ଭ୍ରମଣ ଯାତ୍ରାରେ ଯାଇ ପାରନ୍ତି। ଏହି ସମୟରେ, ଆପଣ ପ୍ରତ୍ୟେକ ବିବାଦର ସମାଧାନ କରିବାକୁ ଚେଷ୍ଟା କରି ପାରନ୍ତି। ଏପ୍ରିଲ୍ ମାସ ଓ ଜୁଲାଇ ମାସ ଏବଂ ସେପ୍ଟେମ୍ବର ମାସ ଗୁଡିକରେ ଆପଣଙ୍କ ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି।ଆପଣଙ୍କୁ ନିଜ ସାଥୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବା ଉଚିତ।

ମକର ରାଶି :-

ଏହି ରାଶିର ଲୋକଙ୍କ ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ।ରାହୁ ଗ୍ରହ ଆପଣଙ୍କ ରାଶିରୁ ପଞ୍ଚମ ଘରେ ଉପସ୍ଥିତ ରହି ଆପଣଙ୍କୁ ବର୍ଷସାରା ପ୍ରେମରେ ଶୁଭ ଫଳ ପ୍ରଦାନ କରିବେ। ବିବାହିତା ଦମ୍ପତି ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ। ମେ ମାସରେ ଶୁକ୍ର ଗ୍ରହ ଆପଣଙ୍କ ରାଶିର ପଞ୍ଚମ ସ୍ଥାନରେ ଅବସ୍ଥାନଆରିବେ, ଯେଉଁଠାରେ ରାହୁ ଗ୍ରହ ବସିଛନ୍ତି। ଆପଣଙ୍କୁ ନିଜ ପାର୍ଟନରଙ୍କ ସପକ୍ଷରେ ସର୍ବଦା ରହିବା ଉଚିତ।ଆପଣଙ୍କ ମଧ୍ୟରେ କୈାଣସି ପ୍ରକାରର ଭୁଲ ବୁଝାମଣା ଉତ୍ପନ୍ନ ହେବାକୁ ଦିଅନ୍ତୁ ନାହିଁ।

କୁମ୍ଭ ରାଶି :-

ଏହି ରାଶିର ଲୋକମାନଙ୍କ ପ୍ରେମ ଜୀବନ ପାଇଁ ଏହି ବର୍ଷ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ଆପଣ ମଧୁରଭାଷୀ ହୁଅନ୍ତୁ, ଏହାଦ୍ବାରା ଆପଣଙ୍କ ସମ୍ପର୍କ ମଧ୍ୟ ସୁଦୃଢ ରହିବ। ଏପ୍ରିଲ ମାସରୁ ଆପଣଙ୍କ ରାଶିରେ ବୃହସ୍ପତିଙ୍କ ଗମନାଗମନ ହେତୁ ଏହା ପଞ୍ଚମ ଏବଂ ସପ୍ତମ ଘରକୁ ପ୍ରଭାବିତ କରିବ। ଯାହାର ଫଳସ୍ୱରୂପ ଏହାର ପ୍ରଭାବରେ ଆପଣଙ୍କ ପ୍ରେମ ବିବାହକୁ ସ୍ଵୀକୃତି ମିଳିପାରେ।ବିବାହ ପ୍ରସଙ୍ଗରେ ଶୀଘ୍ରତା କରନ୍ତୁ ନାହିଁ।

ମୀନ ରାଶି :-

ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ଏହି ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଶନିଙ୍କ ଦୃଶ୍ୟ ବର୍ଷସାରା ଆପଣଙ୍କ ରାଶିର ପଞ୍ଚମ ଘରେ ରହିବ। ଏହି କାରଣରୁ ଆପଣଙ୍କ ପ୍ରେମରେ କିଛି ସମସ୍ୟା ଦେଖା ଦେଇପାରେ। ଜାନୁଆରୀ ମାସର ଶେଷରୁ ଏପ୍ରିଲ୍ ମାସ ପର୍ଯ୍ୟନ୍ତ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କ ସାଥୀଙ୍କ ସହିତ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଧର୍ଯ୍ୟ ରଖନ୍ତୁ, ପରିସ୍ଥିତି ଆପଣଙ୍କ ସପକ୍ଷରେ ହିଁ ରହିବ।

ତେବେ ବନ୍ଧୁଗଣ, ଏହି ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାସହିତ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *