Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଏହି ଉପାୟ କରନ୍ତୁ, ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ପ୍ରତ୍ୟେକ ଶନିବାର ଏବଂ ବୈଶାଖ ମାସର ଚତୁର୍ଥ ଶନିବାରକୁ ନ୍ୟାୟର ଦେବତା ଭଗବାନ ଶନିଙ୍କୁ ସମର୍ପିତ ଅଟେ।ଭଗବାନ ଶନିଙ୍କ କ୍ରୋଧ କୌଣସି ବ୍ୟକ୍ତିକୁ ଭିକାରୀ କରିଥାଏ ତ ଆଉ କାହାକୁ ଧନବାନ ବନେଇ ଦେଇଥାଏ।

ଯେତେବେଳେ ଶନିଦେବ ପ୍ରସନ୍ନ ହୁଅନ୍ତି, ତାଙ୍କ ଭକ୍ତମାନଙ୍କୁ ଅନେକ ଆଶୀର୍ବାଦ ଓ ଶୁଭ ଫଳ ପ୍ରଦାନ କରିଥାନ୍ତି। ଭଗବାନ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସହଜ କଥା ନୁହେଁ। କିନ୍ତୁ ଭଗବାନ ଶନି ନିଜ ଭକ୍ତଙ୍କ ପ୍ରକୃତ ଭକ୍ତି ଏବଂ ନିର୍ମଳ ହୃଦୟରେ କରାଯାଇଥିବା କାର୍ଯ୍ୟରେ ସନ୍ତୁଷ୍ଟ ହୋଇଥାନ୍ତି।

ଭଗବାନ ଶନିଦେବଙ୍କର ନିୟମ ଓ ଉପାସନା କରି ଉପବାସ କରିବା ଦ୍ଵାରା ଭଗବାନ ଶନି ପ୍ରସନ୍ନ ହୁଅନ୍ତି ଏବଂ ସମସ୍ତ ଦୁଃଖଖ ଦୂର କରନ୍ତି।କିନ୍ତୁ ଯଦି ଭଗବାନ ଶନି କ୍ରୋଧିତ ହୁଅନ୍ତି, ତାହେଲେ ସେହି ବ୍ୟକ୍ତିଙ୍କ ଉପରେ ଅନେକ ପ୍ରକାରର ଅସୁବିଧା ଆସିଥାଏ।ଯଦି ଆପଣ ଭଗବାନ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ କିଛି ବିଶେଷ ଉପାୟ କରିବା ସହିତ ସ୍ୱତନ୍ତ୍ର ପୂଜା ପଦ୍ଧତି ମଧ୍ୟ କରିବା ଉଚିତ।

ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଜରୁରୀ ପ୍ରତିକାର ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣ ନିଶ୍ଚିତ ଭାବରେ ଭଗବାନ ଶନିଦେବଙ୍କୁ ସନ୍ତୁଷ୍ଟ କରିପାରିବେ। ଯଦି ଭଗବାନ ଶନି ପ୍ରସନ୍ନ ହୁଅନ୍ତି, ତାହେଲେ ଆପଣଙ୍କର ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

– ସକାଳୁ ଉଠି ଗୋଟେ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ‘ଓମ୍ ସନିଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ। ତାପରେ ଅଶ୍ୱତ୍ଥ ଗଛକୁ ପ୍ରଣାମ କରନ୍ତୁ। ଏହାପରେ ଅଶ୍ୱତ୍ଥ ଗଛ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

– ଯଦି ଆପଣ କଠିନ ପରିଶ୍ରମ ପରେ ମଧ୍ୟ ସଫଳତା ପାଇ ପାରୁ ନାହାନ୍ତି, ତାହେଲେ ପ୍ରଭୁ ହନୁମାନଙ୍କ ମନ୍ଦିର ଯିବା ସମୟରେ ଗୋଟେ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନିଅନ୍ତୁ। ଏହାପରେ ମନ୍ଦିରରେ ପହଞ୍ଚିବା ପରେ ଲେମ୍ବୁ ଉପରେ ସମସ୍ତ ଚାରିଟି ଲବଙ୍ଗ ଲଗାଇ ପ୍ରଭୁ ହନୁମାନଙ୍କ ପ୍ରତିମା ପାଖରେ ରଖି ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ଶନିଦେବଙ୍କର ବୈଦିକ ମନ୍ତ୍ର – ଓଁ ଶନିଃ ଦେବୀରିବିଶାଦାପୋ ଭବନ୍ତପୁତ୍ର।

ଶନିଦେବଙ୍କର ଏକମାତ୍ର ଅକ୍ଷୟ ମନ୍ତ୍ର – ଓଁ ଶନିଶଚାର୍ଯ୍ୟ ନମ୍ଃ।

ଶନିଦେବଙ୍କର ଗାୟତ୍ରୀ ମନ୍ତ୍ର – ଓଁ ଭାଗବଭାଇ ବିଦମହାଇ ଶ୍ରୀପ୍ରାୟା ଧିମହି ତନୋଃ ଶନି: ପ୍ରଚୋଦୟାତ୍।

– ଭଗବାନ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରତିକାର ହେଉଛି, ଆପଣ ପ୍ରତ୍ୟେକ ଶନିବାର ଦିନ ତେଲରେ ନିର୍ମିତ ଜିନିଷ ଅସହାୟ ଭିକାରୀକୁ ଖାଇବାକୁ ଦେଲେ ପ୍ରଭୁ ଶନିଦେବ ପ୍ରସନ୍ନ ହୁଅନ୍ତି।ଏହାସହିତ ସନ୍ଧ୍ୟା ସମୟରେ ନିଜ ଘରେ ଗୁଙ୍ଗୁଲର ଧୂପ ଜଳାନ୍ତୁ।ଭିକାରୀମାନଙ୍କୁ କଳା ଉରାଦ ଦାନ କରନ୍ତୁ।

– ଶନିବାର ଦିନ ସୁନ୍ଦରକଣ୍ଡର ପାଠ କଲେ ଶୁଭ ଫଳାଫଳ ମିଳିଥାଏ। ଏହାସହିତ ଶନିବାର ଦିନ ଉରାଡ, ତେଲ, ଗୁଡ ଲଡୁ ପ୍ରସ୍ତୁତ କରି ଭଗବାନ ଶନିଙ୍କୁ ଅର୍ପଣ କରନ୍ତୁ।

– ଶନିବାର ଦିନ କଳା କୁକୁରକୁ ଖାଦ୍ୟ, କଳା ଗାଈକୁ ରୁଟି ଏବଂ କଳା ପକ୍ଷୀକୁ ଶସ୍ୟ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

ତେବେ ବନ୍ଧୁଗଣ, ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *