Excuse Me Odisha

ଯାହା କହିବୁ ସତ କହିବୁ

ଘରର କେଉଁ କୋଣରେ କେଉଁ ଠାକୁରଙ୍କ ମୂର୍ତ୍ତି ରଖିବା ଉଚିତ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରକୁ ମନ୍ଦିର ବୋଲି କୁହାଯାଏ, କାରଣ ଘରର ପୂଜା ଘରେ ଆମେ ଦେବୀ-ଦେବତା ମାନଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା ପାଠ କରିଥାଉ। କିନ୍ତୁ କିଛି ଲୋକ ଭଗବାନଙ୍କ ମୂର୍ତ୍ତି ଆଣି ଘରର ଯେକୌଣସି କୋଣରେ ରଖି ପୂଜା ପାଠ କରିବା ଆରମ୍ଭ କରିଦିଅନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଭଗବାନଙ୍କ ମୂର୍ତ୍ତିକୁ ଭୁଲ ଦିଗରେ ରଖିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ସଂଚାର ହୋଇଥାଏ।କହିବାକୁ ଗଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଦେବାଦେବୀଙ୍କ ମୂର୍ତ୍ତି ରଖିବାର ଖାସ ନିୟମ ଗୁଡିକ ରହିଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଗଣେଶ ମୂର୍ତ୍ତି :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମନ୍ଦିରରେ ଗଣେଶଙ୍କ ମୂର୍ତ୍ତିକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ। କାରଣ ଭଗବାନ ଗଣେଶ ଘରର ସବୁ ସଙ୍କଟ ଦୂର କରି ଦେଇଥାନ୍ତି। ଯଦି ଘରର ମନ୍ଦିରରେ ଗଣେଶଙ୍କ ଫଟୋ ରଖୁଛନ୍ତି ତେବେ ପଞ୍ଚମୁଖୀ ଗଣେଶଙ୍କ ଫଟୋ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହେବ।

୨/ ଲକ୍ଷ୍ମୀଙ୍କ ମୂର୍ତ୍ତି :-

ଶାସ୍ତ୍ର ଅନୁସାରେ ସ୍ତ୍ରୀର ସ୍ଥାନ ସର୍ବଦା ପୁରୁଷଙ୍କ ବାମ ପଟରେ ହେବା ଉଚିତ।କାରଣ ସ୍ତ୍ରୀ ହେଉଛନ୍ତି ପୁରୁଷଙ୍କ ବଳ ବୋଲି ମାନା ଯାଇଥାଏ। ଏହି କାରଣରୁ ଅଧିକାଂଶ ଲୋକେ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଗଣେଶଙ୍କ ବାମ ପଟରେ ରଖି ପୂଜା କରିଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ ଏବଂ ଯାହାଫଳରେ ଘରର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡିଥାଏ। କିନ୍ତୁ ଧ୍ୟାନ ରଖିବେ କି ଦେବୀ ଲକ୍ଷ୍ମୀ ହେଉଛନ୍ତି ଭଗବାନ ଗଣେଶଙ୍କ ମାଆ। ତେଣୁ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଭଗବାନ ଗଣେଶଙ୍କ ଡାହାଣ ପଟରେ ରଖିବା ଉଚିତ।

୩/ ଶିବ ଲିଙ୍ଗ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂଜାଘରେ ଉତ୍ତର ଦିଗରେ ଶିବ ଲିଙ୍ଗ ରଖିବା ଉଚିତ। ଏହି କାରଣରୁ ଶିବ ଲିଙ୍ଗର ସାମ୍ନା ପଟ ଉତ୍ତର ପଟକୁ ରହିବା ଶୁଭ ମାନା ଯାଇଥାଏ। ଘରର ଉତ୍ତର ଦିଗରେ ପାରଦ ଶିବଲିଙ୍ଗ ରହିବାକୁ ଶୁଭ ଧରାଯାଏ। ଘରେ ଶିବ ଲିଙ୍ଗ ରଖିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ହେବା ସହିତ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ।

୪/ ହନୁମାନଙ୍କ ମୂର୍ତ୍ତି :-

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତିକୁ ଦକ୍ଷିଣ ପଟକୁ ମୁହଁ କରି ରଖିବା ଉଚିତ।କୁହାଯାଏ କି ପ୍ରଭୁ ହନୁମାନଙ୍କର ସର୍ବାଧିକ ପ୍ରଭାବ ଏହି ଦିଗରେ ରହିଥାଏ।ଏଭଳି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। କିନ୍ତୁ ଭୁଲରେ ମଧ୍ୟ ପ୍ରଭୁ ହନୁମାନଙ୍କ ଫଟୋକୁ ନିଜ ଶୋଇବା ଘରେ ରଖିବେ ନାହିଁ।

ତେବେ, ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କିପରି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବରେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *