Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ର ଗ୍ରହର ଗୋଚର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବାକୁ ଯାଉଛି, ଏହି ରାଶିର ଲୋକେ ହୋଇ ଯାଆନ୍ତୁ ତୁରନ୍ତ ସାବଧାନ।

ସେୟାର୍ କରନ୍ତୁ

ଶୁକ୍ର ଗ୍ରହ ମଇ ମାସ ୨୩ ତାରିଖ ଦିନ ମେଷ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି।ଶୁକ୍ର ଗ୍ରହର ଗୋଚର ୫ ଗୋଟି ରାଶିର ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ। ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ଏହି ସମୟରେ ସତର୍କ ରହିବା ଆବଶ୍ୟକ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହକୁ ଧନ, ସୁଖ, ସମ୍ପତ୍ତି, ଯଶର କାରକ ବୋଲି ମାନା ଯାଇଥାଏ। ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ସ୍ଥିତିରେ ରହିଛନ୍ତି, ତାହେଲେ ବ୍ୟକ୍ତିକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ଏହାସହିତ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ।

ବୃଷ ରାଶି ଓ ତୁଳା ରାଶିର ସ୍ବାମୀ ଶୁକ୍ର ଗ୍ରହ ଏବେ ମୀନ ରାଶିରେ ଅବସ୍ଥାନ କରିଛନ୍ତି ଏବଂ ମଇ ମାସ ୨୩ ତାରିଖ ଦିନ ରାତି ୮ ଘଟିକା ୩୯ ମିନିଟରେ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଏହାପରେ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶୁକ୍ର ଗ୍ରହ ମେଷ ରାଶିରେ ହିଁ ଅବସ୍ଥାନ କରିବେ।ଏହି ଗୋଚର ପ୍ରଭାବ ୫ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

ଶୁକ୍ର ଗ୍ରହର ଗୋଚର ସମୟରେ ସାବଧାନ ରୁହନ୍ତୁ ଏହି ରାଶିର ଲୋକେ :-

କର୍କଟ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ। ବ୍ୟାପାର କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ଅସୁସ୍ଥ ରହି ପାରନ୍ତି। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ତେଣୁ ଧର୍ଯ୍ୟ ରଖନ୍ତୁ ଓ ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରି ପାରନ୍ତି

କନ୍ୟା ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବା। ପାରିବାରିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। କ୍ୟାରିୟରରେ ଆପଣ ଅନେକ କଠିନ ପରିସ୍ଥିତିର ସାମ୍ନା କରି ଆଗକୁ ବଢ଼ିବେ। ଘରେ ପିତାମାତାଙ୍କ ସହିତ ବିବାଦ ହୋଇପାରେ। ଶ୍ଵଶୁର ଘର ଲୋକଙ୍କ ସହିତ ସମ୍ବନ୍ଧ ବିଗିଡି ପାରେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବା ପାଇଁ ସର୍ବଦା ପ୍ରୟାସ କରନ୍ତୁ।

ବିଛା ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହେବ। କ୍ୟାରିୟରରେ ଅନେକ କଠିନ ସମସ୍ୟା ସୃଷ୍ଟି ହେବ। କୌଣସି ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରି ପାରନ୍ତି। ଏହି ଯାତ୍ରା ସଫଳ ହେବ। ଆପଣଙ୍କୁ ନିଜ ପାର୍ଟନରଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ସାବଧାନ ରହିବା ଉଚିତ। ବ୍ୟାପାର କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହୋଇପାରେ।

ଧନୁ ରାଶି :-

ଏହି ରାଶିର ଲୋକଙ୍କୁ ନିଜ ବ୍ୟକ୍ତିଗତ ଜୀବନରେ ଅନେକ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ଘରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସମ୍ପର୍କକୁ ନେଇ ଆପଣ ସାବଧାନ ରୁହନ୍ତୁ। ଘରେ ସୁଖଶାନ୍ତି ବିଦ୍ୟମାନ ହେବା ପାଇଁ ମାଙ୍ଗଳିକ ଅନୁଷ୍ଠାନର ଆୟୋଜନ କରନ୍ତୁ।ଦେଖିବେ ଆପଣଙ୍କ ଜୀବନରେ ଶାନ୍ତି ଫେରି ଆସିବ।

ମୀନ ରାଶି :-

ଏହି ରାଶିର ଲୋକଙ୍କୁ ଜୀବନରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ସେଥିରେ ଆପଣ ସଫଳ ହେବେ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଉଚିତ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ବିରକ୍ତ ହୋଇ ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *