Excuse Me Odisha

ଯାହା କହିବୁ ସତ କହିବୁ

ରାଶି ଅନୁସାରେ ଜାଣି ରଖନ୍ତୁ ନିଜ ବିଷୟରେ ଏହି ଖାସ କଥା। ଜାଣନ୍ତୁ କଣ ସେହି ଖାସ କଥା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୁନିଆରେ ପ୍ରତ୍ୟେକ ପ୍ରାଣୀ ନିଜର ଖାସ ବିଶେଷ କାରଣ ସହ ଜନ୍ମ ହୋଇଥାଏ। ମନୁଷ୍ୟର ଭାବନା ଶକ୍ତି, ବୁଦ୍ଧି କାରଣରୁ ମନୁଷ୍ୟର ସ୍ଥାନ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଟେ। କିନ୍ତୁ ମନୁଷ୍ୟ ସ୍ଵଭାବ ବିଷୟରେ କହିବାକୁ ଗଲେ, ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବରେ କୌଣସି ନା କୌଣସି ଜୀବର ଭୂମିକା ରହିଥାଏ।

ଏହାର ଅର୍ଥ ହେଉଛି ଆତ୍ମିକ ଦୃଷ୍ଟିରୁ ତାର ସ୍ଵଭାବ କୋୖଣସି ବିଶେଷ ଜନ୍ତୁ ସହିତ ମିଳିଥାଏ।ଏହାର ମୁଖ୍ୟ କାରଣ ହେଉଛି ମନୁଷ୍ୟ ପୂର୍ବରୁ ଗୋଟେ ପଶୁ ହିଁ ଥିଲା। ଗ୍ରୀକ ଗ୍ରନ୍ଥରେ କୁହାଯାଇଥିବା ମାନବ ସ୍ୱଭାବ ବିଷୟରୁ ଏହା ଜଣା ପଡ଼ିଥାଏ କି, ମାନବ ସ୍ବଭାବକୁ ଆଧାର କରି ତାଙ୍କର ଆତ୍ମାର ତୁଳନା ବିଭିନ୍ନ ପ୍ରକାରର ଜିନିଷ ସହିତ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶି ମଧ୍ୟରେ କେଉଁ ପ୍ରାଣୀର ଆତ୍ମା ଅବସ୍ଥାନ କରିଛନ୍ତି।

ମେଷ ରାଶି :-

ଏହି ରାଶିର ଲୋକଙ୍କ ଆତ୍ମାର ତୁଳନା ପୌରାଣିକ କଥାର କାଳ୍ପିତ ବସ୍ତୁ ମାନବରୂପୀ ଗଧିଆ ସହିତ କରାଯାଇଛି। ଏମାନଙ୍କ ବିଷୟରେ କହିବାକୁ ଗଲେ, ଏମାନେ ନିଜ ଉଦେଶ୍ୟ ପୂରଣ କରିବା ପାଇଁ ନିଜକୁ ମନୁଷ୍ୟରୁ ମାନବରୂପୀ ଗଧିଆ ରୂପରେ ବଦଳେଇ ଦିଅନ୍ତି। କାରଣ ଏମାନେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଅଧିକ ଗୁରୁତ୍ୱ ଦେଇଥାନ୍ତି।

ବୃଷ ରାଶି:-

ଏହି ରାଶିର ଲୋକଙ୍କ ଆତ୍ମାକୁ ବନଦେବୀଙ୍କ ସହିତ ତୁଳନା କରାଯାଇଛି। ବନଦେବୀ ବହୁତ ସୁନ୍ଦର ହେବା ସହିତ ସମ୍ପୂର୍ଣ୍ଣ ଜଙ୍ଗଲର ଆତ୍ମା ତାଙ୍କ ପାଖରେ ହିଁ ରହିଥାଏ। ସେ ସମ୍ପୂର୍ଣ୍ଣ ଜଙ୍ଗଲର ପୋଷଣ କର୍ତ୍ତା ହୋଇଥାଆନ୍ତି। ଏହି ରାଶିର ଆତ୍ମା ବନଦେବୀ ହେବା କାରଣରୁ ଏହି ରାଶିର ଲୋକେ ପକୃତିକୁ ବହୁତ ଭଲ ପାଆନ୍ତି ।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ଆତ୍ମାର ତୁଳନା ଅପ୍ସରୀ ଏବଂ ପରୀ ମାନଙ୍କ ସହିତ କରାଯାଇଛି। ଏମାନଙ୍କ ପାଖରେ ପ୍ରଜାପତି ପରି ପଙ୍ଖ ରହିଥାଏ। ଏହି ରାଶିର ଲୋକେ ସ୍ୱଭାବରୁ ବହୁତ ମଜାଳିଆ ହୋଇଥାନ୍ତି। ଏହାସହିତ ଏମାନେ କେବେବି ମିଛ କହି ନଥାନ୍ତି।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ଆତ୍ମାର ତୁଳନା ମୋହିତ କରୁଥିବା ସ୍ତ୍ରୀଲୋକଙ୍କ ସହିତ କରାଯାଇଛି। ଏମାନେ ଦେଖିବାକୁ ଜଳପରୀ ସଦୃଶ୍ୟ ହୋଇଥାନ୍ତି ଏବଂ ସମୁଦ୍ରରେ ରହିଥାନ୍ତି। ଏମାନେ ବହୁତ ସୁନ୍ଦର ଗୀତ ଗାଆନ୍ତି ଏବଂ ନିଜର ମଧୁର କଣ୍ଠରେ ନାବିକ ମାନଙ୍କୁ ମୋହିତ କରି ଦୂର ସ୍ଥାନକୁ ନେଇ ପରେ ମାରିଦିଆନ୍ତି।

ସିଂହ ରାଶି :-

ଏହି ରାଶିର ଲୋକଙ୍କ ଆତ୍ମାର ତୁଳନା ପୌରାଣିକ ଦେବତା ମାନଙ୍କ ସହିତ କରାଯାଇଛି। ଏମାନେ ମଣିଷ ଏବଂ ଠାକୁରଙ୍କ ସନ୍ତାନ ହୋଇଥାନ୍ତି। ସାମାନ୍ୟ ମନୁଷ୍ୟ ଠାରୁ ଆକାରରେ ବଡ଼ ଏବଂ ଶକ୍ତିଶାଳୀ ହୋଇଥାନ୍ତି।ଏହାସହିତ ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ଏବଂ ବିଲାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି।

କନ୍ୟା ରାଶି : –

ଏହି ରାଶିର ଆତ୍ମାର ତୁଳନା ଗୋଟେ ଯାଦୁଗରଙ୍କ ଜୀବନ ସହିତ କରାଯାଇଛି। ଏମାନେ ସମାଜଠାରୁ ଦୂରରେ ରହିଥାନ୍ତି। କିନ୍ତୁ ଏମାନେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପଛେଇ ନଥାନ୍ତି। ବେଳେବେଳେ ଏମାନେ ଆପଣଙ୍କ ରାସ୍ତାର କଣ୍ଟା ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ଶାନ୍ତି ବହୁତ ପ୍ରିୟ ଅଟେ।

ତୁଳା ରାଶି : –

ଏହି ରାଶିର ଆତ୍ମାର ତୁଳନା ପରିକ୍ରମା ବିଶିଷ୍ଟ ସ୍ୱଭାବର ସ୍ତ୍ରୀଲୋକଙ୍କ ସହିତ କରାଯାଇଛି। ଏମାନେ ସୁନ୍ଦରତା ରକ୍ଷକ ହୋଇଥାନ୍ତି।,ଏମାନେ ସବୁବେଳେ ସୁନ୍ଦର ଲୋକଙ୍କୁ ରକ୍ଷା କରିଥାନ୍ତି। ଏମାନଙ୍କୁ ସୌନ୍ଦର୍ଯ୍ୟ, ଦାୟିତ୍ବବାନର ପ୍ରତୀକ ମଧ୍ୟ କୁହାଯାଏ।

ବିଛା ରାଶି :-

ଏହି ରାଶିର ଆତ୍ମାର ତୁଳନା ପିଶାଚ ମାନଙ୍କ ସହିତ କରାଯାଇଛି। ଏମାନେ ବହୁତ ଶକ୍ତିଶାଳୀ ଏବଂ ଆକର୍ଷକ ହୋଇଥାନ୍ତି । ଏମାନଙ୍କୁ ଅଟକାଇବା କିମ୍ବା ବିରୋଧ କରିବା ସମ୍ଭବ ହୋଇନଥାଏ । ଏମାନେ କାହାକୁ କିଛି କରିବାକୁ ବାଧ୍ୟ କରିନଥାନ୍ତି କିନ୍ତୁ ଉଗ୍ର ହୋଇଥାନ୍ତି ।ଏହାସହିତ ଏମାନେ ନିଜ କାର୍ଯ୍ୟ ହାସଲ କରିବା ପାଇଁ ବହୁତ ତଳକୁ ମଧ୍ୟ ଖସି ଯାଇଥାନ୍ତି।

ଧନୁ ରାଶି :-

ଏହି ରାଶିର ଆତ୍ମାର ତୁଳନା ଏକପ୍ରକାର ପଶୁ ସହ କରାଯାଇଛି, ତାହା ହେଉଛି ଅଧା ଘୋଡା ଓ ଅଧା ମାନବ। ଏହି ପଶୁ ଶାରୀରିକ ଶକ୍ତି ଏବଂ ବୁଦ୍ଧିର ପ୍ରତିନିଧିତ୍ଵ କରିଥାନ୍ତି। ବିଚାରରେ ଏମାନେ ଦାର୍ଶନିକ ଏବଂ ଶିକ୍ଷକ ହୋଇଥାନ୍ତି।

ମକର ରାଶି :-

ଏହି ରାଶିର ଆତ୍ମାର ସ୍ଵଭାଵ ଏକ କାମକ ପୁରୁଷ ସହିତ କରାଯାଇଛି, ଯାହାର ଅଧା ଶରୀର ମଣିଷ ଓ ଅଧା ଛେଳି ହୋଇଥାଏ। ଏମାନେ ଶାରୀରିକ ସୁଖ କେବଳ ସଂଭୋଗ ପାଇଁ ହୋଇଥାଏ ବୋଲି ଚିନ୍ତା ଭାବନା କରିଥାନ୍ତି। ବୟସ ବଢ଼ିବା ସହ ଏମାନେ ବହୁତ ଦାଇତ୍ଵବାନ ହୋଇ ଯାଇଥାନ୍ତି।

କୁମ୍ଭ ରାଶି :-

ଏହି ରାଶିର ଆତ୍ମାର ତୁଳନା ଜଣେ ଅସାଧାରଣ ଜୀବ ସହିତ କରାଯାଇଛି। କାରଣ ଏମାନଙ୍କ ପାଖରେ ରଚନାତ୍ମକତା ଗୁଣ ବହୁତ କମ ପରିମାଣରେ ଦେଖା ଯାଇଥାଏ। ଏହି ରାଶିର ଲୋକମାନେ ବୁଦ୍ଧିମାନ ,କମ ଭାବୁକ ଓ କ୍ରାନ୍ତିକାରୀ ବିଚାରର ହୋଇଥାନ୍ତି। ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି।

ମୀନ ରାଶି :-

ଏହି ରାଶିର ଆତ୍ମାର ତୁଳନା ଜଳପରୀ ସହିତ କରାଯାଇଛି। ଏହା ଅଧା ମଣିଷ ଓ ଅଧା ମାଛର ସଦୃଶ ଅଟେ। କିମ୍ବଦନ୍ତୀ ଅନୁସାରେ ଏମାନେ ସମୁଦ୍ରରେ ରହିଥାନ୍ତି। ଏହାସହିତ ଏମାନେ ବହୁତ ଆଧ୍ୟାତ୍ମିକ ହେବା ସହିତ ଏମାନଙ୍କ ସ୍ୱର ବହୁତ ସୁନ୍ଦର ହୋଇଥାଏ। ଏହି କାରଣ ଯୋଗୁଁ ମୀନ ରାଶିର ବ୍ୟକ୍ତିମାନେ ବହୁତ ସୁନ୍ଦର ଓ ଆଧ୍ୟାତ୍ମିକ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *