ରୋଷେଇ ଘରେ ଶୋଉଥିବା ସ୍ତ୍ରୀମାନେ ଏହି ପୋଷ୍ଟକୁ ନିଶ୍ଚୟ ଥରେ ପଢି ନିଅନ୍ତୁ,ତିଳେ ହେଲେ ମଧ୍ୟ କରନ୍ତୁ ନାହିଁ ଏହି ୪ଟି ଭୁଲ !
ଭଗବାନ ଶ୍ରୀକୃଷ୍ଣ ବାସ୍ତୁଶାସ୍ତ୍ରର ବିଶେଷ ଜ୍ଞାନ ରଖିଛନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରର ମହତ୍ୱ ସବୁଠାରୁ ଅଧିକ ରହିଛି। କାରଣ ଏହି ସ୍ଥାନରୁ ସମ୍ପୂର୍ଣ୍ଣ ଘରକୁ ଉର୍ଜା ପ୍ରାପ୍ତ ହୋଇଥାଏ। ସେହି ଘରେ ବାସ କରୁଥିବା ସମସ୍ତ ପ୍ରାଣୀଙ୍କ ତୃପ୍ତି ଏହି ସ୍ଥାନରୁ ହୋଇଥାଏ ଅର୍ଥାତ ଏହି ସ୍ଥାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।
ଅନ୍ୟ ସ୍ଥାନରେ ବାସ୍ତୁର ସାଧାରଣ ନିୟମକୁ ଅଣଦେଖା କରିହେବ କିନ୍ତୁ ରୋଷେଇ ଘରେ ଆମକୁ ବାସ୍ତୁର ନିୟମର ପାଳନ କଠୋରତାର ସହିତ କରିବା ଉଚିତ। ବାସ୍ତୁଶାସ୍ତ୍ରରେ ରୋଷେଇ ଘରର ଦିଗ ରୋଷେଇ ଘରେ ରଖା ଯାଉଥିବା ଜିନିଷ ରୋଷେଇ ଘରେ କରାଯାଉଥିବା ସବୁ କ୍ରିୟା ବିଷୟରେ ମହତ୍ତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ଯାହାକୁ ଆପଣ ସମସ୍ତଙ୍କୁ ଜାଣିନେବା ଉଚିତ
ବାସ୍ତୁ ଅନୁସାରେ କୌଣସି ବି ସ୍ତ୍ରୀଙ୍କୁ ନିଜର ରୋଷେଇ ଘରେ ଏହି ୪ ଟି କାମ କରିବା ଉଚିତ ନୁହେଁ। ଯେଉଁ ବି ଲୋକ ନିଜ ରୋଷେଇ ଘରେ ଏହି ୪ ଟି କାମ କରିଥାନ୍ତି ତାଙ୍କ ଉପରେ ସବୁ ଦେବୀ ଦେବତା କ୍ରୋଧିତ ହୋଇଯାନ୍ତି ଏବଂ ମା ଲକ୍ଷ୍ମୀ ମଧ୍ୟ ଏମିତି ସ୍ଥାନ ଛାଡି ଚାଲିଯାନ୍ତି
ରୋଷେଇ ଘର ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାନ ହୋଇଥାଏ ଏଠାରେ ଅଗ୍ନିଦେବ ବ୍ରହ୍ମ ଦେବ ବରୁଣ ଦେବ ସମସ୍ତେ ବାସ କରିଥାନ୍ତି। ଏହା ସବୁ ପ୍ରକାରର ଭୌତିକ ଏବଂ ଆଧ୍ୟାତ୍ମିକ ଉର୍ଜାର ସ୍ଥାନ ଅଟେ। ଏହି ସ୍ଥାନ ଉପରେ କୌଣସି ଅଶୁଭ ଏବଂ ଅମଙ୍ଗଳ କାର୍ଯ୍ୟ କରିବା ଦ୍ୱାରା ଏହି ସ୍ଥାନର ପବିତ୍ରତା ସମାପ୍ତ ହୋଇଯାଇଥାଏ। ଯେଉଁ କାରଣରୁ ତାର ପ୍ରଭାବ ସେହି ଘରେ ବାସ କରିଥିବା ଦମସ୍ତ ମନୁଷ୍ୟଙ୍କ ଉପରେ ପଡିଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ଅଗ୍ନି କୋଣରେ ତଥା ଦକ୍ଷିଣ ଏବଂ ପୂର୍ବ ଦିଗର ମଧ୍ୟମ ଦିଗରେ ହିଁ ବନେଇବା ଉଚିତ। ରୋଷେଇ ଘରର ସମ୍ବଦ୍ଧ ଅଗ୍ନି ତତ୍ୱର ହୋଇଥାଏ। ଏଥିପାଇଁ ଏହି ଦିଗକୁ ସର୍ବତମ ମାନାଯାଏ। ଅନ୍ୟ ଦିଗରେ ନିର୍ମିତ ରୋଷେଇ ଘର ଅଧିକ ଲାଭକାରୀ ସିଦ୍ଧ ହୋଇନଥାଏ।
ଭଜନ ପ୍ରସ୍ତୁତ କରୁଥିବା ସମୟରେ ବି ସ୍ତ୍ରୀଙ୍କୁ ନିଜର ମୁଖ ପୂର୍ବ ଦିଗକୁ କରିବା ଉଚିତ। ଏହା ଦ୍ବାରା ଘରେ କେବେବି ରୋଗର ଛାୟା ପଡେ ନାହିଁ। ପଶ୍ଚିମ ଏବଂ ଉତ୍ତର ଦିଗକୁ ମୁଖ କରି ଭଜନ ପ୍ରସ୍ତୁତ କରିବା ଦ୍ୱାରା ଦୈନିକ ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ଶାରିରୀକ କମଜୋରି ଆସିଥାଏ। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଦ୍ୱାର ରହିବା ଉଚିତ ନୁହେଁ। ଏହା ଦ୍ବାରା ବି ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ
ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ କାମ କରିବା ଉଚିତ ନୁହେଁ।
ଭଗବାନ ଶ୍ରୀକୃଷ୍ଣ କୁହନ୍ତି ରୋଷେଇ ଘରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ଭଜନ ସ୍ଵୟଂ ହିଁ ଖାଇନେବା ପାପ ଅଟେ। ରୋଷେଇ ଘରେ ପ୍ରସ୍ତୁତ ଭଜନକୁ ସର୍ବଦା ବାଣ୍ଟି କରି ଖାଇବା ଉଚିତ। ସର୍ବପ୍ରଥମେ ଅଗ୍ନିଙ୍କୁ ଭୋଗ ଲଗେଇବା ଉଚିତ। ସର୍ବପ୍ରଥମ ରୋଟି ଗୋମାତାଙ୍କ ପାଇଁ କାଢି ନେବା ଉଚିତ ଏବଂ ଅନ୍ତିମ ରୋଟି କୁକୁର କୁଆ ପାଇଁ କାଢ଼ିବା ଉଚିତ। ଭଜନ ପ୍ରସ୍ତୁତ କରୁଥିବା ସମୟରେ ସର୍ବପ୍ରଥମ ଅଧିକାର ଅତିଥି ମାନଙ୍କର ହୋଇଥାଏ।
ଯଦି ଅତିଥି ଆସନ୍ତି ନାହିଁ ତ ତାଙ୍କ ପାଇଁ ଅଳ୍ପ ଟିକେ ଭଜନ ଅବଶ୍ୟ କାଢି ଦେବା ଉଚିତ। ଏହା ପରେ ହିଁ ଭଜନ ଗ୍ରହଣ କରିବା ଉଚିତ। ଯଦି ଦ୍ଵାରକୁ କେହି ଆସନ୍ତି ଆଉ ତାଙ୍କର ଅନାଦର ହେଲେ ବି ମହାପାପ ବୋଲି ମାନାଯାଏ। ଯେଉଁ ଘରେ ରୋଷେଇ ଘରେ ପ୍ରସ୍ତୁତ ଭଜନ ଦ୍ୱାରକୁ ଆସିଥିବା ଅତିଥିଙ୍କୁ ପ୍ରାପ୍ତ ହୋଇନଥାଏ ଏମିତି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ।
ରୋଷେଇ ଘରର ସ୍ଵଛତା। ଅସ୍ବଛ ରୋଷେଇ ଘର ଦାରିଦ୍ର୍ୟତାର ଚିହ୍ନ ଅଟେ। ଯେଉଁ ଘରର ସ୍ତ୍ରୀ ରୋଷେଇ ଘରକୁ ପରିଷ୍କାର ରଖନ୍ତି ନାହିଁ ଅର୍ଥାତ ରୋଷେଇ ଘରକୁ ସର୍ବଦା ଅପରିଷ୍କାର ରଖିଥାନ୍ତି ଏମିତି ସ୍ତ୍ରୀଙ୍କ ଘରକୁ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ରୋଷେଇ କରିବା ପୂର୍ବରୁ ରୋଷେଇ ଘରକୁ ପରିଷ୍କାର କରିବା ଉଚିତ ଏବଂ ପରିଷ୍କାର ବାସନରେ ଭଜନ ପ୍ରସ୍ତୁତ କରିବା ଉଚିତ।
ରୋଷେଇ ଘରେ ଭଙ୍ଗା ରୁଜା ବାସନ ରଖିବା ବି ଦୁର୍ଭାଗ୍ୟର ଚିହ୍ନ ଅଟେ। ରାତିରେ କେବେବି ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏହା ଦ୍ବାରା ରୋଷେଇ ଘରେ ନକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ।
ବିନା ସ୍ନାନ ନକରି ଭଜନ ପ୍ରସ୍ତୁତ କରିବା। ବାସ୍ତୁଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କୁ ବିନା ସ୍ନାନ ନକରି ଭଜନ ପ୍ରସ୍ତୁତ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ବିନା ସ୍ନାନରେ ପ୍ରସ୍ତୁତ ଭଜନ ଅଶୁଦ୍ଧ ହୋଇଥାଏ। ଏମିତି ଭଜନ ଦେବତା କେବେବି ଗ୍ରହଣ କରନ୍ତି ନାହିଁ। ସ୍ନାନ କରିବା ପରେ ରୋଷେଇ କରିବା ଉଚିତ।
ରୋଷେଇ ଘରେ ଶୋଇବା ବାସ୍ତୁଶାସ୍ତ୍ରରେ ବର୍ଜିତ କରାଯାଇଛି। ଏହା ଦ୍ବାରା ଜୀବନରେ ଦୁର୍ଭାଗ୍ୟ ବନି ରହିଥାଏ। ରୋଷେଇ ଘରେ ଶୋଇବା ଦ୍ୱାରା କ୍ଳେଶର ବାତାବରଣ ସୃଷ୍ଟି ହୋଇଥାଏ। ରୋଷେଇ ଘରେ ଉଗ୍ର ପଦାର୍ଥର ସ୍ଥାନ ହୋଇଥାଏ। ଏଠାରେ ଉର୍ଜାର ପ୍ରଭାବ ଅଧିକ ମାତ୍ରାରେ ଥାଏ। ଆମକୁ ଶୟନ କରିବା ପାଇଁ ଶାନ୍ତ ସ୍ଥାନର ଆବଶ୍ୟକତା ଥାଏ। ରୋଷେଇ ଘରେ ଶୟନ କରିଲେ ଖରାପ ସ୍ୱପ୍ନ ଆସିଥାଏ। ମନରେ ଭୟ ସୃଷ୍ଟି ହୋଇଥାଏ। ଏହି ଉଗ୍ର ଜିନିଷର ପ୍ରଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ବି ପଡିପାରେ। ଏଥିପାଇଁ ରୋଷେଇ ଘରେ କେବେବି ଶୟନ କରିବା ଉଚିତ ନୁହେଁ।