Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଏହି ଦେବତା ମାନଙ୍କର ମୂର୍ତି ଏକାଠି କେବେ ବି ରଖନ୍ତୁ ନାହିଁ ! ଭୟଙ୍କର ପାପ ଲାଗିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଦେବତା ମାନଙ୍କର ମୂର୍ତି ଏକା ସହିତ ରଖନ୍ତୁ ନାହିଁ। ଭୟଙ୍କର ପାପ ଲାଗିଥାଏ

ବନ୍ଧୁଗଣ ସମସ୍ତଙ୍କ ଘରେ ପୂଜା ସ୍ଥାନ ଥାଏ। ପୂଜା ସ୍ଥାନ ନଥିଲେ ମଧ୍ୟ ଭଗବାନଙ୍କ ଫୋଟ ନିଶ୍ଚୟ ଥିବ ଏବଂ ପ୍ରତିଦିନ ପୂଜା ମଧ୍ୟ କରୁଥିବେ। ଘରେ ମନ୍ଦିର ବନେଇବାର କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର ଐଶ୍ଵଣ୍ୟ କୋଣରେ ରହିବା ଉଚିତ। ଯଦି ଇସାଣ କୋଣରେ ଜାଗା ନାହିଁ ତ ପୂର୍ବ ଦିଗରେ ରହିବା ଉଚିତ। ଏହା ବହୁତ ମଙ୍ଗଳକାରୀ ଏବଂ ଶୁଭ ମାନାଯାଏ।ପୂଜା ସ୍ଥାନକୁ ବାରମ୍ବାର ଚେଞ୍ଜ କରନ୍ତୁ ନାହିଁ। ପୂଜା ଘର ଗାଢ଼ ରଙ୍ଗରେ ବନେଇବେ ନାହିଁ

ପୂଜା ଘରେ କେତୋଟି ଦେବା ଦେବୀଙ୍କର ଫୋଟ ରହିବା ଉଚିତ ଏହା ସହିତ କେଉଁ ଦେବା ଦେବୀଙ୍କର ଫୋଟ ଏକା ସହିତ ରଖିବା ଉଚିତ ନୁହେଁ ଏବଂ ପୂଜା ଘରେ କେଉଁ ଦେବା ଦେବୀଙ୍କର ଫୋଟ ରହିବା ଉଚିତ ନୁହେଁ ଏହି ବିଷୟରେ ଆସନ୍ତୁ ଜାଣିବା।

ପୂଜା ଘରକୁ ନିଜର ଷ୍ଟୋର ରୁମରେ କିମ୍ବା ରୋଷେଇ ଘରେ ନିର୍ମାଣ କରନ୍ତୁ ନାହିଁ ନଚେତ ଆପଣଙ୍କର ପୂଜାର ଫଳ ସେତିକି ମିଳିବ ନାହିଁ ଯେତିକି ଆପଣ ଚାହାନ୍ତି। କାରଣ ପୂଜା କରିବା ସମୟରେ ମନ ଶାନ୍ତ ରହିବା ଉଚିତ । ଶାନ୍ତ ମନରେ କରାଯାଉଥିବା ପୂଜାର ଫଳ ଶୀଘ୍ର ହିଁ ଫଳପ୍ରଦ ହୋଇଥାଏ।

ପୂଜା ସ୍ଥାନରେ ଧୂପ ଝୁଣା ଜଳାନ୍ତୁ ଘିଅର ଦୀପ ଜଳାନ୍ତୁ।

ପୂଜା ଘରେ ମୂର୍ତି ଏମିତି ସ୍ଥାପନା କରିବା ଉଚିତ ଯେମିତି ବ୍ୟକ୍ତିଙ୍କ ମୁଖ ପୂଜା କରିବା ସମୟରେ ଇସାଣ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗକୁ ହେବା ଉଚିତ।

ପୂଜା ଘରେ ସର୍ବଦା ସଫା ସୁତରା ମୂର୍ତ୍ତି ବା ଫୋଟ ରଖିବା ଉଚିତ। ମୂର୍ତ୍ତି ସର୍ବଦା ଧାତୁ ମାଟି ଅଥବା ପଥରରେ ହେବା ଉଚିତ। ମାଟିର ମୂର୍ତ୍ତି ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ କିନ୍ତୁ ଏହା ଭିତରୁ ଫୋମ୍ପା ହେବା ଉଚିତ ନୁହେଁ।

ସାମନ୍ୟତ ଘରେ ମୂର୍ତ୍ତି ଗୁଡିକର ଆକୃତି ଛିଡା ହେବା ଅପେକ୍ଷା ବସି ରହିବା ଉଚିତ। ଛିଡା ହୋଇଥିବା କୌଣସି ବି ଦେବୀ ଦେବତାଙ୍କ ଫୋଟ ଘରକୁ ଆଣିବା ଉଚିତ ନୁହେଁ। ସବୁ ଦେବୀ ଦେବତା ବିରାଜମାନ ଅବସ୍ଥାରେ ରହିବା ଉଚିତ।

ଦେବୀ ଦେବତାଙ୍କର ଫୋଟରେ ଯାହାବି ବାହାରିଥିବ ବାସୀ ଫୁଲ ମାଳ ଧୂପ ଆଦିର ପାଉଁଶ ଥାଏ ଏବଂ ସଫା କରାଯାଉଥିବା ଜଳକୁ ନଡ଼ିଆର ଖଣ୍ଡ ପୁରୁଣା କପଡା ଇତ୍ୟାଦିକୁ ଅନାବଶ୍ୟକ ନଭାବି ଫୋପାଡ଼ି ଦେବା ଉଚିତ ନୁହେଁ। ତାହା ସବୁକୁ ପ୍ରବାହିତ ଜଳରେ ଭସେଇ ଦେବା ଉଚିତ।

ଦେବୀ ଦେବତାଙ୍କର ପୂଜା ଗୋଟେ ସ୍ଥାନରେ ସ୍ଥିର ହୋଇ ଗୋଟେ ଆସନରେ ହିଁ ବସି କରି କରିବା ଉଚିତ। ଭୁଲରେ ବି ଭୂମି ଉପରେ ବସି ପୂଜା କରିବା ଉଚିତ ନୁହେଁ।

ପୂଜା ଘରେ ଯଜ୍ଞ କୁଣ୍ଡ ଅଗ୍ନି କୋଣରେ କରିବା ଉଚିତ କିନ୍ତୁ ଯଜ୍ଞ କରୁଥିବା ସମୟରେ ନିଜର ମୁଖ ପୂର୍ବ ଦିଗକୁ ରହିବା ଉଚିତ।

ପ୍ରତ୍ୟକ ପୂଜା କାର୍ଯ୍ୟରେ ସର୍ବପ୍ରଥମେ ପଞ୍ଚ ଦେବଙ୍କ ପୂଜା କରିବା ଉଚିତ। ଏହି ପଞ୍ଚ ଦେବ ହେଉଛନ୍ତି ଭଗବାନ ସୂର୍ଯ୍ୟଦେବ ଭଗବାନ ଗଣେଶ ମା ଦୁର୍ଗା ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ଅଟନ୍ତି ଏବଂ ପୂଜା ଘରେ ଭଗବାନ ବ୍ରହ୍ମା ବିଷ୍ଣୁ ଶିବ କାର୍ତ୍ତିକେୟ ସୂର୍ଯ୍ୟ ଏବଂ ଇନ୍ଦ୍ରଦେବଙ୍କୁ ଏମିତି ପ୍ରତିଷ୍ଠା କରିବା ଉଚିତ କି ଆରୋଧନା କରିବା ସମୟରେ ମନୁଷ୍ୟଙ୍କ ମୁଖ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ରହିବା ଉଚିତ

ଦେବୀ ଦେବତାଙ୍କ ପ୍ରତିମା ଉତ୍ତର ଦିଗ କାନ୍ଥରେ କେବେବି ଲଗେଇବା ଉଚିତ ନୁହେଁ ନଚେତ ସେମାନେ ଦକ୍ଷିଣା ମୁଖୀ ହୋଇଯିବେ। କୁବେରଙ୍କ ସ୍ଥାନ ଉତ୍ତର ଦିଗ ଅଟେ। ଲକ୍ଷ୍ମୀ ଉତ୍ତର ପୂର୍ବ ଦିଗରେ ରୁହନ୍ତି। ସ୍ୱରସ୍ୱତୀ ପଶ୍ଚିମ ଦିଗରେ ବାସ କରନ୍ତି। ମା ଲକ୍ଷ୍ମୀଙ୍କ ପୂଜା ସର୍ବଦା ପୂର୍ବ କିମ୍ବା ପଶ୍ଚିମ ଦିଗକୁ ମୁଖ କରି କରିବା ଉଚିତ। ଭଗବାନ ଗଣେଶଙ୍କର ସ୍ଥାପନା ଦକ୍ଷିଣ ଦିଗକୁ କରିବା ଉଚିତ। ଏମିତି କଲେ ତାଙ୍କ ଦୃଷ୍ଟି ଉତ୍ତର ଆଡ଼କୁ ରହିବ।

ଘରର ମନ୍ଦିରରେ ୨ ଟି ଶିବ ଲିଙ୍ଗ ୩ଟି ଗଣେଶ ୨ଟି ଶଙ୍ଖ ୩ଟି ଦୁର୍ଗା ଏବଂ ୨ଟି ଗୋମତି ଚକ୍ରର କେବେବି ପୂଜା କରିବା ଉଚିତ ନୁହେଁ।

ମାଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଭଗବାନ ଗଣେଶଙ୍କ ବ୍ୟତୀତ ଭଗବାନ ବିଷ୍ଣୁଙ୍କର ବି ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ ଏବଂ ଲକ୍ଷ୍ମୀ ନାରାୟଣଙ୍କର ପୂଜା ସର୍ବଦା ଏକା ସହିତ କରିବା ଉଚିତ। ଏମିତି କରିଲେ ଦାମ୍ଫତ୍ୟ ଜୀବନରେ ସୁଖ ଶାନ୍ତି ରହିଥାଏ ଏବଂ ମତଭେଦ କମ ହୋଇଥାଏ।

ଭଗବାନ ବିଷ୍ଣୁଙ୍କ ପାଖରେ ଶିବ ଲିଙ୍ଗ କେବେବି ରଖିବା ଉଚିତ ନୁହେଁ କାରଣ ଭଗବାନ ବିଷ୍ଣୁ ତୁଳସୀ ପତ୍ର ବିନା ଭୋଗ ଗ୍ରହଣ କରନ୍ତି ନାହିଁ ଏବଂ ଭଗବାନ ଶିବ ଲିଙ୍ଗ ଉପରେ ତୁଳସୀ ପତ୍ର ଅର୍ପଣ କରିବା ବର୍ଜିତ ମାନାଯାଇଛି। ଏଥିପାଇଁ ଶିବ ଲିଙ୍ଗ ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ଅଲଗା ଅଲଗା ରଖିବା ଉଚିତ।

ଘରେ ଭଗବାନ ହନୁମାନଙ୍କ ଫୋଟ ନିଶ୍ଚୟ ରଖିବା ଉଚିତ। ସଙ୍କଟ ମୋଚନ ହନୁମାନ ଆମର ସୁରକ୍ଷା କରିଥାନ୍ତି ଏବଂ ଆମର ସବୁ କୃଷ୍ଟକୁ ହରଣ କରିଥାନ୍ତି। କିନ୍ତୁ ଧ୍ୟାନ ରଖିବେ ଭଗବାନ ହନୁମାନଙ୍କ ଫୋଟ କିମ୍ବା ମୂର୍ତ୍ତି ଏମିତି ଲଗେଇବା ଉଚିତ ଯେମିତି ତାଙ୍କ ସହିତ ଭଗବାନ ଶ୍ରୀ ରାମଚନ୍ଦ୍ର ଅବଶ୍ୟ ଥିବେ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ବ୍ୟତିତ ଯଦି ମା ସୀତା ଏବଂ ଲକ୍ଷ୍ମଣ ବି ଥିବେ ତ ବହୁତ ଭଲ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କୁ ରାଧାଙ୍କ ବିନା ଅଧୁରା ମାନାଯାଏ। ଏଥିପାଇଁ ପୂଜା ଘରେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କ ଫୋଟ ଅବଶ୍ୟ ରଖିବା ଉଚିତ। ଏହା ସହିତ ଲକ୍ଷ୍ମୀ ନାରାୟଣ ଶିବ ପାର୍ବତୀଙ୍କର ଏକା ସହିତ ପୂଜା କରିଲେ ଅନେକ ଗୁଣା ପୂଜାର ଫଳ ପ୍ରାପ୍ତ ହୋଇଥାଏ

ପୂଜା ଘରେ କେବେବି ମା କାଳୀ ଭୈରବୀ ଏବଂ ଶନିଦେବ ଏହି ୩ ଜଣଙ୍କ ମୂର୍ତ୍ତି କିମ୍ବା ଫୋଟ ଏକା ସହିତ ରଖିବା ଉଚିତ ନୁହେଁ କାରଣ ଏହି ୩ ଜଣଙ୍କୁ ଅତ୍ୟନ୍ତ ଉଗ୍ର ହୋଇଥାନ୍ତି। ଏହି ୩ ଜଣଙ୍କ ମୂର୍ତ୍ତି ପୂଜା ଘରେ ଭୁଲରେ ବି ରଖିବା ଉଚିତ ନୁହେଁ କାରଣ ଏହି ମୂର୍ତ୍ତି ଗୁଡିକର ପୂଜା କରିବାର ବିଧି ବହୁତ କଠିନ ଅଟେ। ଏହି ମୂର୍ତ୍ତି ଗୁଡିକର ପୂଜା କରିବାର ନିୟମ ବହୁତ କଷ୍ଟ ହୋଇଥାଏ ଏବଂ ସାଧାରଣ ମନୁଷ୍ୟ ଏହି ନିୟମର ପାଳନ କରିପାରିବେ ନାହିଁ। ଏଥିପାଇଁ ଏହି ମୂର୍ତ୍ତି ଗୁଡିକୁ ଘରେ ରଖିବା ବର୍ଜିତ ମାନାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *