Excuse Me Odisha

ଯାହା କହିବୁ ସତ କହିବୁ

ମଇ ମାସ 23 ତାରିଖ ପାଖରୁ ଏହି ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ଶୁକ୍ର ଗ୍ରହ ମଇ ମାସ ୨୩ ତାରିଖ ଦିନ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶୁକ୍ର ଗ୍ରହର ଏହି ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବରେ ୫ ଗୋଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଶୁକ୍ର ଗ୍ରହକୁ ସୌଭାଗ୍ୟର ପ୍ରତୀକ ବୋଲି ମାନା ଯାଇଥାଏ। ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ।କିଛି ରାଶିର ଲୋକଙ୍କ ଜୀବନରେ ଶୁଭ ଓ ଅଶୁଭ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମଇ ମାସ ୨୩ ତାରିଖ ଦିନ ଶୁକ୍ର ଗ୍ରହ ମୀନ ରାଶିରୁ ବାହାରି ମେଷ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଏହାର ପ୍ରଭାବ କିପରି ରହିବ, ଆସନ୍ତୁ ସେହି ବିଷୟରେ ଜାଣିବା।

ଆର୍ଥିକ ସ୍ଥିତିରେ ସୁଧାର ଆସିବ :-

ଧନୁ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିବ।ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରିବା ଦ୍ୱାରା ଆପଣ ଲାଭବାନ ହେବେ।ଆପଣ ନୂତନ ବାହନ କ୍ରୟ କରି ପାରନ୍ତି। ଘରର ପରିବେଶ ସୁଖମୟ ରହିବା ସହିତ ସମସ୍ତ ଦେବଦେବୀ ଆପଣଙ୍କ ପରିବାର ଉପରେ ପ୍ରସନ୍ନ ରହିବେ।

ମେଷ ରାଶି :-

ଶୁକ୍ର ଗ୍ରହ ମୀନ ରାଶିରୁ ମେଷ ରାଶିକୁ ପ୍ରବେଶ କରିବାର ପ୍ରଭାବ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣ ସର୍ବଦା ଖୁସିରେ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ପାରିବାରିକ ଜୀବନ ସୁଖମୟ ହେବା ସହିତ ଆପଣ ପରିବାର ଲୋକଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବେ। ଘରର ଖର୍ଚ୍ଚରେ ନିୟନ୍ତ୍ରଣ ଆସିବ।

ବ୍ୟବସାୟ ପାଇଁ ଶୁଭ ସମୟ :-

ବିଛା ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ବ୍ୟାପାର ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କୁ ଘରର ଖର୍ଚ୍ଚ ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଅଚାନକ ଧନଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନୂତନ ବାହନ କ୍ରୟ କରି ପାରନ୍ତି।

କୁମ୍ଭ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରସନ୍ନ କରିବ।କୌଣସି ସ୍ଥାନରେ ନିବେଶ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ନୂତନ ଜମିବାଡ଼ି ଓ ନୂତନ ବାହନ କ୍ରୟ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ଅନେକ କଠିନ ପରିସ୍ଥିତିରେ ମଧ୍ୟ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

ମିଥୁନ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର ବିମର୍ଶ କରି ନିଅନ୍ତୁ। ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ଜମିବାଡ଼ି କ୍ରୟ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *