Excuse Me Odisha

ଯାହା କହିବୁ ସତ କହିବୁ

ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା ଆଳସୁଆ ଆସିବା ଫୁଲ ତଳେ ପଡିଯିବା ଦୀପ ଲିଭି ଯିବା ଛିଙ୍କ ଆସିବା ଦୀପ ଜୋରରେ ଜଳିବାକୁ ଲାଗିବାର ଅର୍ଥ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା କରିବା ସମୟରେ ଆଖିରୁ ଲୁହ ଆସିବା ଆଳସୁଆ ଆସିବା ଫୁଲ ତଳେ ପଡିଯିବା ଦୀପ ଲିଭି ଯିବା ଛିଙ୍କ ଆସିବା ଦୀପ ଜୋରରେ ଜଳିବାକୁ ଲାଗିବାର ଅର୍ଥ।

ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ କେବେ କେବେ ପାଣି ଆସିଯାଏ ତାହା ସହିତ କିଛି ଲୋକଙ୍କୁ କେବେ କେବେ ପୂଜା କରିବା ସମୟରେ ହାଇ ଆସିଥାଏ ଅଳସୁଆ ଲାଗିଥାଏ ଏବଂ କିଛି ଲୋକଙ୍କୁ ମଧ୍ୟ ଛିଙ୍କ ଆସିଥାଏ ତ କେବେ କେବେ ଫୁଲ ପଡିଯାଇଥାଏ ଆଉ କିଛି ଲୋକଙ୍କୁ ଖରାପ ବିଚାର ଆସିଥାଏ ଏହାର କାରଣ କଣ ହୋଇପାରେ।

ପୂଜା କରିବା ସମୟରେ ବହୁତ ଶୁଭ ଏବଂ ଅଶୁଭ ଜିନିଷ ହୋଇଥାଏ ଯାହା ଆମକୁ ଏହା ଜଣେଇଥାଏ କି ଆଜି ଆପଣଙ୍କ ଜୀବନରେ କଣ ହେବାକୁ ଯାଉଛି। କେବେ କେବେ ବହୁତ ସମସ୍ୟା ଘେରି ଯାଇଥାଏ ତ ଏହାର ଅର୍ଥ କଣ ହୋଇପାରେ ଆମେ ବୁଝି ପାରିନଥାଉ। ଆଜି ଆମେ ପୂଜା କରିବା ସମୟରେ ଭଗବାନ ଆମକୁ ଶୁଭ କିମ୍ବା ଅଶୁଭ ସଂକେତ ଦେଇଥାନ୍ତି ତାହା ବିଷୟରେ ଜାଣିବା।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯେତେବେଳେ ପବିତ୍ର ମନରେ ନିଷ୍କାମ ମନରେ ପୂଜା କରନ୍ତି ତ ଆପଣଙ୍କ ପୂଜା ନିଶ୍ଚୟ ଭଗବାନ ଗ୍ରହଣ କରିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଆପଣ ଯେତେବେଳେ ବି ଇଷ୍ଟ ଦେବଙ୍କ ସାମ୍ନାରେ କୌଣସି ଦୀପ ଜାଳି ଥାନ୍ତି ତ ଆପଣ ଦୀପର ଅଗ୍ନିରେ ପରତ୍ମାଙ୍କ ସହିତ ଯୋଡି ହୋଇ ଯାଇଥାନ୍ତି ଏବଂ ଧୀରେ ଧୀରେ ଦୀପର ଅଗ୍ନି ବହୁତ ସୁନ୍ଦର ଭାବରେ ସ୍ଥିର ହୋଇଯାଏ

ଆଉ ଏହିପରି ଅବସ୍ଥାରେ ଆପଣଙ୍କୁ ଅନୁଭବ ହୋଇଥାଏ କି ଯେମିତି ଆପଣ ଭିତରୁ ଭାବ ବିଭର ହୋଇଯାଉଛନ୍ତି ଭିତରେ ଏମିତି ଅନୁଭବ ହୋଇଥାଏ କେବଳ ସେଠାରେ ଆପଣ ଏବଂ ଭଗବାନ ଅଛନ୍ତି ମଝିରେ ଆଉ କିଛି ବି ନାହିଁ ମୁଣ୍ଡରେ କିଛି ଚାଲେ ନାହିଁ ସବୁକିଛ ଶୂନ୍ୟ ହୋଇଯାଇଥାଏ ସେତେବେଳେ ଆପଣ ଏହା ମାନି ଚାଲନ୍ତୁ କି ଭଗବାନ ଆପଣଙ୍କ ସହିତ ଅଛନ୍ତି। ଆପଣଙ୍କ ପୂଜା ଗ୍ରହଣ ହେଉଛି।

ପୂଜା କରିବା ସମୟରେ କେବେବି ଭୁଲରେ ବି ମନକୁ ନକରାତ୍ମକ କଥା ଆସିବାକୁ ଦିଅନ୍ତୁ ନାହିଁ। କେବେ କେବେ ଖରାପ ଚିନ୍ତାଧାରା ଆସିଥାଏ ତ ଏମିତି ହେଲେ ଜିଭକୁ ଜୋରସେ କାମୁଡି ଦିଅନ୍ତୁ। ଏମିତି କରିଲେ ଆପଣଙ୍କ ଚିନ୍ତା ଶୀଘ୍ର ଭଙ୍ଗ ହୋଇଯିବ ଏବଂ ଶୀଘ୍ର ଆପଣ ଠିକ ଭାବରେ ଭଗବାନଙ୍କ ସାମ୍ନାକୁ ଆସିଯିବେ।

ଯଦି ଦୀପର ଅଗ୍ନିରେ ଫୁଲ ବନିଯିବ ତେବେ ଏହାର ଅର୍ଥ ଆପଣଙ୍କ ପୂଜା ଗ୍ରହଣ ହୋଇଗଲା।

ଯଦି ଆପଣଙ୍କ ସାମ୍ନାରେ ଫୁଲ ପଡ଼ିଯାଏ ତ ଏହାର ଅର୍ଥ ମଧ୍ୟ ଆପଣଙ୍କ ପୂଜା ଗ୍ରହଣ ହୋଇଗଲା ଏବଂ ଯଦି ଆଖିରୁ ଲୁହ ଆସିଗଲା ତ ଏହାର ଅର୍ଥ ଭଗବାନଙ୍କ ସହିତ ଆପଣ ଯୋଡି ଯାଇଛନ୍ତି। ଆଉ ସବୁକିଛି ତାଙ୍କ ଉପରେ ଛାଡି ଦିଅନ୍ତୁ।

ଯଦି ହାଇ ଆସେ ତେବେ ବୁଝି ନିଅନ୍ତୁ ଆପଣଙ୍କ ମନ ବିଚଳିତ ହେଉଛି ତ ବିଚଳିତ ହେବା ଠାରୁ ଦୂରେଇ ରୁହନ୍ତୁ।

ଅନେକ ଥର ଏମିତି ହୋଇଥାଏ ଆପଣ ବସି ବସି ପୂଜା କରନ୍ତି ଆଉ ଗୋଡ଼ ଯନ୍ତ୍ରଣା ହେବାକୁ ଲାଗେ ପାଦ ଜାମ ହେବା ଭଳି ଲାଗେ ଭାରି ପଣ ହେବାକୁ ଲାଗେ ତ ଏମିତି ହେଉଥିଲେ ବୁଝି ନିଅନ୍ତୁ ନେଗେଟିଭ ଏନର୍ଜୀ ଆପଣଙ୍କ ସହିତ ଅଛି ତ ଏହିସବୁ ଠାରୁ ବଞ୍ଚିତ ହେବା ପାଇଁ ଆପଣଙ୍କୁ ଘରେ ପୂଜାପାଠ କରିବାକୁ ହେବ। ସକାଳୁ ସନ୍ଧ୍ୟାରେ ୩ ଥର ଲେଖାଏଁ ଶଙ୍ଖ ବଜେଇବା ଉଚିତ। କାରଣ ଏହିସବୁ ଜିନିଷ ଆପଣଙ୍କ ପୂଜାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ଆପଣ ଦେଖୁଥିବେ ଧୂପ ଆଦିର ଧୂଆଁ ଭଗବାନଙ୍କ ମୂର୍ତି ଆଡ଼କୁ ଯାଉଛି ତ ଏହା ବୁଝିନିଅନ୍ତୁ କି ଆପଣଙ୍କ ପୂଜା ଭଗବାନ ଗ୍ରହଣ କରୁଛନ୍ତି

ଅନେକ ଥର ଦେଖିଥିବେ ଘରେ କୌଣସି ପର୍ବରେ ସଫା ସୁତରା କରିବା ସମୟରେ ସେଥିରେ ଆପଣଙ୍କୁ ବିଶେଷ ଭାବରେ ଲାଗିଥାଏ କି ଯେମିତି ସବୁକିଛି ବଦଳି ଯାଇଛି ଭିତରୁ ଆନନ୍ଦ ମିଳିଥାଏ ତ ଏହି ଲକ୍ଷଣର ଅର୍ଥ ହେଉଛି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହେଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *