Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନେ କେଉଁ ବ୍ରତ ଓ ଓଷା କଲେ ଘରକୁ ସୁଖଶାନ୍ତି, ଧନସମ୍ପତ୍ତି ଆଦି ପ୍ରାପ୍ତ ହୋଇଥାଏ। ଆହୁରି ପଢ଼ନ୍ତୁ ୨୫ ଗୋଟି ଅନୁଚିନ୍ତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ମହିଳାମାନେ ନିଜ ଜୀବନରେ ବିଭିନ୍ନ ଓଷା ଓ ବ୍ରତ ପାଳନ କରିଥାନ୍ତି। ଏଭଳି କରିବା ଦ୍ଵାରା ଜୀବନ ସୁଖମୟ ହେବା ସହିତ ଧର୍ମ, ଅର୍ଥ, ଗୋପ, ଲକ୍ଷ୍ମୀ ଆଦି ପ୍ରାପ୍ତ ହୋଇଥାଏ। ପୌରାଣିକ କାଳରୁ ମହିଳା ମାନେ ବ୍ରତ ଓ ଓଷା କରି ପରିବାରକୁ ସବୁ ବିପଦରୁ ରକ୍ଷା କରି ଆସିଛନ୍ତି।

କହିବାକୁ ଗଲେ ଅବିବାହିତ ଥିବା ମହିଳା ମାନେ ମଧ୍ୟ ବିଭିନ୍ନ ପ୍ରକାରର ଓଷା ଓ ବ୍ରତ କରିଥାନ୍ତି। କାରଣ ଭଗବାନ ନାରୀକୁ ହିଁ ଏଭଳି ଅଦ୍ଭୁତ ଶକ୍ତି ଦେଇଛନ୍ତି କି, ଜଣେ ନାରୀ ଚାହିଁଲେ ଘରକୁ ସ୍ବର୍ଗ ବା ନର୍କରେ ପରିଣତ କରିପାରେ। ତେଣୁ ଆସନ୍ତୁ ବନ୍ଧୁଗଣ ମହିଳା ମାନେ ବ୍ରତ ଓ ଓଷା କରିବା ଦ୍ୱାରା ପରିବାରକୁ କେଉଁସବୁ ଲାଭ ମିଳିଥାଏ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ମହିଳା ମାନେ ପଣ୍ଡୁ ଓଷା କରିବା ଦ୍ଵାରା ପୁତ୍ର ପ୍ରାପ୍ତି ହୋଇଥାଏ, ଠିକ୍ ସେହିପରି ଷଷ୍ଠୀ ଓଷା କରିବା ଦ୍ଵାରା ସନ୍ତାନ ଦୀର୍ଘାୟୁ ଏବଂ ରୋଗମୁକ୍ତ ହୋଇଥାଏ। ଏହାସହିତ ପ୍ରତ୍ୟେକ ମହିଳାମାନେ ବୁଧେଇ ଓଷା କରିବା ଦ୍ଵାରା ରୋଗ ନାଶ ହେବା ସହିତ ସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ସାବିତ୍ରୀ ବ୍ରତ କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି।ବଡ ଓଷା, ଦ୍ଵିତୀୟ ଓଷା ଏବଂ ବାଟ ଓଷା କରିବା ଦ୍ଵାରା ପରିବାରର ମଙ୍ଗଳ ହୋଇଥାଏ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ।

ସୁଦଶା ବ୍ରତ ପାଳନ କରିବା ଦ୍ଵାରା ମହିଳାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଶାମ୍ବ ଦଶମୀ ପାଳନ କରିବା ଦ୍ଵାରା ସନ୍ତାନ ମାନଙ୍କୁ ରୋଗ ହୋଇ ନଥାଏ। ଯେଉଁ ମହିଳାମାନେ ନାଗ ଚତୁର୍ଥୀ ବ୍ରତ ପାଳନ କରନ୍ତି, ସେମାନଙ୍କୁ ସର୍ପଭୟରୁ ମୁକ୍ତି ମିଳିଥାଏ।ମହିଳା ମାନେ ମାଣଓଷା କରିବା ଦ୍ଵାରା ଘରକୁ ଧନଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

କହିବାକୁ ଗଲେ ଯେପରି ମନୁଷ୍ୟ ଦରିଦ୍ର ହେଲେ ସ୍ଵଭାବ ନଷ୍ଟ ହୋଇଥାଏ, ସେହିପରି ମନୁଷ୍ୟର ବୁଦ୍ଧି ଭ୍ରଷ୍ଟ ହେଲେ ଜୀବନ ନଷ୍ଟ ହୋଇଥାଏ। ଆଉ ଯେପରି ଚିକିତ୍ସକ ମାନେ ରୋଗର ବଳ ଜାଣିଥାନ୍ତି, ଠିକ ସେହିପରି ବିଦ୍ଵାନମାନେ ପଣ୍ଡିତଙ୍କ ବୁଦ୍ଧିବଳ ବିଷୟରେ ଜାଣିଥାନ୍ତି। ଯେପରି ଚୋର ପ୍ରକୃତିର ଲୋକଙ୍କର ଧର୍ମ ଓ ଜ୍ଞାନ କିଛି ନଥାଏ ଏବଂ କାମନାରେ ଲିପ୍ତ ରହୁଥିବା ଲୋକଙ୍କର ଲଜ୍ୟା ଓ ଭୟ ନଥାଏ, ସେହିପରି କୃତକର୍ମ ଭୋଗ ନକରି ମନୁଷ୍ୟକୁ ମୁକ୍ତି ମିଳି ପାରି ନଥାଏ।

ପରିବାରରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ କିମ୍ବା କଳିଝଗଡା ଲାଗିଲେ, ଘରେ ଅଭାବ ଅସୁବିଧା ଦେଖା ଦେଇଥାଏ ଏବଂ ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। ଘରର ପ୍ରବେଶ ଦୁଆର ସାମ୍ନାରେ କେବେବି ମୃତ ଆତ୍ମୀୟ ସ୍ଵଜନଙ୍କ ଫଟୋ ଲଗାଇବା ଉଚିତ ନୁହେଁ, ଏହା ଘର ପାଇଁ ଅଶୁଭ ହୋଇଥାଏ।ରୋଷେଇ ଘରର କାନ୍ଥ ଗୋଲାପି କିମ୍ବା ହଳଦିଆ ରଙ୍ଗ କରିବା ଉଚିତ, ଏଭଳି କରିବା ଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ପରିଣାମ ପ୍ରାପ୍ତ ହୋଇଥାଏ।

ଯଦି କୌଣସି ବ୍ୟକ୍ତିଙ୍କର ଗୁଟୁଖା ଖାଇବା ଅଭ୍ଯାସ ରହିଛି, ତାହେଲେ ତାକୁ ଛଡ଼ାଇବା ପାଇଁ କିସମିସ, ଡାଲଚିନି ଏବଂ ଗୋଲମରିଚକୁ ଗୁଣ୍ଡ କରି ଗୁଟୁଖା ବଦଳରେ ଖାଇବା ଉଚିତ। ଏଭଳି କରିବା ଦ୍ଵାରା ଗୁଟୁଖା ଖିଆ ଅଭ୍ଯାସ ଦୂର ହୋଇ ଯାଇଥାଏ। ହରିଡା ଏବଂ କିସମିସକୁ ଭଲଭାବେ ଶୁଖାଇ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରି ରଖନ୍ତୁ। ସକାଳେ ଏବଂ ସନ୍ଧ୍ୟାରେ ଏହି ଚୂର୍ଣରୁ ଗୋଟେ ଚାମୋଚ ଲେଖାଏଁ କିଛିଦିନ ସେବନ କରନ୍ତୁ। ଦେଖିବେ ଆପଣଙ୍କର ପେଟର ଗ୍ଯାସ ସମସ୍ଯା ସଂପୂର୍ଣ୍ଣ ଭାବରେ ଦୂର ହୋଇଯିବ।

ବାସ୍ତୁ ଶାସ୍ତ୍ର ଅନୁସାରେ ସନ୍ତାନ ଆଶା କରୁଥିବା ନବ ଦମ୍ପତ୍ତିମାନେ ଶୋଇବା ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇବା ଉଚିତ। ଏଭଳି କରିବା ଦ୍ୱାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ମିଳିଥାଏ।ଏହାସହିତ ଘରେ କଣ୍ଟାଯୁକ୍ତ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାଇବା ଉଚିତ ନୁହେଁ।ଛୋଟ ପିଲାଙ୍କର ପେଟ ଜନିତ ସମସ୍ୟା ଉପୁଜୁଥିଲେ, ପାନମଧୁରୀ ଭିଜା ହୋଇଥିବା ପାଣିରେ ମାଆ କ୍ଷୀର ମିଶାଇ ତାଙ୍କୁ ପିଆଇବା ଉଚିତ। ଏଭଳି କରିବା ଦ୍ୱାରା ଛୋଟ ପିଲାଙ୍କର ପେଟ ସମସ୍ୟା ଦୂର ହୋଇଥାଏ।ଛୋଟ ପିଲାଙ୍କର ରକ୍ତଝାଡା ହେଉଥିଲେ, ଘିକୁଆଁରୀ ରସରେ ଚିନି ମିଶାଇ ତାଙ୍କୁ ପିଆଇବା ଉଚିତ, ଦେଖିବେ ଖୁବ୍ ଶୀଘ୍ର ରକ୍ତ ଝାଡାର ସମସ୍ୟା ଦୂର ହୋଇଯିବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା, ତଳେ ଆମକୁ କମେଣ୍ଟ କରି ଜଣାନ୍ତୁ। ଏହାକୁ ଅନ୍ୟମାନଙ୍କ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *