Excuse Me Odisha

ଯାହା କହିବୁ ସତ କହିବୁ

ଜାଣିଲେ ଲୋମ ଟାଙ୍କୁରି ଯିବ ଆପଣଙ୍କର ସବୁଠାରୁ ବଡ଼ ପାପ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜାଣିଲେ ଲୋମ ଟାଙ୍କୁରି ଯିବ ଆପଣଙ୍କର ସବୁଠାରୁ ବଡ଼ ପାପ।

ବନ୍ଧୁଗଣ ଏହା ଦୁନିଆରେ ସବୁଠାରୁ ବଡ଼ ପାପ କଣ ଅଟେ। ଯାହାକୁ ଜାଣିଲେ ସମସ୍ତଙ୍କର ଲୋମ ଟାଙ୍କୁରି ଉଠିବ। ଏହି ପାପ ଭୁଲରେ ବି କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହି ପାପର କେବେବି କ୍ଷମା ମିଳିନଥାଏ। ଏହା ପାପ ନୁହେଁ କାଳ ଅଟେ। ଆସନ୍ତୁ ଜାଣିବା ଏହି ବିଷୟରେ। ବନ୍ଧୁଗଣ ପାପ ଏବଂ ପୁଣ୍ୟର କଣ ଅନ୍ତର ଅଛି ମୋର ଶତ୍ରୁ କିଏ ଏବଂ ମିତ୍ର କିଏ ମୋତେ କେଉଁ କାମରେ ଲାଭ ମିଳିବ ତଥା କେଉଁଥିରେ ହାନି ହେବ।

ଏହା ଭାବି ମନୁଷ୍ୟକୁ ନିଜ ଜୀବନରେ ସମସ୍ତ ପଦକ୍ଷେପ ନେବା ଉଚିତ। କଠିନ କାମ ପଡିବାରେ ସେବକଙ୍କର ସଙ୍କଟ ସମୟରେ ଭାଇ ବନ୍ଧୁଙ୍କ ଏବଂ ଆପତ୍ତି କାଳରେ ମିତ୍ରଙ୍କର ତଥା ଧନର ନାଶ ହେବା ପରେ ନିଜର ସ୍ତ୍ରୀଙ୍କର ପରୀକ୍ଷା ହୋଇଥାଏ। କାମ ପଛେ ଅଳ୍ପ କରନ୍ତୁ କିନ୍ତୁ ମନ ଲଗାଇ କାମ କରନ୍ତୁ ଏବଂ ମନୁଷ୍ୟଙ୍କୁ ଏହା ସିଂହ ପାଖରୁ ଶିଖିବା ଉଚିତ।

ସମୟ ଅନୁସାରେ ନିଜର କାମ କାମ କରିବାର ଗୁଣ ବଗ ପାଖରୁ ଶିଖିବା ଉଚିତ। ଠିକ ସମୟରେ ଉଠିବା ଶୋଇବା ଭଜନ କରିବା ଏହା କୁକୁଡ଼ା ପାଖରୁ ଶିଖିବା ଉଚିତ। ସମୟ ସମୟରେ ସଂଘର୍ଷ କରିବା ଅନ୍ୟ ଉପରେ ବିଶ୍ୱାସ ନକରିବା ଏହି ଗୁଣ କୁଆ ପାଖରୁ ଶିଖିବା ଉଚିତ। ବହୁତ ଭୁକରେ ବି ସନ୍ତୁଷ୍ଟ ରହିବା ଏବଂ ଗମ୍ଭୀର ନିଦରେ ବି ଶୋଇଥିବା ସମୟରେ ବି ଜାଗ୍ରତ ରହିବା ମାଲିକଙ୍କ ବିଶ୍ୱାସ ରଖିବା ଏହି ଗୁଣ ମନୁଷ୍ୟଙ୍କୁ କୁକୁର ଠାରୁ ଶିଖିବା ଉଚିତ। ଯଦି ଧନର ନାଶ ହୋଇଯାଏ ମନର ଶାନ୍ତି ଭଙ୍ଗ ହୋଇଯାଏ ତ ଏହିସବୁ କଥାକୁ ବୁଦ୍ଧିମାନ ଲୋକ ଅନ୍ୟଙ୍କୁ କୁହନ୍ତି ନାହିଁ। ଯେଉଁ ବ୍ୟକ୍ତି ଅନ୍ୟଙ୍କୁ କହିବାର ଭୁଲ କରନ୍ତି ଲୋକେ ସେମାନଙ୍କର ମଜାକ ହିଁ ଉଡାଇଥାନ୍ତି। ନିଜ ହାତରେ କରାଯାଉଥିବା କାମ ସବୁଠାରୁ ଶ୍ରେଷ୍ଠ ହୋଇଥାଏ।

ଏଥିପାଇଁ ମନୁଷ୍ୟଙ୍କୁ ସମସ୍ତ କାର୍ଯ୍ୟ ନିଜ ହାତରେ ହିଁ କରିବା ଉଚିତ। ମନୁଷ୍ୟଙ୍କର ୪ ଟି ଭୋକ କେବେବି ପୂରଣ ହୋଇନଥାଏ। ଧନ ଜୀବନ ବାସନା ଏବଂ ଭଜନ। ଏହି ସବୁ ପାଇଁ ମନୁଷ୍ୟ ସର୍ବଦା ଭୁକରେ ହିଁ ରହିଥାଏ। ଏହି ଜିନିଷ ତାକୁ ଯେତେ ବି ମାତ୍ରାରେ ମିଳିଯାଉ କିନ୍ତୁ ତାଙ୍କୁ ତାହାର ଲୋଭ କେବେବି ସମାପ୍ତ ହୋଇନଥାଏ। ଜୀବନର ଏହି ଲମ୍ବା ରାସ୍ତାରେ ସର୍ବଦା ଏହି କଥା ଭାବି ଚାଲନ୍ତୁ କି କେବେବି ଆପଣଙ୍କ ଉପରେ ଖରାପ ସମୟ ଆସିପାରେ। ଏଥିପାଇଁ ଏହି ସମୟ ପାଇଁ ଅଳ୍ପ ବହୁତ ଧନ ମନୁଷ୍ୟଙ୍କୁ ସର୍ବଦା ବଞ୍ଚେଇ କରି ରଖିବା ଉଚିତ

ଯେବେବି କୌଣସି ମନୁଷ୍ୟ ଉପରେ ଖରାପ ସମୟ ଆସିଥାଏ ତ ସେହି ସମୟରେ ନିଜ ଲୋକ ବି ପର ହୋଇଯାନ୍ତି। ଯଦି ଧନ ତା ପାଖରେ ଥାଏ ତ ସେହି ସମୟର ମୁକାବିଲା କରିପାରିବ। ସବୁବେଳେ ଭଲରେ ଜୀବନ ବ୍ୟତୀତ କରାଯାଇପାରିବ ନାହିଁ। କାରଣ ସର୍ବଦା ଭଲ ଏବଂ ସିଧା ବ୍ୟକ୍ତିଙ୍କୁ ଜେକେହି ଦବେଇ ଦେଇଥାନ୍ତି। ତାଙ୍କର ସରଳତା ଏବଂ ସଚୋଟତାକୁ ଲୋକେ ପାଗଳପଣ ଭାବିଥାନ୍ତି। ଯେମିତିକି ଜଙ୍ଗଲରେ ସର୍ବଦା ସିଧା ଗଛକୁ ହିଁ କଟାଯାଇଥାଏ ଆଉ ଅଙ୍କା ବଙ୍କା ଗଛ ସେମିତି ଠିଆ ହୋଇରହିଥାଏ। ଏଥିପାଇଁ ଆପଣ ଏତେ ହି ସରଳ ହୁଅନ୍ତୁ ନାହିଁ କି ଲୋକେ ଆପଣଙ୍କୁ ଲୁଟି କରି ଖାଇଯିବେ। ଜୀବନରେ ସମସ୍ତ ନିଷ୍ପତ୍ତି ନେବା ସମୟରେ ଭାବି ଚିନ୍ତି ନିଷ୍ପତ୍ତି ନେବା ଉଚିତ। ଯେଉଁମାନେ ନିଜର ରୋଜଗାର ଅପେକ୍ଷା ଅଧିକ ଖର୍ଚ୍ଚ କରିଥାନ୍ତି ଏବଂ ଅନ୍ୟ ଲୋକଙ୍କ ସହିତ ଝଗଡା କରିଥାନ୍ତି ଏମିତି ଲୋକ କେବେବି ସୁଖୀ ରହିପାରନ୍ତି ନାହିଁ। ଗୁରୁଙ୍କ ସେବା କରିଲେ ବିଦ୍ୟା ପ୍ରାପ୍ତ ହୋଇଥାଏ।

ଏହି କଥା ସର୍ବଦା ମନେ ରଖନ୍ତୁ କି ଗୁରୁଙ୍କ ସେବା ବିନା ମନୁଷ୍ୟ କେବେବି ଭଲ ଶିକ୍ଷା ପ୍ରାପ୍ତ କରିପାରିବ ନାହିଁ। ଯେଉଁ ନାରୀ ନିଜ ସ୍ୱାମୀଙ୍କ କଥା ମାନେ ନାହିଁ ଏବଂ ସେ ବ୍ରତ ବି ରଖିଥାଏ ତ ଏମିତି ନାରୀ ନିଜ ସ୍ୱାମୀଙ୍କ ଆୟୁଷ କମ କରିଥାନ୍ତି। ତଥା ବୃଦ୍ଧ ହେବା ପୂର୍ବରୁ ହିଁ ତାଙ୍କର ସ୍ୱାମୀ ମୃତ୍ୟୁ ଲୋକକୁ ପ୍ରାପ୍ତ ହୋଇଯାଏ। ଏମିତି ନାରୀଙ୍କ ଚିନ୍ତା କରିବାକୁ ହେବ ଯେ ସ୍ୱାମୀଙ୍କ ଆଜ୍ଞା ବିନା ତାଙ୍କ ପାଇଁ କେବେବି ଲାଭଦାୟକ ହୋଇନଥାଏ। ତାଙ୍କ ପାଇଁ ସ୍ୱର୍ଗ ପ୍ରାପ୍ତି କେବଳ ସ୍ୱାମୀଙ୍କ ସେବା ଦ୍ୱାରା ହିଁ ସମ୍ଭବ ଅଟେ। ଜୀବନର ଅର୍ଥ ସର୍ବଦା ଭଲ କାମରେ ଲଗାଇ ରଖନ୍ତୁ। ଭଲ କାମର ଜ୍ଞାନ ବଳରେ ପୁରୁଷ ମହାନ ବନିଥାଏ। ଜୀବନ ଅସ୍ଥାୟୀ ଅଟେ।

ଏଥିପାଇଁ ଜୀବନର ସବୁ ସମୟର ଉପଯୋଗ ଭଲ କାମରେ ହିଁ କରନ୍ତୁ। ଯେତେ ପର୍ଯ୍ୟନ୍ତ ଜୀବନ ଅଛି ସେତେ ପର୍ଯ୍ୟନ୍ତ ଜିତର ଆନନ୍ଦ ଅଛି ଆଉ ଯେତେବେଳେ ଜୀବନରେ ମୃତ୍ୟୁ ଆସି ଜୀବନକୁ ଅନ୍ତ କରିଦେବ ଏହା ସହିତ ସବୁ ଜିନିଷର ଅନ୍ତ ହୋଇଯାଏ। ପୁରୁଷ ଆଦି କାଳରୁ ହିଁ ଚଞ୍ଚଳ ଅଟେ। ଏହି ସଂସାରରେ ଭଗବାନଙ୍କୁ ଛାଡି ଦେଲେ ସବୁ ଜିନିଷ ଅସ୍ଥାୟୀ ଅଟେ। ଲକ୍ଷ୍ମୀତ ରୋମଣି ଅଟନ୍ତି ସର୍ବଦା ନୃତ୍ୟ କରିଥାନ୍ତି ଏଥିପାଇଁ ଏହି ସମ୍ପର୍କ ଧନ ସମ୍ପତ୍ତି ଘର ଦ୍ୱାର ଏହା କେବେବି କାହାର ସାଥ ଦେଇନଥାଏ। ଧର୍ମ ହିଁ କେବଳ ଅଟଳ ସତ୍ୟ ଅଟେ। ଏହା ଜ୍ଞାନର ଭଣ୍ଡାର ଅଟେ। ଅନ୍ୟର ଭଲ ଚାହୁଁଥିବା ଲୋକ ହିଁ ଆଧ୍ୟାତ୍ମିକ ଶାନ୍ତି ପାଇଥାଏ। ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଏବଂ ଜୀବ ଉପରେ ଦୟା କରିଲେ ହିଁ ମୁକ୍ତି ମିଳିଥାଏ। କର୍ମ ଦ୍ୱାରା ହିଁ ମନୁଷ୍ୟ ଛୋଟ କିମ୍ବା ବଡ଼ ବନିଥାଏ।

ଏଥିପାଇଁ ସର୍ବଦା ଭଲ କର୍ମ କରନ୍ତୁ ଏବଂ ଖରାପ ଠାରୁ ଦୂରରେ ରୁହନ୍ତୁ। ଭଲ କର୍ମ କରିଲେ ହିଁ ଜୀବନରେ ଶାନ୍ତି ଏବଂ ସୁଖର ପ୍ରାପ୍ତ ହୋଇଥାଏ। ଧନ ଲକ୍ଷ୍ମୀ ଆକର୍ଷଣ ହୋଇଥାନ୍ତି। ଦେବଗୁରୁ ପ୍ରସନ୍ନ ହୋଇଥାନ୍ତି। ମାନବ ଶରୀରରେ ଆତ୍ମାର ନିବାସ ହୋଇଥାଏ କୌଣସି ଆତ୍ମାକୁ ଆମେ ଶରୀରରୁ ଅଲଗା କରି ତାକୁ ଚିହ୍ନି ପାରିବା ନାହିଁ କେବଳ ନିଜର ବିଚାର ଦ୍ୱାରା ହିଁ ଏହାକୁ ଚିହ୍ନି ପାରିବା। ଦେବତା ମନ୍ଦିରରେ ମୂର୍ତ୍ତିରେ ନାହାନ୍ତି ଦେବତା କେବଳ ଆମର ଆତ୍ମା ଭାବନାରେ ବସିଛନ୍ତି। ଯେମିତି ଆପଣଙ୍କର ଚିନ୍ତାଧାରା ହେବ ସେମିତି ଦେବତାଙ୍କର ରୂପ ହେବ। ଚିନ୍ତାଧାରା ମନୁଷ୍ୟ ଉପରେ ସବୁ ସମୟରେ ପ୍ରଭାବ ପଡିଥାଏ।

ଯେମିତି କୌଣସି ମନୁଷ୍ୟର ଭାବନା ହେଁ ସେମିତି ହିଁ ଫଳ ମିଳିବ। ଏଥିପାଇଁ ଭଲ ଫଳ ପାଇବା ପାଇଁ ନିଜର ଭାବନାକୁ ଶୁଦ୍ଧ ରଖନ୍ତୁ। ପ୍ରାକୃତିକ ରୂପରେ ଉତ୍ପନ ହୋଇଥିବା ଫଳ ଏବଂ ଅନ୍ୟ ପଦାର୍ଥକୁ ଖାଇ ପିଇ ଏହି ସଂସାରର ଦୂର ଜଙ୍ଗଲରେ ରହି ଭଗବାନଙ୍କର ପୂଜା କରିଥାଏ ସେହି ସଚା ଭକ୍ତ ମହାପୁରୁଷ ଏବଂ ସଚ୍ଚା ବ୍ରାହ୍ମଣ ମାନାଯାଏ। ଖରାପ ମନୁଷ୍ୟ ଏବଂ ସାପ ମଧ୍ୟରେ କିଏ ଭଲ ଏହି ପ୍ରଶ୍ନର ଉତ୍ତର ଏହା ଅଟେ କି ସାପ ତ କେବଳ ସମୟ ଆସିବା ପରେ ଚୋଟ ମାରିଥାଏ କିନ୍ତୁ ଖରାପ ମନୁଷ୍ୟ ସର୍ବଦା ଖରାପ କରିଥାନ୍ତି। ଏଥିପାଇଁ ଖରାପ ଲୋକ ତ ସବୁବେଳେ ଖରାପ କରି ସାପ ଠାରୁ ବି ଅଧିକ ଭୟଙ୍କର ହୋଇଥାଏ। ସଚା ସାଧୁ ଏବଂ ଜ୍ଞାନୀ ଲୋକ କେବେବି ନିଜର ସୀମା ଉଲଂଘନ କରନ୍ତି ନାହିଁ।

କୌଣସି ମନୁଷ୍ୟ ଯେତେବି ସୁନ୍ଦର ହୋଇଥାଉ ତାର ଜନ୍ମ ପଛେ ଯେତେ ବଡ଼ ଘରେ ହୋଇଥାଉ କିନ୍ତୁ ସେ ପଢ଼ା ଲେଖା କରି ନଥିବ ତ ତାର ହାଲତ ସେହି ଫୁଲ ପରି ହୋଇଥାଏ। ଯାହା ଦେଖିବାକୁ ତ ସୁନ୍ଦର ହୋଇଥାଏ କିନ୍ତୁ ସୁଗଦ୍ଧରୁ ବଞ୍ଚିତ ଅଟେ। ଶସ୍ତ୍ରଧାରୀ କେବେବି ହାମଲା କରିପାରେ ସିଙ୍ଗ ଥିବା ପଶୁ କେବେବି ସିଙ୍ଗ ମାରି କରି ଜଖମ କରିପାରେ ସ୍ତ୍ରୀ କେବେବି ମିଛ ଆରୋପ ଲଗାଇ ପାରନ୍ତି ଆଉ ରାଜକୀୟ ଘରେ ଲୋକ ଟିକେ ଟିକେ କଥାରେ ବିଗିଡି ଯାଇଥାନ୍ତି ଏଥିପାଇଁ ଏମାନଙ୍କ ଠାରେ କେବେବି ବିପଦ ହୋଇପାରେ। ଏହି ଲୋକଙ୍କ ସହିତ ମିତ୍ରତା ଏବଂ ଶତ୍ରୁତା ବହୁତ ଭୟଙ୍କର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *