ରାତିରେ ଶୋଇବା ପୁର୍ବରୁ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ କୁହନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ହେବ ପୂରଣ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମଣିଷ ଆଜି ପର୍ଯ୍ୟନ୍ତ ଯାହା ବି ପାଇଛି ସେ ତାର ମନ, ମସ୍ତିସ୍କ ଓ ତାର ଶରୀର ମାଧ୍ୟମରେ ହିଁ ପାଇଛି। ସେ ଯେତେ ଅଧିକ ସଫଳତା ହେଉ ବା ଜ୍ଞାନ ହେଉ, ଏହି ସମସ୍ତ ଜିନିଷ ମଣିଷ ନିଜ ଜ୍ଞାନ, ମସ୍ତିଷ୍କ ଓ ମନର ସଠିକ ଉପଯୋଗ କରି ଦୁନିଆର ବିଚିତ୍ରରୁ ବିଚିତ୍ର ଜିନିଷକୁ ସମ୍ଭବ କରିପାରିଛି।ଏହାସହିତ ମନୁଷ୍ୟ ବିଶାଳରୁ ବିଶାଳ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ସଫଳତା ଅର୍ଜନ କରି ପାରିଛି। ଏହି ବିଶ୍ଵର ସବୁଠାରୁ ଅମୂଲ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ମଣିଷର ମସ୍ତିଷ୍କ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ମଣିଷର ମନ ଓ ମସ୍ତିଷ୍କ ଦୁଇଟି ହେଉଛି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ଏହି ଦୁଇଟି ପରସ୍ପର ପରିପୂରକ ହୋଇ କାର୍ଯ୍ୟ କରିଥାନ୍ତି। ପ୍ରଥମଟି ହେଉଛି ଦିନର ପ୍ରାରମ୍ଭରେ ସକାଳ ସମୟରେ ଆମେ ନିଜ ମସ୍ତିଷ୍କରେ ଯାହା ମଧ୍ୟ ରଖିଥାଉ, ତାହା ଆମ ଜୀବନ ବଦଳାଇ ଦେଇଥାଏ। ଯଦି ସକାଳ ସମୟରେ ଆମେ କିଛି ଅମୂଲ୍ୟ ଶିକ୍ଷା ନିଜ ମନ ଭିତରେ ରଖୁ, ତାହେଲେ ସାରା ଦିନ ତାହାକୁ ଆମେ କାର୍ଯ୍ୟରେ ଲଗାଇଥାଉ। ଏହାସହିତ ଆମ ମନରେ ସକାରାତ୍ମକ ବା ନକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ।
ଆମେ ଯେପରି କର୍ମ କରିଥାଉ, ଠିକ୍ ସେହିପରି ଆମ ଭାଗ୍ୟରେ ଲେଖା ହଜାର। ଦ୍ଵିତୀୟ ସମୟଟି ହେଉଛି ରାତ୍ରିରେ ଶୋଇବା ପୁର୍ବରୁ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଗୋଟେ କାର୍ଯ୍ୟ କରନ୍ତୁ, ଦେଖିବେ କିଛିଦିନ ମଧ୍ୟରେ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବ। କାରଣ ଶୋଇବା ପୂର୍ବରୁ ଆମେ ନିଜ ମନ ଭିତରକୁ ଯେଉଁ ବିଚାର ପ୍ରବେଶ କରାଇ ଥାଉ, ସେହି ବିଚାର ଓ ସେହି ଭାବନାକୁ ଆମ ମନ ରାତି ସାରା କାର୍ଯ୍ୟକାରୀ କରାଇ ଥାଏ।
ତେବେ ବନ୍ଧୁଗଣ କେଉଁ ବାର୍ତ୍ତାକୁ ଆପଣ ରାତ୍ରି ସମୟରେ ନିଜ ମନ ଭିତରେ ପ୍ରବେଶ କରେଇବେ, ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା। ରାତିରେ ଶୋଇବା ପୂର୍ବରୁ କିଛି ସମୟ ଆଖି ବନ୍ଦ କରି ଶାନ୍ତ ମନରେ ବସନ୍ତୁ ଓ କୁହନ୍ତୁ ଯେ, ମୁଁ ଜଣେ ମଣିଷ ଓ ମୁଁ ଏହି ସମାଜରେ ରହିଛି। ମୋ ଦ୍ଵାରା କଣ ଭୁକ ବା ଠିକ୍ ହୋଇଛି, ମୁଁ ତାହା ଜାଣି ନାହିଁ। ଜାଣତରେ ହେଉ ଅବା ଅଜାଣତରେ ମୋର ଭାବନା, ମୋର ବିଚାର, ମୋର କର୍ମ ପାଇଁ ଯଦି କାହା ମନରେ ଦୁଃଖ ପହଞ୍ଚିଛି, ତାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି।
ଏହିଭଳି ଭାବରେ ଆଖି ବନ୍ଦ କରି ଯେଉଁ ମାନଙ୍କ ପାଖରେ ଆପଣ ଭୁଲ କରିଛନ୍ତି, ସେମାନଙ୍କୁ ମନେ ପକାଇ କ୍ଷମା ମାଗନ୍ତୁ। ଏହି ଦୁନିଆରେ ଯେତେବି ମୋର ଭୁଲ ହୋଇଛି, ମୁଁ ସେହି ସମସ୍ତ ଭୁଲ ପାଇଁ କ୍ଷମା ମାଗୁଛି। କିନ୍ତୁ ଆପଣ କେବଳ ନିଜେ କ୍ଷମା ମାଗନ୍ତୁ ନାହିଁ ଅନ୍ୟକୁ ମଧ୍ୟ କ୍ଷମା ଦିଅନ୍ତୁ। ମୁଁ ମୋ ମନ ମସ୍ତିସ୍କରେ ଅନ୍ୟମାନଙ୍କ ପାଖରୁ ଯେତେ ଆଶା ରଖିଛି, ସେହି ସବୁକୁ ମୁଁ ପରିତ୍ୟାଗ କରୁଛି। ମୋର ଏହି ଦୁନିଆରେ ଅନ୍ୟମାନଙ୍କ ପାଖରୁ କୌଣସି ଆଶା ନାହିଁ।ଆଶା ହିଁ ମଣିଷର ପରମ ଶତ୍ରୁ। ଯେଉଁ ମଣିଷ ଅନ୍ୟର ଶୁଭ ଚିନ୍ତା କରନ୍ତି , ସେମାନଙ୍କ ପାଇଁ ଭଗବାନ ଅଛନ୍ତି।ତେବେ ବନ୍ଧୁଗଣ ଶୋଇବା ପୂର୍ବରୁ ଏହିସବୁ କଥା କୁହନ୍ତୁ, ଦେଖିବେ ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇଯିବ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀଟି ଆପଣଙ୍କୁ କିପରି ଲାଗିଲା, ସେହି ବିଷୟରେ ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ।ଧନ୍ୟବାଦ!