Excuse Me Odisha

ଯାହା କହିବୁ ସତ କହିବୁ

ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ଗୋଟେ କଏନ ଚୁପଚାପ ରଖିଦିଅନ୍ତୁ ଏହିଠାରେ ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ଗୋଟେ କଏନ ଚୁପଚାପ ରଖିଦିଅନ୍ତୁ ଏହିଠାରେ ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି।

ବୈଶାଖ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ଯାହାକୁ ଆମେ ବୁଦ୍ଧ ପୂର୍ଣ୍ଣିମା କହିଥାଉ ଆଉ ଏହି ଥର ଲାଗୁଛି ଚନ୍ଦ୍ର ଗ୍ରହଣ। ବୈଶାଖ ମାସରେ ପବିତ୍ର ନଦୀରେ ସ୍ନାନ କରିବାର ବିଧି ଅଛି। ପୁରା ମାସ ଲୋକେ ସ୍ନାନ କରନ୍ତି। ଯେମିତି କାର୍ତ୍ତିକ ମାସରେ ପାଳନ କରନ୍ତି ସ୍ନାନର ଖାଇବା ପିଇବାର ଠିକ ସେମିତି ବୈଶାଖ ମାସର ବି ପାଳନ କରାଯାଏ। ଏହି ମାସରେ କରାଯାଉଥିବା ଦାନ ପୁଣ୍ୟ ଅକ୍ଷୟ ହୋଇଥାଏ କାରଣ ବୈଶାଖ ମାସରେ ଆପଣ ଯେତେବେଳେ ସକାଳୁ ସକାଳୁ ସ୍ନାନ କରୁଛନ୍ତି ମିୟମର ପାଳନ କରୁଛନ୍ତି ଏବଂ ଦାନରେ ଆପଣ ଯେମିତିକି ପାଣିର ଭରା ହୋଇଥିବା ଘଡା ଯେମିତିକି ତରଭୁଜ କିମ୍ବା ପାଣିର ବ୍ୟବସ୍ଥା କରାଯାଏ ତ ଏହା ଅକ୍ଷୟ ପୁଣ୍ୟର ପ୍ରାପ୍ତ ହୋଇଥାଏ। ଏହି ଦିନ ବହୁତ ପ୍ରୟୋଗ କରାଯାଏ।

ଏହି ଦିନ ସ୍ନାନ ସାରି ଅସ୍ତ ଗଛରେ ଏକ ଘଟି ଜଳରେ କଳା ତିଳ ଏବଂ ସେଥିରେ ସମ୍ଭବତଃ କଞ୍ଚା କ୍ଷୀର ଅଳ୍ପ ମିଠା ଜିନିଷ ପକେଇ ଅର୍ପଣ କରନ୍ତୁ କାରଣ ପୂର୍ଣ୍ଣିମା ତିଥିରେ ମା ଲକ୍ଷ୍ମୀଙ୍କର ଆଗମନ ଅସ୍ତ ଗଛରେ ହୋଇଥାଏ। ତୁଳସୀ ଗଛରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ ଏବଂ ନିଜର ପିତୃପୁରୁଷଙ୍କୁ ବି ପ୍ରସନ୍ନ କରନ୍ତୁ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ କଏନ ଯେତେବେଳେ ଆପଣ ପୂଜା କରିବେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ତ ତାଙ୍କ ସାମ୍ନାରେ ସମର୍ପଣ କରିଦେବେ ଆଉ କହିବେ ମୁଁ ବି ଆପଣଙ୍କର ଆଉ ଏହା ବି ଆପଣଙ୍କର।

ସମସ୍ତ ବ୍ୟକ୍ତି ଧନ ପାଇଁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ପରିଶ୍ରମ କରିଥାଏ ଯେତେ ରୋଜଗାର କଲେ ମଧ୍ୟ କମ ହୋଇଥାଏ। ତ ଏପରି ସ୍ଥିତିରେ କଏନର ପ୍ରୟୋଗ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଧନର ସମସ୍ୟା ଦୂର ହେବ। ଯେବେବି ଆପଣ କାହାଠାରୁ ଟଙ୍କା ନେଉଛନ୍ତି ତ ଟଙ୍କା ପାଞ୍ଚ ଆଙ୍ଗୁଳିରେ ଧରି ନିଅନ୍ତୁ। ଏହା ଦ୍ବାରା ଉନ୍ନତି ହୋଇଥାଏ କାରଣ ସବୁ ନବ ଗ୍ରହର ସାଥ ଆପଣଙ୍କୁ ମିଳିବ ସେହି ଟଙ୍କାକୁ ବଢ଼ାଇବା ପାଇଁ। କୌଣସି ବି ବ୍ୟକ୍ତି ଯଦି ଆପଣଙ୍କୁ ଦୁଇଟି ଆଙ୍ଗୁଳିରେ ଧରି ଟଙ୍କା ଦିଏ ତ ତାହା ବଢିନଥାଏ। ଚେଷ୍ଟା କରନ୍ତୁ ଯିଏ ବି ଆପଣଙ୍କୁ ଟଙ୍କା ଦେଉଛନ୍ତି ସିଏବି ଆପଣଙ୍କୁ ପାଞ୍ଚ ଆଙ୍ଗୁଳିରେ ଦେଉ ଆଉ ଆପଣ ବି ପାଞ୍ଚ ଆଙ୍ଗୁଳିରେ ଧରି ଟଙ୍କା ନିଅନ୍ତୁ।

ଆପଣ ଯାହାକୁ ବି ଟଙ୍କା ଦେଉଛନ୍ତି ୧୧ ଟଙ୍କା ୨୧ ଟଙ୍କା ଏମିତି କରି ଦିଅନ୍ତୁ। ୧୦ ଟଙ୍କା ୨୦ ଟଙ୍କା ଏମିତି ଦିଅନ୍ତୁ ନାହିଁ।

କେବେ କେବେ ଆପଣଙ୍କ ପର୍ସ ଖାଲି ହୋଇଯାଇଥାଏ ଆଉ ଆପଣଙ୍କ ଧନ କମ ପଡିଯାଇଛି ତ ଏକ ଛୋଟ ପ୍ରୟୋଗ କରନ୍ତୁ। ଏକ କଏନ ନିଅନ୍ତୁ ଏବଂ ଏହି କଏନ ସହିତ ଏକ ଲବଙ୍ଗ ଦରକାର ଏବଂ ଲାଲ ରଙ୍ଗର କପଡ଼ା ଏବଂ ମା ଲକ୍ଷ୍ମୀଙ୍କ ସାମ୍ନାରେ କପଡା ଉପରେ ଲବଙ୍ଗ ଏବଂ କଏନ ରଖିଦିଅନ୍ତୁ ଏବଂ ଏହା ପରେ ମା ଲକ୍ଷ୍ମୀଙ୍କ ଜପ କରିପାରିବେ ଓଁ ଶ୍ରୀଙ୍ଗ ଶ୍ରୀଙ୍ଗାୟ ନମଃ। ଏହା ପରେ ଏହାକୁ ବାନ୍ଧି ଧନ ରଖୁଥିବା ସ୍ଥାନରେ କିମ୍ବା ପର୍ସରେ ରଖିପାରିବେ। ଏହି ପ୍ରୟୋଗ ଆପଣ କୌଣସି ବି ଅମାବାସ୍ୟା ପୂର୍ଣ୍ଣିମା ଦିନ କରିପାରିବେ।

କେବେ କେବେ ଆପଣଙ୍କୁ ଧନର ସମସ୍ୟା ଅଧିକ ଚିନ୍ତିତ କରିଥାଏ ତ ଗୋଟେ କଏନ ନେଇ ନିଅନ୍ତୁ ଏହି କଏନ ଉପରେ ନିଜର ନାମର ପ୍ରଥମ ଅକ୍ଷର ଲେଖନ୍ତୁ ସିନ୍ଦୁରରେ କିମ୍ବା ଲାଲ ରଙ୍ଗର ପେନ କିମ୍ବା ଲାଲ ରଙ୍ଗର ନେଲ ପୋଲିସରେ ବି ଲେଖିପାରିବେ। ଏହା ପରେ ଘରର ଛାତ ଉପରେ ଯେଉଁଠି ପାଣି ଟାଙ୍କି ଥିବ ତା ଉପରେ ରଖିଦିଅନ୍ତୁ। ନାମର ପ୍ରଥମ ଅକ୍ଷର ଯେଉଁ ଲେଖିଥିବେ ତାହା ଆକାଶ ଆଡ଼କୁ ରହିବ ଏବଂ ରାତି ସାରା ଚନ୍ଦ୍ରମାଙ୍କ ଛାଇରେ ରହିବାକୁ ଦିଅନ୍ତୁ ଏବଂ ପର ଦିନ ସକାଳୁ ଏହି କଏନକୁ ଆଣି ନିଜ ପର୍ସରେ ରଖିଦିଅନ୍ତୁ। ଏହା ଦ୍ବାରା ଧନର ଆଗମନ ହୋଇଥାଏ।

କରଜରୁ ମୁକ୍ତି ପାଇଁ ଛୋଟ ଉପାୟ କରନ୍ତୁ। ଏକ ଧଳା ରଙ୍ଗର କପଡ଼ା ନେଇନିଅନ୍ତୁ ଏହି କପଡା ଉପରେ ଏକ ଚୁଟକି ଲାଲ ରଙ୍ଗର ମସୁର ଡାଲି ଏକ ଚୁଟକି ଚାଉଳ ଏବଂ ଗୋଟେ କଏନ ଏହିସବୁକୁ ବାନ୍ଧି କରି ନିଜ ଉପରେ ୭ ଥର ଓଲଟା ବୁଲାଇ ଅସ୍ତ ଗଛ ତଳେ ରଖିଦିଅନ୍ତୁ ଏବଂ ପଛକୁ ନବୁଲି ସିଧା ଏକ ମୁହାଁ ହୋଇ ଘରକୁ ଫେରି ଆସନ୍ତୁ। ଆପଣ କରଜରୁ ମୁକ୍ତି ପାଇପାରିବେ।

ଧନର ସମସ୍ୟା ଅଧିକ ଚିନ୍ତିତ କରିଲେ ଛୋଟ ପ୍ରୟୋଗ କରନ୍ତୁ। ଆପଣ ଗୋଟେ ମାଟିର କଳସ ନିଅନ୍ତୁ କିମ୍ବା ମାଟି ଦୀପ ନିଅନ୍ତୁ ଏଥିରେ ଆପଣ ସିନ୍ଦୁର ସାହାର୍ଯ୍ୟରେ ସ୍ୱସ୍ତିକ ଚିହ୍ନ ବନେଇ ଦିଅନ୍ତୁ ଏବଂ ଏଥିରେ ପାଣି ରଖିଦିଅନ୍ତୁ ଏବଂ ଗୋଟେ କଏନ ରଖିଦିଅନ୍ତୁ ଏବଂ ପର ଦିନ ଏହି ପାଣିକୁ ଗଛରେ ଢାଳି ଦିଅନ୍ତୁ। କଳସକୁ ରଖି ଦିଅନ୍ତୁ ଆଉ କଏନକୁ ଉଠାଇ ଅଲଗା ରଖିଦିଅନ୍ତୁ। ପର ଏହି ଉପାୟ ଆଉ ଥରେ କରନ୍ତୁ ଏମିତି ଏହି ପ୍ରୟୋଗ ଲଗାତାର ୫ ଥର କରନ୍ତୁ ଏବଂ ଏହା ପରେ ଏହି କଏନକୁ ଆଣି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଉନ୍ନତି ହୋଇଥାଏ।

ଘରେ ମା ଲକ୍ଷ୍ମୀଙ୍କର ବାସ ଚାହୁଁଥିଲେ ଆପଣ ନିଜର ଘରେ ଏକ ମାଟିର ପାତ୍ରରେ ଚାଉଳ ଦୁବ ଏବଂ ଗୋଟେ କଏନ ରଖିଦିଅନ୍ତୁ। ଚାଉଳରେ କଏନକୁ ଢାଙ୍କି ଦିଅନ୍ତୁ। ଏହାକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି କରି ନିଜ ଘରର ଉତ୍ତର ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଧନର ବୃଦ୍ଧି ହୋଇଥାଏ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଛୋଟ ଉପାୟ କରନ୍ତୁ। ଯଦି ଚାନ୍ଦିର ପାତ୍ର ଥିବ ତେବେ ଭଲ କଥା ନଚେତ ଏକ ପ୍ଲେଟ ନେଇ ନିଅନ୍ତୁ ଏବଂ ଏଥିରେ ଏକ କଏନ ରଖିଦିଅନ୍ତୁ ଏବଂ ଏହାର ଉପରେ ଚାଉଳର କିଛି ଦାନା ରଖନ୍ତୁ ଏବଂ ଏହି ପାତ୍ରକୁ ଆପଣ ନିଜର ପୂଜା ସ୍ଥାନରେ ରଖିଦିଅନ୍ତୁ ଏବଂ ଏହାକୁ ଚନ୍ଦନ ସିନ୍ଦୁର ଦେଇ ପୂଜା କରନ୍ତୁ ଏବଂ ଯେବେବି କୌଣସି ଖାସ କାମ ପାଇଁ ବାହାରକୁ ଯିବେ ତ ସେହି ପ୍ଲେଟରୁ ଚାଉଳର ଏକ ଦାନା ନିଜ ସହିତ ନେଇ ଯାଆନ୍ତୁ। ଏମିତି କରିଲେ ଆପଣଙ୍କ କାମ ସହଜରେ ପୁରା ହୋଇଯିବ।

ଶନିଦେବଙ୍କ ସମସ୍ୟା ଥିଲେ ଏକ କଳା ରଙ୍ଗର କପଡ଼ା ନେଇ ତା ଉପରେ ଏକ କଏନ ରଖିଦିଅନ୍ତୁ ଏବଂ ଏହା ସହିତ ଅଳ୍ପ କଳା ଡାଲି ଏବଂ ଅଳ୍ପ ତିଳ ନେଇ ଏହାକୁ ବାନ୍ଧି ଦିଅନ୍ତୁ କଳା କପଡ଼ାରେ ଏବଂ ନିଜ ଉପରେ ୩ ଥର କିମ୍ବା ୫ ଥର ବୁଲାଇନେଇ ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଶନି ସମ୍ବଦ୍ଧିତ ଯାହାବି ଦୋଷ ଥିବ ତାହା ଠିକ ହୋଇଯିବ। ଏହା ଭାଗ୍ୟକୁ ବଦଳାଇଦେବାର ଉପାୟ ଅଟେ।

ଆପଣ ଯେବେବି ଭଗବାନ ଗଣେଶଙ୍କର ପୂଜା କରୁଛନ୍ତି ତ ଏକ କଏନ ଏବଂ ଏକ ସୁପାରି ନିଅନ୍ତୁ ଏବଂ ଭଗବାନ ଗଣେଶଙ୍କୁ ଅର୍ପଣ କରିଦିଅନ୍ତୁ। ଏବଂ କଏନକୁ ଭଗବାନ ଗଣେଶଙ୍କ ପାଖରେ ରହିବାକୁ ଦିଅନ୍ତୁ ଏବଂ ସୁପାରିକୁ କୌଣସି ଖାସ କାମ ପାଇଁ ଯାଉଥିଲେ ସାଙ୍ଗରେ ନେଇ ଯାଆନ୍ତୁ କାମରେ ଆପଣ ସଫଳତା ହାସଲ କରିବେ ଏବଂ ଏହାପରେ ସେହି ସୁପାରିକୁ ଭଗବାନ ଗଣେଶଙ୍କ ସାମ୍ନାରେ ଆଣି ରଖିଦିଅନ୍ତୁ।

ପୂଜା ସ୍ଥାନରେ ଚାଉଳ ଏବଂ ଦୁବ ସହିତ କଏନ ରଖିଲେ ଆପଣଙ୍କ ଖୁସିର ଚାର ଚାନ୍ଦ ଲାଗିଯିବ। ଏହି ଉପାୟ ଆପଣଙ୍କୁ ଧନର ସମସ୍ୟାରୁ ମୁକ୍ତି ଦେବ।

ଭଗବାନ ଶିବଙ୍କ ମନ୍ଦିରକୁ ଯେବେ ଯାଉଛନ୍ତି ତ ଭଗବାନ ଶିବଙ୍କୁ ପୂଜା କରିବା ପରେ ଦକ୍ଷିଣା ଭାବରେ କିଛି କଏନ ନିଶ୍ଚୟ ଅର୍ପଣ କରନ୍ତୁ ଏହା ଦ୍ବାରା ବି ଭଗବାନ ଶିବଙ୍କ କୃପାରୁ ଜୀବନରେ ଧନର ଅଭାବ ହୋଇନଥାଏ।

ସନ୍ଧ୍ୟା ସମୟରେ ଯେବେବି ଦୀପ ଜାଳିବେ ଏକ କଏନ ପକେଇ ହିଁ ଜାଳନ୍ତୁ। ଏହି କଏନ ଆପଣ ପ୍ରତିଦିନ ପକେଇ ଜାଳନ୍ତୁ। ନକରାତ୍ମକ ଉର୍ଜା ଶେଷ ହେବ ଏବଂ ଭଲ ଅଵସର ଜୀବନରେ ମିଳିବ। ଯାହା ଆପଣଙ୍କୁ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ଦେବ।

ଚାକିରୀ ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏକ ଲାଲ ରଙ୍ଗର କପଡ଼ାରେ ଏକ କଏନକୁ ବାନ୍ଧି କରି ନିଜ ଘରର ଧନର ସ୍ଥାନରେ ରଖିଦିଅନ୍ତୁ ଏବଂ ଏହି କଏନକୁ କେବେବି ଖର୍ଚ୍ଚ କରିବେ ନାହିଁ।

ଶନିବାର ଦିନ ଗରିବ ଲୋକଙ୍କୁ ଖାଦ୍ୟର ଦାନ କରିପାରିବେ କିମ୍ବା କୌଣସି ବି ଅମାବାସ୍ୟା ଦିନ କରିପାରିବେ।

ଭାଗ୍ୟର ସାଥ ପାଇଁ ପର୍ସରେ ଏକ ମୟୁରପୁଙ୍ଖ ଏବଂ ଏକ କଏନ ନିଶ୍ଚୟ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *