ସକାଳୁ ଉଠିବା ମାତ୍ରେ ଏହି ୨ ଗୋଟି କାର୍ଯ୍ୟ କଲେ, ମିଳିଥାଏ ଅପାର ସୁଖସମୃଦ୍ଧି।
ଜ୍ୟୋତିଷ ଶାସ୍ତ୍ରରେ ସକାଳୁ ଉଠି କିଛି ବିଶେଷ ମନ୍ତ୍ର ଜପ କଲେ କେଉଁ ଶୁଭ ଫଳ ପ୍ରାପ୍ତ ହୋଇଥାଏ, ସେହି ବିଷୟରେ ବର୍ଣ୍ଣନା କରାଯାଇଛି।ଏହି ମନ୍ତ୍ରର ଜପ କଲେ ଦିନଟି ଶୁଭମୟ ହୋଇଥାଏ।ଜାଣନ୍ତୁ କଣ ସେହି ମନ୍ତ୍ର। କୁହାଯାଏ କି ଦିନର ଆରମ୍ଭ ଶୁଭ ହେଲେ ଦିନଟି ଭଲରେ ଅତିବାହିତ ହୋଇଥାଏ।
ଏଥିପାଇଁ ପ୍ରତ୍ୟେକ ମଣିଷ ନିଜର ଦିନଟିକୁ ଉତ୍ତମ ଭାବରେ ଅତିବାହିତ କରିବା ପାଇଁ ଅନେକ ପ୍ରକାରର ପ୍ରୟାସ କରିଥାନ୍ତି। ଶାସ୍ତ୍ରରେ ଦିନଟିର ଆରମ୍ଭ ଅତ୍ୟନ୍ତ ଖାସ ଓ ସୁଖମୟ କରିବା ପାଇଁ ଅନେକ ଉପାୟ ଗୁଡ଼ିକ ରହିଛି। ଏହି ମନ୍ତ୍ରକୁ ସକାଳୁ ଉଠିବା ପରେ ଶଯ୍ୟା ତ୍ୟାଗ କରିବା ପୂର୍ବରୁ ଜପ କଲେ, ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ। ଜାଣନ୍ତୁ କଣ ସେହି ମନ୍ତ୍ର?
ପ୍ରଥମ ମନ୍ତ୍ର :- ଗୀତାରେ କୁହାଯାଇଛି କି ମନୁଷ୍ୟକୁ ସକାଳୁ ଉଠି ଶଯ୍ୟା ତ୍ୟାଗ କରିବା ପୂର୍ବରୁ ପ୍ରଥମେ ନିଜ ହାତର ଦର୍ଶନ କରିବା ଉଚିତ। ଏହାସହିତ ତଳେ ଦିଆଯାଇଥିବା ମନ୍ତ୍ରର ମଧ୍ୟ ଜପ କରିବା ଉଚିତ। ମନ୍ତ୍ରଟି ହେଉଛି –
” କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ।
କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍।”
ଏହି ମନ୍ତ୍ରର ଅର୍ଥ ହେଉଛି – ହାତର ପ୍ରଥମ ଭାଗରେ ଦେବୀ ଲକ୍ଷ୍ମୀ ଓ ମଧ୍ୟଭାଗରେ ଦେବୀ ସରସ୍ଵତୀ ଏବଂ ମୂଳ ଭାଗରେ ଦେବୀ ଭଗବାନ ବିଷ୍ଣୁ ନିବାସ କରିଛନ୍ତି। ସକାଳର ଏହି ମୁହୂର୍ତ୍ତରେ ହେ ଭଗବାନ! ଆପଣଙ୍କୁ ମୋର ପ୍ରଣାମ ଜଣାଉଛି।ମୋ ପ୍ରଣାମ ସ୍ବୀକାର କରନ୍ତୁ।
ଦିତୀୟ ମନ୍ତ୍ର :- ସକାଳୁ ଉଠି ପାଦ ଭୂମିରେ ପକାଇବା ପୂର୍ବରୁ ପ୍ରଥମେ ଭୂମିକୁ ପ୍ରଣାମ କରିବା ଉଚିତ। ଏହାପରେ ତଳେ ଦିଆଯାଇଥିବା ମନ୍ତ୍ରର ଜପ କରିବା ଆବଶ୍ୟକ। ମନ୍ତ୍ରଟି ହେଉଛି –
” ସର୍ବାବାଧାବିନିର୍ମୁକ୍ତୋ ଧନଧାନ୍ୟସୂତାନ୍ୱିତଃ।
ମନୁଷ୍ୟ ମାତ୍ପ୍ରସାଦେନ ଭବିଷ୍ୟତିଂ ନ ସଂଶୟଃ “।
ଏହି ମନ୍ତ୍ରର ଅର୍ଥ ହେଉଛି – ହେ ମାଆ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଆପଣଙ୍କ କୃପାରୁ ମନୁଷ୍ୟକୁ ଧନ, ସମ୍ପତ୍ତି, ଦୁଃଖରୁ ମୁକ୍ତି ମିଳୁଛି। କୁହାଯାଏ କି ସକାଳୁ ଉଠି ଶଯ୍ୟା ତ୍ୟାଗ କରିବା ପୂର୍ବରୁ ଏହି ଦୁଇଟି ମନ୍ତ୍ରର ଜପ କଲେ ଆପଣଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ ଏବଂ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଏହାଦ୍ବାରା ମନକୁ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇଥାଏ। ଏହାସହିତ ଦିନଟି ମଧ୍ୟ ସୁଖରେ ଅତିବାହିତ ହୋଇଥାଏ।