Excuse Me Odisha

ଯାହା କହିବୁ ସତ କହିବୁ

ମଇ ମାସ ୧୭ ତାରିଖରୁ ୩ ଗୋଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ମଙ୍ଗଳ ଗ୍ରହ ମୀନ ରାଶିରେ ଗୋଚର କରିବାକୁ ଯାଉଛନ୍ତି।

ସେୟାର୍ କରନ୍ତୁ

ମଇ ମାସ ୧୭ ତାରିଖ ଦିନ ଗୁରୁ ଗ୍ରହର ରାଶି ମୀନରେ ମଙ୍ଗଳ ଗ୍ରହ ପ୍ରବେଶ କରିବାକୁ ଯାଉଛନ୍ତି। ଏହାଦ୍ବାରା ୩ ଗୋଟି ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।

ମଙ୍ଗଳ ଗ୍ରହକୁ ସାହସ ଓ ସଂକଳ୍ପର ଗ୍ରହ ବୋଲି ମାନା ଯାଇଥାଏ। ଏହାସହିତ ଏହାକୁ ସେନାପତି ଗ୍ରହ ମଧ୍ୟ କୁହାଯାଏ। ମେଷ ରାଶି ଓ ବିଛା ରାଶିର ସ୍ବାମୀ ହେଉଛନ୍ତି ମଙ୍ଗଳ। ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ସୁଦୃଢ ରହିଥିବ, ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭରପୂର ହୋଇ ରହିଥାଏ। ମଇ ୧୭ ତାରିଖ ମଙ୍ଗଳ ଗ୍ରହ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାଦ୍ବାରା ୩ ଗୋଟି ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ ହେବ।ଏହି ରାଶିର ଲୋକଙ୍କର ଭାଗ୍ୟ ଖୋଲିବାକୁ ଯାଉଛି।

ବୃଷ ରାଶି :-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆର୍ଥିକ ରୂପରେ ସମୟ ସୁଦୃଢ ରହିବ। ଆୟରେ ବୃଦ୍ଧି ହେବା ସହିତ କ୍ୟାରିୟରରେ ଅଗ୍ରଗତି କରିବେ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। କୌଣସି କାରଣ ବଶତଃ ବିଦେଶ ଯାତ୍ରା କରି ପାରନ୍ତି। କିଛି ନୂଆ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାରବାରରେ ଲାଭବାନ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ତୁଳା ରାଶି :-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣ ଅଧିକ ସଞ୍ଚୟ କରିବାରେ ସଫଳ ହେବେ। ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।କୌଣସି ପୁରୁଣା ରୁଣରୁ ମୁକ୍ତ ହୋଇଯିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ।

ମକର ରାଶି :-

ମଙ୍ଗଳ ଗ୍ରହର ମୀନ ରାଶିକୁ ଗୋଚର ପ୍ରଭାବରେ ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ। ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ସରକାରୀ ଚାକିରୀ ପାଇଁ ଆଶା ରଖୁଥିଲେ, ଆପଣଙ୍କୁ ନିଶ୍ଚିତ ଭାବରେ ସୁଖଦ ସମାଚାର ମିଳିବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଆପଣ ଯଥା ସମ୍ଭବ ଚେଷ୍ଟା କରିବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *