ଧଳା ବାଳ କେତେବି ହୋଇଥାଉ ଗୋଟି ଗୋଟି କରି କଳା ହୋଇଯିବ। ଥରେ ଲଗେଇ ଦେଖନ୍ତୁ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧଳା ବାଳ କେତେବି ହୋଇଥାଉ ଗୋଟି ଗୋଟି କରି କଳା ହୋଇଯିବ। ଥରେ ଲଗେଇ ଦେଖନ୍ତୁ।
ଧଳା ବାଳ ହେବା ଏକ ଚିନ୍ତାର ବିଷୟ ଅଟେ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କର ଧଳା କେଶକୁ ମୂଳରୁ କଳା କରିବ ଏବଂ ଏହା ସହିତ ଆପଣଙ୍କର କେଶ ଝଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିବ। ତେବେ ଆସନ୍ତୁ ଜାଣିବା ଏହି ରେମିଡ଼ିଟିକୁ କେମିତି ବନେଇବେ ଏବଂ ଏହାର ପ୍ରୟୋଗ କିପରି କରିବା।
ଏହି ଉପଚାର ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକତା ପଡିବ ଚାପତି। ଚାପତି ପାଣି ଦ୍ୱାରା ମଧ୍ୟ ଆମର ସ୍କିନରେ ଚମକ ଆସିଥାଏ ତା ସହିତ ଯଦି ଆପଣଙ୍କ କେଶରେ ଚାପତି ପାଣି ଲଗାନ୍ତି ତେବେ ଆମ କେଶ ଲମ୍ବା ଘନ ଏବଂ ମଜବୁତ ହୋଇଥାଏ ଏବଂ ଏହା ସହିତ କେଶକୁ କଳା କରିବାରେ ସାହାର୍ଯ୍ୟ କରିଥାଏ। ପ୍ରଥମେ ୧ ଚାମଚ ଚାପତି ନେଇ ତାହାକୁ ବାଟି ଦିଅନ୍ତୁ କିମ୍ବା ଗ୍ରାଇଣ୍ଡିଂ କରିଦିଅନ୍ତୁ। ଚାପତି ଆମ ଧଳା କେଶ ଏବଂ ଝଡୁଥିବା କେଶ ପାଇଁ ସବୁଠାରୁ ଭଲ ଉପାଦାନ ଅଟେ। ଏଥିରୁ ଟେନିଂ ନାମକ ତତ୍ତ୍ୱ ମିଳିଥାଏ ଯାହା କେଶକୁ ମୂଳରୁ କଳା କରିଥାଏ।
ଚାପତିରେ ଭିଟାମିନ-E ମିଳିଥାଏ ଯାହା ବହୁତ ଅଧିକ ଆମ କେଶ ପାଇଁ ଲାଭଦାୟକ ହୋଇଥାଏ। ପ୍ରଥମେ ଏହାକୁ ଭଲ ଭାବରେ କୁଟି ଗୁଣ୍ଡ କରିନିଅନ୍ତୁ। ଏହା ପରେ ଏଥିପାଇଁ ଆବଶ୍ୟକତା ପଡିବ କଫି ପାଉଡର। ଏହା ଆମ କେଶକୁ ବହୁତ ଭଲ ରଙ୍ଗ ଦେଇଥାଏ। ଏହା ଆମ କେଶ ଜଟା ବାନ୍ଧିବାରୁ ବଞ୍ଚାଇ ଥାଏ। ଆମ ମୁଣ୍ଡରେ ଯଦି କୌଣସି ପ୍ରକାରର ସଂକ୍ରମଣ ଥାଏ ତାହାକୁ ଦୂର କରିଥାଏ କଫି। ଏହା ଆମ କେଶକୁ ଶକ୍ତିଶାଳୀ କରିଥାଏ। କଫିରୁ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ ଯାହା ଆମ କେଶରେ ଉପି ଏବଂ ଉକୁଣୀ ଭଳି ସମସ୍ୟାକୁ ଦୂର କରିଥାଏ। ଏଥିପାଇଁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ନଡ଼ିଆ ତେଲ।
କେଶକୁ ଭରପୁର ମାତ୍ରାରେ ମଜବୁତ କରିଥାଏ ନଡ଼ିଆ ତେଲ। ସେଥିପାଇଁ କେଶ ସମ୍ବଦ୍ଧିୟ ଅନେକ ସମସ୍ୟାକୁ ଦୂର କରିବା ପାଇଁ ନଡ଼ିଆ ତେଲର ପ୍ରୟୋଗ ବହୁ ପୁରାତନ କାଳରୁ ହୋଇଆସୁଛି। ଏହାର ପ୍ରୟୋଗ ଦ୍ୱାରା ଆମର କେଶର ମୂଳ ମଜବୁତ ହୋଇଥାଏ ଏବଂ ଆମର କେଶ ଝଡ଼ିବା ମଧ୍ୟ କମ ହୋଇଥାଏ। ଏଥିପାଇଁ ଆବଶ୍ୟକ ପଡିବ ୬ରୁ ୭ ବୁନ୍ଦା ଲେମ୍ବୁ ରସ। ଏହା ଆମ ମୁଣ୍ଡରେ ଉପି ଭଳି ସମସ୍ୟାକୁ ଦୂର କରିଥାଏ। ଏହି ରେମିଡ଼ିଟିକୁ ୧ ମାସ ପର୍ଯ୍ୟନ୍ତ ବନେଇ ରଖିପାରିବେ ତା ଠାରୁ ଅଧିକ ନୁହେଁ। ଏହି ରେମିଡ଼ିରେ କୌଣସି ପ୍ରକାରର ସାଇଟଇଫେକ୍ଟ ଦେଖିବାକୁ ମିଳିନଥାଏ।
ଅଳ୍ପ ନଡିଆ ତେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶେଇ ଦିଅନ୍ତୁ ଏବଂ ଏହି ତେଲରେ ୧ ଚାମଚ କଫି ପାଉଡର ମିଶେଇ ଦିଅନ୍ତୁ। କଫି ଆମ କେଶକୁ ମଜବୁତ କରିଥାଏ ଏହା ସହିତ ଉପି ସମସ୍ୟାକୁ ଦୂର କରିଥାଏ ଏବଂ କେଶକୁ କଳା କରିଥାଏ। ଏହା ପରେ ଏଥିରେ ଅଧା ଚାମଚ ଗୁଣ୍ଡ ହୋଇଥିବା ଚାପତି ମିଶାନ୍ତୁ। ସବୁ ଜିନିଷ ମିଶେଇ ସାରିବା ପରେ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ ଯାହା ଫଳରେ କଫି ଏବଂ ଚାପତିର ସବୁ ପୋଷକ ତତ୍ତ୍ୱ ଏହି ନଡ଼ିଆ ତେଲକୁ ଯେମିତି ଆସିଯିବ।
ଏହି ଉପଚାର ପାଇଁ ନଡ଼ିଆ ତେଲ ବ୍ୟତୀତ ସୋରିଷ ତେଲ କିମ୍ବା ଅଲିଭ ଅଏଲ ତେଲର ବ୍ୟବହାର କରିପାରିବେ। ଯେଉଁ ବି ତେଲ ଆପଣ ବ୍ୟବହାର କରନ୍ତି ସେହି ତେଲର ବ୍ୟବହାର ଆପଣ କରିପାରିବେ। ଯେବେବି ତେଲ ମୁଣ୍ଡରେ ଲଗାଉଛନ୍ତି ତ ତେଲକୁ ଅଳ୍ପ ଟିକେ ଗରମ କରି ଲଗାନ୍ତୁ କିନ୍ତୁ ଆପଣଙ୍କୁ ଏହାକୁ ଡାଇରେକ୍ଟ ଗରମ କରିବାକୁ ହେବନାହିଁ ଗୋଟେ ପାତ୍ରରେ ପାଣିକୁ ଗରମ କରି ତେଲକୁ ଗୋଟେ ପାତ୍ରରେ ନେଇ ସେହି ଗରମ ପାଣିରେ ବସେଇ ଗରମ କରନ୍ତୁ।
ଏହି ରେମିଡ଼ିକୁ ମଧ୍ୟ ଗରମ ପାଣିରେ ବସେଇ ଗରମ କରିନିଅନ୍ତୁ। ସପ୍ତାହରେ ୩ ଥର ଏହି ତେଲରେ କେଶକୁ ମସାଜ କରନ୍ତୁ। ଏହା ଦ୍ବାରା କେଶ ଲମ୍ବା ହେବ କେଶ ଝଡ଼ିବା ବନ୍ଦ ହେବ। ଧଳା କେଶ ମୂଳରୁ କଳା ହେବ। ଏହି ତେଲକୁ ମଥାରେ ଲଗାଇବା ସାରିବା ପରେ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସେମିତି କେଶରେ ଲାଗି ରହିବାକୁ ଦିଅନ୍ତୁ। ଏହାପରେ କେଶକୁ କୌଣସି ହରବଲ ସେମ୍ଫରେ ଧୋଇ ଦିଅନ୍ତୁ।