Excuse Me Odisha

ଯାହା କହିବୁ ସତ କହିବୁ

କେଉଁ କର୍ମ କଲେ ସ୍ତ୍ରୀ ଜନ୍ମ ମିଳିଥାଏ? ପଢନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି କି ପୃଥିବୀର ପ୍ରତ୍ୟେକ ପ୍ରାଣୀ ମାନଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରାପ୍ତ ହୋଇଥାଏ। ଖାସ୍ କରି ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ଯେଉଁଭଳି ଭାବରେ ବିଚାର ରହିଥାଏ, ସେହିଭଳି ଭାବରେ ପରଜନ୍ମରେ ସେହିଭଳି ଜନ୍ମ ପାଇଥାନ୍ତି। ସଂସାରରେ ଯେତେ ଜୀବ ରହିଛନ୍ତି ସେମାନେ ପ୍ରତ୍ୟେକ ଯୁଗରେ କିଛି ନା କିଛି ରୂପରେ ଜନ୍ମ ନେଇଥାନ୍ତି।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏଭଳି କେଉଁ କାରଣ ରହିଛି, ଯେଉଁ କାରଣ ଯୋଗୁଁ ପୁରୁଷ ଲୋକଙ୍କୁ ପରଜନ୍ମରେ ସ୍ତ୍ରୀ ଯୋନିରେ ଜନ୍ମ ହେବାକୁ ପଡ଼ିଥାଏ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ କି, ପ୍ରତ୍ୟେକ ଯୁଗରେ ତୁମେ ଆଉ ମୁଁ ଅବସ୍ଥାନ କରିଛୁ।ମୋର ପ୍ରତ୍ୟେକ ଜନ୍ମର ଜ୍ଞାନ ରହିଛି, କିନ୍ତୁ ତୁମକୁ ଏହି ଜନ୍ମ ବିଷୟରେ କୌଣସି ଜ୍ଞାନ ନାହିଁ। ତୁମର ଓ ମୋର ଭିତରେ ଏହି ପାର୍ଥକ୍ୟ ରହିଛି।ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, କୌଣସି ପୁରୁଷ ନିଜର ମୃତ୍ୟୁ ସମୟରେ ଯଦି ତାର ପତ୍ନୀ, ଝିଅ, ମାଆ ବିଷୟରେ ଭାବୁଥାଏ

ତାହେଲେ ତାର ଆଗାମୀ ଜନ୍ମ ସ୍ତ୍ରୀ ଯୋନିରେ ହୋଇଥାଏ।ପରଜନ୍ମରେ ସ୍ତ୍ରୀ ରୂପରେ ଜନ୍ମ ହେବାର ଆଉ ଏକ ବଡ଼ କାରଣ ହେଉଛି ଯେ, ଯଦି କୌଣସି ପୁରୁଷ ବ୍ୟକ୍ତିକୁ ଅଧିକ ସ୍ତ୍ରୀଲୋକ ପସନ୍ଦ ହୋଇଥାଏ ବା ସେ ସ୍ତ୍ରୀ ମାନଙ୍କୁ ଅଧିକ ସମ୍ମାନ କରିଥାନ୍ତି, ତାହେଲେ ତାଙ୍କୁ ପରଜନ୍ମରେ ସ୍ତ୍ରୀ ଜନ୍ମ ମିଳିଥାଏ

ପରଜନ୍ମରେ ସ୍ତ୍ରୀ ହୋଇ ଜନ୍ମ ହେବାର ଆଉ ଏକ କାରଣ ହେଉଛି, ଯେଉଁ ପୁରୁଷ ନିଜ ପତ୍ନୀ, ମାଆ ଓ ଝିଅକୁ ହଇରାଣ କରିଥାଏ ବା ଅସମ୍ମାନ କରେ, ତାକୁ ପରଜନ୍ମରେ ସ୍ତ୍ରୀ ହୋଇ ପୂର୍ବଜନ୍ମରେ କରିଥିବା ଭୁଲକୁ ସୁଧାରିବାକୁ ପଡ଼ିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁଠାରେ ନାରୀ ପ୍ରସନ୍ନ ରହିଥାଏ, ସେଠାରେ ଦେବୀ ଓ ଦେବତା ମାନେ ବାସ କରିଥାନ୍ତି ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।ଯେତେବେଳେ ଘରେ ଝିଅର ଜନ୍ମ ହୋଇଥାଏ, ସେତେବେଳେ ଘର ସୌଭାଗ୍ୟ ଓ ଧନସମ୍ପତିରେ ଭରି ଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *