Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵାମୀଙ୍କ ଆୟୁଷ ବୃଦ୍ଧି ପାଇଁ ସାବିତ୍ରୀ ବ୍ରତ ଦିନ କରନ୍ତୁ ଏମିତି ଭାବରେ ପୂଜା, ଜାଣନ୍ତୁ ସଂପୂର୍ଣ୍ଣ ଶୁଭ ମୂହୁର୍ତ୍ତ ଓ ବିଧି !

ସେୟାର୍ କରନ୍ତୁ

ପ୍ରତ୍ୟେକ ବିବାହିତା ମହିଳା ମାନଙ୍କର ଏହି କାମନା ରହିଥାଏ କି ତାଙ୍କର ସ୍ଵାମୀଙ୍କ ଆୟୁଷ ବୃଦ୍ଧି ହେଉ। ଏଥିପାଇଁ ମହିଳା ମାନେ ଦେବୀଙ୍କ ଠାରୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ମାଗିଥାନ୍ତି। ଏଥିପାଇଁ ହିନ୍ଦୁଧର୍ମରେ ଅନେକ ବ୍ରତ ଓ ଉପବାସ ରହିଛି। ମାନ୍ୟତା ରହିଛି କି ମହିଳା ମାନେ ତାଙ୍କ ସ୍ଵାମୀଙ୍କ ଆୟୁଷ ବୃଦ୍ଧି କରିବା ପାଇଁ ଅନେକ ବ୍ରତ ଓ ଉପବାସ ରଖିଲେ, ଏହା ବହୁତ ଫଳପ୍ରଦ ହୋଇଥାଏ।

ଏହି ବ୍ରତ ଓ ଉପବାସ ମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ। ପ୍ରତ୍ୟେକ ମହିଳା ମାନେ ନିଜ ସ୍ବାମୀଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରିବା ପାଇଁ ଏହି ସାବିତ୍ରୀ ବ୍ରତ କରିଥାନ୍ତି। କୁହାଯାଏ କି ମହିଳାମାନେ ଏହି ବ୍ରତ ରଖିବା ଦ୍ଵାରା ମୃତ୍ୟୁ ପର୍ଯ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି। ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତର ଶୁଭ ମୂହୁର୍ତ୍ତ କଣ ଏବଂ ପୂଜାବିଧି।

ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ବ୍ରତ ରଖିବାର ପରମ୍ପରା ରହିଛି :-

ହିନ୍ଦୁ ମାନ୍ୟତା ଅନୁସାରେ ସାବିତ୍ରୀ ବ୍ରତ ରଖିବାର ଖାସ୍ ପରମ୍ପରା ରହିଛି।ଜେଷ୍ଠା ମାସ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା କୁହାଯାଏ।ଶାସ୍ତ୍ର ଅନୁସାରେ କୁହାଯାଇଛି କି ଏହିଦିନ ବିବାହିତା ନାରୀ ମାନେ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ବ୍ରତ ରଖିଥାନ୍ତି।ଏହିଦିନ ବରଗଛକୁ ମଧ୍ୟ ପୂଜା କରି ମହିଳାମାନେ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ କାମନା କରିଥାନ୍ତି।ଏହାସହିତ ଏହିଦିନ ବରଗଛର ପରିକ୍ରମା ମଧ୍ୟ କରିଥାନ୍ତି। ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

ମଇ ୩୦ ତାରିଖ ଦିନ ରହିଛି ସାବିତ୍ରୀ ବ୍ରତ :-

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହିଦିନ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ମଇ ମାସ ୩୦ ତାରିଖରେ ପଡ଼ିବାକୁ ଯାଉଛି। ଏହିଦିନ ପ୍ରତ୍ୟେକ ବିବାହିତା ମହିଳା ମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ଏହାଦ୍ବାରା ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହି ବ୍ରତ କରିବା ଦ୍ଵାରା ବିବାହିତା ମହିଳାଙ୍କ ସ୍ଵାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ।

ଆସନ୍ତୁ ଏହି ସାବିତ୍ରୀ ବ୍ରତର ଶୁଭ ମୂହୁର୍ତ୍ତ ଓ ବିଧି ବିଷୟରେ ଜାଣିବା।ଅମାବାସ୍ୟା ତିଥି ମଇ ମାସ ୨୯ ତାରିଖ ଦ୍ୱିପ୍ରହର ୨ ଘଟିକା ୫୪ ମିନିଟରୁ ଆରମ୍ଭ ହୋଇ ପରଦିନ ଅର୍ଥାତ ମଇ ମାସ ୩୦ ତାରିଖ ୪ ଘଟିକା ୫୯ ମିନିଟରେ ସମାପ୍ତ ହେବ। ଏହି ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା କରିବା ଦ୍ଵାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।

ଜାଣନ୍ତୁ ସାବିତ୍ରୀ ବ୍ରତର ପୂଜା ବିଧି :-

ଆଜି ଆମେ ଆପଣଙ୍କୁ ସାବିତ୍ରୀ ବ୍ରତର ପୂଜା ବିଧି ବିଷୟରେ କହିବାକୁ ଯାଉଛୁ। ସାବିତ୍ରୀ ବ୍ରତ ପାଳନ ବରଗଛରେ ଜଳ ଢାଳିବା ଉଚିତ। ତାପରେ ବରଗଛକୁ ଲାଲ ସୂତାରେ ଗୁଡ଼ାଇ ଚାରିପଟେ ତିନିଥର ପରିକ୍ରମା କରିବା ଉଚିତ। ପରିକ୍ରମା କରିବା ପରେ ବରଗଛର ପୂଜା କରି ସିନ୍ଦୂର ଓ ତିଳକ ଲଗାଇବା ଉଚିତ। ବରଗଛ ମୂଳରେ ଦୀପ ପ୍ରଜ୍ବଳନ କରନ୍ତୁ। କୁହାଯାଏ କି ବରଗଛରେ ଦେବୀ ଓ ଦେବତା ମାନଙ୍କର ବାସ ହୋଇଥାଏ। ତେଣୁ ପୂଜା କରି ସାରି ସ୍ବାମୀଙ୍କର ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *