Excuse Me Odisha

ଯାହା କହିବୁ ସତ କହିବୁ

ବୁଧ ଗ୍ରହଙ୍କର ଓଲଟା ଚଳନ ! ଜାଣନ୍ତୁ ପ୍ରତ୍ୟେକ ରାଶିର ଲୋକଙ୍କୁ କଣ ମିଳିବ ଶୁଭ ଫଳ ଓ ଏହାର ଉପାୟ।

ସେୟାର୍ କରନ୍ତୁ

ମଇ ମାସ ୧୦ ତାରିଖ ମଙ୍ଗଳବାର ଦିନ ବୁଧ ଗ୍ରହ ନିଜ ଚଳନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେହିଦିନ ବୁଧ ଗ୍ରହ ୫ ଘଟିକା ୧୯ ମିନିଟରେ ବୃଷରେ ବକ୍ରି ହେବାକୁ ଯାଉଛନ୍ତି। ବୁଧ ଗ୍ରହ ଜୁନ ୩ ତାରିଖ ଦ୍ୱିପ୍ରହର ୧ ଘଟିକା ୩୧ ମିନିଟ ପର୍ଯ୍ୟନ୍ତ ନିଜ ଗତି ବଦଳାଇବେ।ପୁଣି ଚଳନ ବନ୍ଦ କରି ସିଧା ଚଳନ କରିବେ, ଅର୍ଥାତ ମାର୍ଗୀ ହୋଇଯିବେ। ବୁଧ ଗ୍ରହ ମାର୍ଗୀ ହୋଇ ଚଳନ କରି ଜୁଲାଇ ୨ ତାରିଖ ସକାଳ ୯ ଘଟିକା ୪୪ ମିନିଟରେ ମିଥୁନ ରାଶିରେ ପ୍ରବେଶ କରିବେ।ଆଜି ଆମେ ଆପଣଙ୍କୁ କହି ରଖୁଛୁ କି ବୁଧ ଗ୍ରହ ମାର୍ଗୀ ହେବା ଦ୍ବାରା ଏହାର ଶୁଭ ଓ ଅଶୁଭ ପ୍ରଭାବ କେଉଁ ରାଶିର ଲୋକଙ୍କ ଉପରେ ପଡ଼ିବ।

ମେଷ ରାଶି :-

ବୁଧ ଗ୍ରହର ଓଲଟା ଚଳନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବ। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଶତ୍ରୁ ଆପଣଙ୍କୁ ଭୟ କରି ପାରନ୍ତି। ନିଜ ପାଖରେ ରୁପା ଜିନିଷ ରଖନ୍ତୁ, ଯାହାଦ୍ଵାରା ଆପଣଙ୍କର ସବୁ ସମସ୍ୟା ହୋଇଯିବ।

ବୃଷ ରାଶି :-

ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣ ରାଜା ଭଳି ଜୀବନ ଅତିବାହିତ କରିବେ। ଆପଣଙ୍କୁ ନିଜ ସନ୍ତାନଙ୍କ କାର୍ଯ୍ୟକଳାପ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ।

ମିଥୁନ ରାଶି :-

ବୁଧ ଗ୍ରହର ବକ୍ରି ହେବା ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଆପଣଙ୍କୁ ନିଜ ଆମଦାନୀ ଉପରେ ଧ୍ୟାନ ରଖି ଖର୍ଚ୍ଚ କରିବା ଉଚିତ। ଜୀବିକାରେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ବକ୍ରି ବୁଧ ଗ୍ରହର ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଏକ ହଳଦିଆ ରଙ୍ଗର ରକ୍ଷା ସୂତ୍ର ପିନ୍ଧନ୍ତୁ।

କର୍କଟ ରାଶି :-

ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ।ଏହାସହିତ ଆପଣଙ୍କୁ ସବୁ ସୁଖ ସୁବିଧା ପ୍ରାପ୍ତ ହେବ।ଖୁବ୍ ଶୀଘ୍ର ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।ସନ୍ତାନଙ୍କ ପାଠପଢ଼ାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ବକ୍ରି ବୁଧ ଗ୍ରହର ଶୁଭ ଫଳ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ନିଜ ଗଳାରେ ତମ୍ବାର କଏନ ପିନ୍ଧିବା ଉଚିତ।

ସିଂହ ରାଶି :-

କ୍ୟାରିୟରରେ ଆପଣଙ୍କୁ କିଛି କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ, ତେଣୁ ଆପଣଙ୍କୁ ନିଜ ପିତାଙ୍କ ଠାରୁ ସହଯୋଗ ନେବା ଉଚିତ। ଏହାସହିତ ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ବୁଧ ଗ୍ରହର ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଆପଣଙ୍କୁ ଦେବୀ ଦୁର୍ଗାଙ୍କର ଉପାସନା କରିବା ଉଚିତ।

କନ୍ୟା ରାଶି :-

ଆପଣଙ୍କୁ ନିଜ ଭାଗ୍ୟ ଉପରେ ଭରସା ନକରି ନିଜ କର୍ମପଥରେ ଆଗେଇ ଚାଲିବା ଉଚିତ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବକ୍ରି ବୁଧ ଗ୍ରହର ଶୁଭ ଫଳ ଲାଭ କରିବା ପାଇଁ ଆପଣଙ୍କୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ସବୁଜ ରଙ୍ଗର ଜିନିଷ ଉପଯୋଗ କରିବା ଉଚିତ ନୁହେଁ।

ତୁଳା ରାଶି :-

ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ସବୁ କାର୍ଯ୍ୟ ଆପଣ ସଠିକ ଢଙ୍ଗରେ ସମ୍ପନ୍ନ କରିବେ।ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ନିଶ୍ଚିତ ଭାବରେ ମିଳିବ। ବକ୍ରି ବୁଧ ଗ୍ରହର ଶୁଭ ଫଳ ପ୍ରାପ୍ତ କରିବା ପାଇଁ ବୁଧବାର ଦିନ ଏକ ମାଟି ପାତ୍ରରେ ଅଳ୍ପ ମହୁ ଢ଼ାଳି ଏହାକୁ ଘର ଠାରୁ ଦୂରରେ ମାଟି ଖୋଲି ପୋତି ଦିଅନ୍ତୁ।

ବିଛା ରାଶି :-

ଆପଣଙ୍କର ଜୀବନସାଥୀଙ୍କ ସହିତ କୌଣସି କଥାରେ ମତଭେଦ ସୃଷ୍ଟି ହୋଇପାରେ। ଆପଣଙ୍କୁ ନିଜ ସମ୍ପର୍କକୁ ସମ୍ଭାଳି ରଖିବା ଉଚିତ। ବୁଧ ଗ୍ରହର ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଏକ ମାଟି ପତ୍ରରେ ଜଳରେ ଭିଜା ମୁଗ ମନ୍ଦିରରେ ଦାନ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ, କାଗଜ

ଧନୁ ରାଶି :-

ଆପଣଙ୍କର ସମସ୍ତ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ।ଧର୍ଯ୍ୟ ରଖନ୍ତୁ, ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।ଏହି ସମୟରେ ପ୍ରିଣ୍ଟିଂ ପ୍ରେସ,କାଗଜ, କଲମ ସହିତ ଜଡ଼ିତ ଲଭ ମିଳିପାରେ।କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ମାଆଙ୍କର ଆଶୀର୍ବାଦ ନିଅନ୍ତୁ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମକର ରାଶି :-

ଆପଣଙ୍କ ମନ ପାଠପଢ଼ାରେ ଲାଗିବ। ପ୍ରେମ ମାମଲାରେ ସଂପର୍କ ସୁଖମୟ ରହିବ। ବୁଧ ଗ୍ରହ ବକ୍ରି ହେବାଦ୍ବାରା ଏହାର ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଆପଣଙ୍କୁ ପ୍ରତ୍ୟେକଦିନ ଗାଈକୁ ରୁଟି ଖାଇବାକୁ ଦେବା ଉଚିତ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

କୁମ୍ଭ ରାଶି :-

ଆପଣ ଭୂମି ଭବନର ଅଧିକାରୀ ହେବେ। ଆପଣଙ୍କୁ ନିଜ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ଭୌତିକ ସୁଖସୁବିଧା ପ୍ରାପ୍ତ ହେବ। ପିତାମାତାଙ୍କ ଠାରୁ ସଠିକ ସମୟରେ ସହଯୋଗ ପ୍ରାପ୍ତ କରିବେ। ପ୍ରେମୀ ଯୁଗଳ ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ। ବକ୍ରି ବୁଧ ଗ୍ରହର ଶୁଭ ଫଳ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ପ୍ରତ୍ୟେକଦିନ ନିଜ ମଥାରେ ତିଳକ ଲଗାଇବା ଉଚିତ।

ମୀନ ରାଶି :-

ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ସୁଦୃଢ ରହିବ।ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଆପଣ ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରି ପାରନ୍ତି। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଜୀବନରେ ଚାଲିଥିବା ଅନେକ ସମସ୍ୟା ଦୂର ହୋଇଯିବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *