Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତାକାଲି ହେଉଛି ଏକ ଖାସ୍ ଦିନ, ଏହିଦିନ ଏକ ଚମତ୍କାର ଉପାୟ କରିବା ଦ୍ଵାରା ବର୍ଷ ସାରା ରହିଥାଏ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ହିନ୍ଦୁଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଶୁଭ ଦିନ ଓ ମୂହୁର୍ତ୍ତ ଦେଖାଯାଏ। ଏପରି ରହିଛି କି ଶୁଭ ସମୟରେ କରାଯାଇଥିବା କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବାର ସମ୍ଭାବନା ରହିଥାଏ। ଆଜିର ସମୟରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ପୂର୍ବରୁ ଶୁଭ ସମୟ ଦେଖାଯାଇଥାଏ ।

ଯଦି ଆପଣ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଭଲ ଦିନ ଖୋଜୁଥାନ୍ତି, ତାହେଲେ ତେବେ ଆସନ୍ତା ମଇ ମାସ ୧୨ ତାରିଖ ଦିନ ସବୁଠାରୁ ଉତ୍କୃଷ୍ଟ ସମୟ ରହିଛି। ଏହିଦିନ ସବୁଠାରୁ ବଡ଼ ଶୁଭ ଯୋଗ ବନୁଛି। ଏହିଦିନ ଅନେକ ବିଶେଷ ଉପାୟ କଲେ, ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। ତେଣୁ ଜାଣନ୍ତୁ ଏହିଦିନ କେଉଁ ଉପାୟ କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରି ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧୨ ମଇ କାହିଁକି ହୋଇଥାଏ ଖାସ୍ :-

ମଇ ମାସ ୧୨ ତାରିଖ ଦିନ ସବୁଠାରୁ ଶ୍ରେଷ୍ଠ ଏକାଦଶୀ ପଡ଼ୁଛି। ଏହାସହିତ କିଛି ଶୁଭ ଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଶୁଭ ହର୍ଷଣ ଯୋଗ ମଧ୍ୟ କୁହାଯାଏ। ଏହିସମୟରେ ୩ ଗୋଟି ଗ୍ରହ ନିଜ ରାଶିରେ ରହିବେ। ଅର୍ଥାତ ଏଥିରେ ଚନ୍ଦ୍ର ଗ୍ରହ ନିଜ ରାଶି କନ୍ୟାରେ ରହିବେ, ଶନି ଗ୍ରହ କୁମ୍ଭ ରାଶିରେ ଓ ଗୁରୁ ବୃହସ୍ପତି ଗ୍ରହ ମୀନ ରାଶିରେ ରହିବେ। ଜ୍ୟୋତିଷ ଅନୁସାରେ ଏହିଦିନ ପୂଜାପାଠ ଓ ବ୍ରତ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଧନ ପ୍ରାପ୍ତି ପାଇଁ ମଇ ମାସ ୧୨ ତାରିଖରେ ତଳେ ଦିଆଯାଇଥିବା ଉପାୟ ଗୁଡ଼ିକୁ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣ ସୁଫଳ ପାଇବେ।

– ଏହିଦିନ ତୁଳସୀ ଗଛ ମୂଳରେ ଘିଅର ଦୀପ ଜଳାନ୍ତୁ ଓ ୧୧ ଥର ତୁଳସୀ ତୁଳସୀ ଚଉରା ଚାରିପଟେ ପରିକ୍ରମା କରନ୍ତୁ।

– ଏହି ଏକାଦଶୀ ଦିନ ସନ୍ଧ୍ୟା ସମୟରେ ଦୁଧ ଓ ଗଙ୍ଗା ଜଳରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ କୌଣସି ଯୋଗ୍ୟ ବ୍ରାହ୍ମଣଙ୍କୁ ଘିଅ, କଳସ,ଦହି, ଧଳା କପଡ଼ା ଇତ୍ୟାଦି ଦାନ କରନ୍ତୁ।

– ଏହି ଏକାଦଶୀ ଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରି ଘିଅର ଦୀପ ଜଳାନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ

– କୁହାଯାଏ କି ଏକାଦଶୀ ଦିନ ଶ୍ରୀମଦ୍ଭାଗବତ ପାଠ କଲେ, ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହୋଇଥାଏ। ତେଣୁ ଏହିଦିନ ନିଶ୍ଚିତ ଭାବରେ ଶ୍ରୀମଦ୍ଭାଗବତ ପାଠ କରନ୍ତୁ।

– ଏହାସହିତ ଏହି ଏକାଦଶୀ ବ୍ରତ ଦିନ ଏକାଦଶୀ କଥା ମଧ୍ୟ ପଢ଼ନ୍ତୁ।

– ଏହିଦିନ ସକାଳୁ ଉଠି ସ୍ନାନ ସାରି ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଆଳତି ମଧ୍ୟ କରନ୍ତୁ। କାରଣ ଏହିଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ସର୍ବଦା ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *