Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ପତ୍ର ତୋଳିବା ସମୟରେ ଏହି ମନ୍ତ୍ର ବୋଲିବା ଦ୍ୱାରା ଲକ୍ଷେ ଗୁଣା ଫଳ ମିଳିଥାଏ। ଫୁଲ ତୋଳିବା ସମୟରେ ବୋଲନ୍ତୁ ଏହି ମନ୍ତ୍ର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ପତ୍ର ତୋଳିବା ସମୟରେ ଏହି ମନ୍ତ୍ର ବୋଲିବା ଦ୍ୱାରା ଲକ୍ଷେ ଗୁଣା ଫଳ ମିଳିଥାଏ। ଫୁଲ ତୋଳିବା ସମୟରେ ବୋଲନ୍ତୁ ଏହି ମନ୍ତ୍ର।

କଣ ଆପଣ ଜାଣିଛନ୍ତି ତୁଳସୀ ପତ୍ର ତୋଳିବା ସମୟରେ ତୁଳସୀକୁ ଜଳ ଅର୍ପଣ କରିବା ସମୟରେ ଏବଂ ଫୁଲ ତଥା ବେଲ ପତ୍ର ତୋଳିବା ସମୟରେ ବି ଆମକୁ ବିଶେଷ ମନ୍ତ୍ରର ଜପ କରିବା ଉଚିତ ଯାହା ଦ୍ୱାରା ଆମକୁ କୌଣସି ପାପ ଲାଗିନଥାଏ ଏବଂ ଆମକୁ ଅନେକ ଗୁଣା ପୁଣ୍ୟ ଫଳ ମିଳିଥାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ଅଧିକ ମହତ୍ୱ ରହିଛି। ପୁରାଣରେ ତୁଳସୀ ଗଛକୁ ଦେବୀ ବୋଲି କୁହାଯାଇଛି। ଏହା ଭଗବାନ ଶ୍ରୀକୃଷ୍ଣଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀ ପତ୍ର ବିନା ଭଗବାନ କୌଣସି ପ୍ରକାରର ଭୋଗ ଗ୍ରହଣ କରନ୍ତି ନାହିଁ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ମନୁଷ୍ୟ ନିତ୍ୟ ତୁଳସୀଙ୍କୁ ପ୍ରଣାମ କରିଥାଏ ତୁଳସୀ ପତ୍ରର ସେବନ କରିଥାଏ ସେ ସବୁ ପ୍ରକାରର ପାପରୁ ମୁକ୍ତି ପାଇଥାଏ। ତୁଳସୀ ଗଛରେ ସବୁ ପ୍ରକାରର ରୋଗ ନାଶ ହେବାର ଅଦ୍ଭୁତ ଶକ୍ତି ଥାଏ। ଏହା ସହିତ ଯଦି ଏହି ଗଛ ଘରର ସାମ୍ନାରେ ଅଥବା ଘରର ଭିତରେ ଲଗାଯାଏ ଏହା ସବୁ ଘରର ପ୍ରକାରର ବାସ୍ତୁଦୋଷକୁ ଶେଷ କରିଥାଏ। ତୁଳସୀକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ ଏବଂ ଏହାର ପ୍ରତିଦିନ ପୂଜା କରିଲେ ଘରେ ସୁଖ ସମୃଦ୍ଧି ବନି ରହିଥାଏ।

ଆମର ଶାସ୍ତ୍ରରେ ତୁଳସୀରେ ନିତ୍ୟ ଜଳ ଅର୍ପଣ କରିଲେ ତଥା ସନ୍ଧ୍ୟାରେ ତୁଳସୀ ସାମ୍ନାରେ ଦୀପ ଜାଳିବାର ବିଧି ରହିଛି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ହଜାର ଅମୃତରେ ସ୍ନାନ କରିଲେ ବି ଭଗବାନ ଶ୍ରୀକୃଷ୍ଣଙ୍କୁ ସେତେ ତୃପ୍ତି ମିଳିନଥାଏ ଯେତିକି ମନୁଷ୍ୟଙ୍କ ଦ୍ୱାରା ଏକ ତୁଳସୀ ପତ୍ର ଅର୍ପଣ କରିବା ଦ୍ୱାରା ପ୍ରାପ୍ତ କରିଥାନ୍ତି। ୧୦ ହଜାର ଗାଈର ଦାନ ମାନବଙ୍କୁ ଯେଉଁ ଫଳ ପ୍ରଦାନ କରିଥାଏ ସେହି ଫଳ ତୁଳସୀ ପତ୍ର ଦାନରେ ପାଇ ଥାଏ। ଯେଉଁ ମନୁଷ୍ୟ ମୃତ୍ୟୁ ସମୟରେ ନିଜ ମୁଖରେ ତୁଳସୀ ପତ୍ରର ଜଳ ସେବନ କରିଥାଏ ସେ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ଧାମକୁ ଯାଇଥାଏ।

ପ୍ରତ୍ୟକ ହିନ୍ଦୁ ଘରେ ମନ୍ଦିର ନିଶ୍ଚୟ ଥିବ ଏବଂ ପ୍ରତିଦିନ ପୂଜା ଆରୋଧନା ମଧ୍ୟ କରାଯାଏ। ଦେବୀ ଦେବତାଙ୍କ ପୂଜା ହେତୁ ଆପଣ ତୁଳସୀ ପତ୍ର ଫୁଲ ବେଲପତ୍ର ଆଦି ତୋଳି କରି ଆଣିଥାନ୍ତି କିନ୍ତୁ ଅନେକ ଲୋକଙ୍କୁ ଏହା ଜଣା ନାହିଁ ଯେ ଏହାକୁ ତୋଳିବାର ବି ଏକ ବିଧି ଅଛି। ଭୁଲ ଭାବରେ ତୁଳସୀ ପତ୍ର ତୋଳିଲେ ତୁଳସୀର ଅପମାନ ହୋଇଥାଏ ଏବଂ ଆମକୁ ଏହାର ପାପ ଲାଗିଥାଏ। ତୁଳସୀ ପତ୍ର ତୋଳିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ କାରଣ ତୁଳସୀରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଅଶୁଦ୍ଧ ଅବସ୍ଥାରେ ତୁଳସୀକୁ ସ୍ପର୍ଶ କରିବା ବି ପାପ ବୋଲି ମାନାଯାଏ। ତୁଳସୀ ପତ୍ରକୁ ତୋଳିବା ସମୟରେ କିଛି ବିଶେଷ ଧ୍ୟାନ ଦେବା ଉଚିତ ଏହା ସହିତ ଫୁଲ ତୋଳିବା ସମୟରେ ବି ଆମକୁ ବିଧିର ପାଳନ କରିବା ଉଚିତ। ଯଦି ଆମେ ତୁଳସୀ ପତ୍ର ଫୁଲ ଏବଂ ବେଲପତ୍ର ତୋଳିବା ସମୟରେ ଏହି ବିଧିର ପାଳନ କରିବା ତ ଆମକୁ ଆମର ପୂଜାରେ ଅନେକ ଗୁଣା ଲାଭ ପ୍ରାପ୍ତ ହୋଇଥାଏ।

ଆସନ୍ତୁ ଜାଣିବା ତୁଳସୀ ପତ୍ର ତୋଳିବାର ନିୟମ ଏବଂ କେଉଁ ମନ୍ତ୍ରର ଜପ କରିବା ଉଚିତ ସେହି ବିଷୟରେ ଏହା ସହିତ ଫୁଲ ଏବଂ ବେଲ ପତ୍ର ତୋଳିବା ସମୟରେ ବି ଆମକୁ କେଉଁ ମନ୍ତ୍ରର ଜପ କରିବା ଉଚିତ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପୂର୍ଣ୍ଣିମା ଅମାବାସ୍ୟା ଦ୍ଵାଦଶୀ ସୂର୍ଯ୍ୟ ସଂକ୍ରାନ୍ତି ଦିନ ମଧ୍ୟନ୍ହ କାଳ ରାତ୍ରି ଅସ୍ବଛ ସମୟରେ ବିନା ସ୍ନାନ କରି ଅଥବା ବିନା ହାତ ମୁହଁ ଧୋଇ ଏବଂ ରାତ୍ରିର ବସ୍ତ୍ର ପିନ୍ଧି କରି ତୁଳସୀ ପତ୍ର ତୋଳିବାକୁ ପାପ ବୋଲି ମାନାଯାଇଛି।

ଶ୍ରାଦ୍ଧ ବ୍ରତ ଦାନ ପ୍ରତିଷ୍ଠା ତଥା ଦେବ ପୂଜା ପାଇଁ ତୋଳିଥିବା ପତ୍ର ବାସୀ ହେବା ପରେ ବି ୩ ରାତି ପର୍ଯ୍ୟନ୍ତ ପବିତ୍ର ହୋଇଥାଏ ଅର୍ଥାତ ଏହାକୁ ୩ ଦିନ ପରେ ମଧ୍ୟ ବ୍ୟବହାର କରିପାରିବେ।

ଯେଉଁ ହାତ ପୂଜା ପାଇଁ ତୁଳସୀ ପତ୍ର ତୋଳିଥାଏ ସେ ଧନ୍ୟ ଅଟେ ସେ ଅବଶ୍ୟ ହିଁ ସୁଖ ସମୃଦ୍ଧି ପ୍ରାପ୍ତ କରିବେ। ତୁଳସୀ ପତ୍ରର ଅଗ୍ରଭାଗକୁ ତୋଳିବା ଉଚିତ । ତୁଳସୀର ଜଟାକୁ ସବୁ ଫୁଲ ଅପେକ୍ଷା ବଡ଼ ବୋଲି ମାନାଯାଏ। ଜଟା ତୋଳିବା ସମୟରେ ସେଥିରେ ପତ୍ର ରହିବା ବି ଦରକାର।

ଫୁଲ ତୋଳିବା ସମୟରେ ବି ଆମକୁ ବିଶେଷ ଧ୍ୟାନ ରଖିବା ଉଚିତ। ପ୍ରଥମ ଫୁଲ ତୋଳିବା ସମୟରେ ଓଁ ବରୁଣାୟ ନମଃ ଦ୍ୱିତୀୟ ଫୁଲ ତୋଳିବା ସମୟରେ ଓଁ ବ୍ୟୁମାୟ ନମଃ ଏବଂ ତୃତୀୟ ଫୁଲ ତୋଳିବା ସମୟରେ ଓଁ ପୃଥୀବେୟ ନମଃ। ଏହି ପ୍ରକାରର ମନ୍ତ୍ରର ଜପ କରିବା ଉଚିତ। ଏହା ପରେ ସେହି ଫୁଲକୁ ଭଗବାନଙ୍କୁ ଅର୍ପଣ କରିବା ଉଚିତ।

ତୁଳସୀକୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ଓଁ ହିରିଂ କ୍ଲିମ ଏମ ବୃନ୍ଦାବତୀ ସ୍ୱାହା। ତୁଳସୀ ପତ୍ର ତୋଳିବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ। ତୁଲସ୍ୟମୃତ୍ୟୁଜନ୍ମାସୀ ସଦା ତ୍ଵଂ କେଶବପ୍ରିୟା। ଚୀନମି କେଶବଶ୍ୟର୍ଥ ବରଦା ଭଵ ସୌଭନେ ତ୍ୱଦଦଂଗସମ୍ୱଭବେ ପତ୍ରେ ପୁଜ୍ୟୟାମି ତଥା ହରିମ ତଥା କୁରୁ ପବିତ୍ରାଙ୍ଗି କଲୋ ମୋଲୋବିନାସିଂ। ଏହି ପ୍ରକାରର ମନ୍ତ୍ର ଉଚାରଣ କରି ତୁଳସୀ ପତ୍ର ତୋଳିବା ଦ୍ୱାରା କୌଣସି ପାପ ଲାଗିନଥାଏ ଏବଂ ଏମିତି ତୁଳସୀ ପତ୍ର ଭଗବାନଙ୍କୁ ଅର୍ପଣ କରିବା ଦ୍ୱାରା ପୂଜାର ଫଳ ଅନେକ ଗୁଣା ବଢି ଯାଇଥାଏ।

ବେଲ ପତ୍ର ତୋଳିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ। ଅମୃତଭବଷ୍ୟ ବୃକ୍ଷ ମହାଦେବ ପ୍ରିୟଂ ସଦା ଗ୍ରହାମି ତବ ପତ୍ରାଣି ଶିବପୂଜାର୍ଥମାଦରାତ। ଏହି ପ୍ରକାରର ଜପ କରି ବେଲପତ୍ର ତୋଳିବା ଉଚିତ। ଏହାପରେ ଏହି ପତ୍ରକୁ ଭଗବାନଙ୍କୁ ଅର୍ପଣ କରିବା ଉଚିତ। ଏହା ଦ୍ବାରା ପୂଜାର ଫଳ ଅନେକ ଗୁଣା ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *