Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ନିଶ୍ଚୟ କରନ୍ତୁ ଏହି ଗୋଟିଏ କାମ ! ସମସ୍ତ ଇଛା ତୁରନ୍ତ ହେବ ପୂରଣ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନ ନିଶ୍ଚୟ କରନ୍ତୁ ଏହି ୧ କାମ। ସମସ୍ତ ଇଛା ପୂରଣ ହେବ।

ବୁଧବାର ଦିନକୁ ଭଗବାନ ଗଣେଶଙ୍କର ଉପାସନା କରିବା ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ଏବଂ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହୁଏ। ସବୁ କଷ୍ଟ ଦୂର ହୋଇଥାଏ। ଏହି ଦିନକୁ ବହୁତ ଖାସ ବୋଲି ମାନାଯାଏ।

କୁହାଯାଏ ଯେ ବୁଧବାର ଦିନ ଚାକୁ ଛୁରୀର ପ୍ରୟୋଗ କରିବା ଉଚିତ ନୁହେଁ। ଏହି ଦିନ ଚାକୁ ଛୁରିରେ କଟା ଯାଇଥିବା ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ। ଏମିତି କଲେ ଦୋଷ ଲାଗିଥାଏ।

ବନ୍ଧୁଗଣ ଜୀବନରେ ସବୁ ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ଟଙ୍କାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଶଙ୍କର ପୂଜା ସର୍ବତମ ମାନାଯାଏ। ଭଗବାନ ଗଣେଶଙ୍କର ଫୋଟ ଲୋକେ ହସ୍ପିଟାଲ ବାହାରେ ଲଗାଇ ଥାନ୍ତି। କାହିଁକିନା ଭଗବାନ ଗଣେଶ ସବୁ କଷ୍ଟରୁ ସମାପ୍ତ କରିଥାନ୍ତି। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ। ଯିଏ ସମସ୍ତ କଷ୍ଟକୁ ହରଣ କରିଥାନ୍ତି।

ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କର ବ୍ରତ ରଖିବା ଦ୍ୱାରା ସେହି ବ୍ୟକ୍ତି କେବେବି ଦୁଃଖୀ ରହିନଥାଏ। ତା ଉପରେ ସର୍ବଦା ଭଗବାନ ଶିବଙ୍କ ପରିବାରର କୃପା ବନି ରହିଥାଏ।

ବୁଧବାର ଦିନ ବ୍ରତ ଧାରୀଙ୍କୁ ତୁଳସୀର ଦର୍ଶନ କଲେ ପାପ ଲାଗିଥାଏ। ଭଗବାନ ଗଣେଶଙ୍କର ପୂଜାରେ ତୁଳସୀର ବ୍ୟବହାର କରାଯାଏ ନାହିଁ। ତୁଳସୀ ପାଖରେ ଭଗବାନ ଗଣେଶଙ୍କର ଫୋଟ ରଖିବା ବହୁତ ପାପ ହୋଇଥାଏ। ଯଦି ଆପଣ ବୁଧବାର ଦିନ ବ୍ରତ ରଖିଛନ୍ତି ତ ତୁଳସୀଙ୍କର ଦର୍ଶନ କରନ୍ତୁ ନାହିଁ।

ବୁଧବାର ଦିନ ବ୍ରତଧାରୀଙ୍କୁ ଚନ୍ଦ୍ରମାଙ୍କର ଦର୍ଶନ ବି କରିବା ଉଚିତ ନୁହେଁ। ପାପ ଲାଗିଥାଏ ଆଉ ବ୍ରତ ଭାଙ୍ଗି ଯାଇଥାଏ।

ବୁଧବାର ଦିନ ବ୍ରତଧାରୀଙ୍କୁ ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ। ଏହା ଦ୍ବାରା ବୁଧ ଗ୍ରହ କ୍ରୋଧିତ ହୋଇଯାନ୍ତି। ଆଉ ଅଶୁଭ ଫଳ ପ୍ରଦାନ କରିଥାନ୍ତି।

ବୁଧବାର ଦିନ ବ୍ରତଧାରୀଙ୍କୁ ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଦୂରେଇ ରହିବା ଉଚିତ।

ବୁଧବାର ଦିନ ବ୍ରତଧାରୀଙ୍କୁ ଭଗବାନ ଗଣେଶଙ୍କର ପୂଜାପାଠ ଆରୋଧନା କରିବା ଉଚିତ ଏବଂ କୌଣସି ବି ଏମିତି ଭୁଲ କାମ କରନ୍ତୁ ନାହିଁ। ଯେଉଁଥିପାଇଁ ବ୍ରତ ଭାଙ୍ଗିଯିବ।

ବୁଧବାର ଦିନ ଭୁଲରେ ମଧ୍ୟ କୌଣସି କିନ୍ନରର ଅପମାନ କରନ୍ତୁ ନାହିଁ। କାରଣ କିନ୍ନରଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ରହିଛି। କିନ୍ନର ମାନଙ୍କର ଅପମାନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

ବୁଧବାର ଦିନ ପାନ ଖାଇବା ଉଚିତ ନୁହେଁ। ମାନାଯାଇଥାଏ ବୁଧବାର ଦିନ ପାନ ଖାଇବା ଦ୍ୱାରା ଧନର ହ୍ରାସ ହୋଇଥାଏ।

ବୁଧବାର ଦିନ କ୍ଷୀର ଜଳେଇବାର କାମ କରନ୍ତୁ ନାହିଁ। ଯେମିତି କ୍ଷୀର ଫୁଟେଇବା ଆଦି।

ବୁଧବାର ଦିନ ବ୍ରତଧାରୀଙ୍କୁ ନୂଆ କପଡା ନୂଆ ଜୁତା କିଣନ୍ତୁ ନାହିଁ କି ପିନ୍ଧନ୍ତୁ ନାହିଁ।

ବୁଧବାର ଦିନ ମେକପ ଆଦି ଜିନିଷ କିଣନ୍ତୁ ନାହିଁ।

ବୁଧବାର ଦିନ କୌଣସି ଝିଅର ଅପମାନ କରନ୍ତୁ ନାହିଁ। ତା ସହିତ ଟୁଥପେଷ୍ଟ ସହିତ କୌଣସି ବି ଚୁଟି ଜଡିତ କୌଣସି ଜିନିଷ କିଣନ୍ତୁ ନାହିଁ। ଯେମିତି ପାନିଆ ବ୍ରସ ଇତ୍ୟାଦି।

ବୁଧ ଗ୍ରହକୁ ମଜବୁତ ବନେଇବା ପାଇଁ କରନ୍ତୁ ଏହି ଉପାୟ ଶୀଘ୍ର ଧନୀ ହୋଇଯିବେ।

ଅଭାବୀ ଲୋକଙ୍କୁ ସବୁଜ ମୁଗ ଶାଗ ଏବଂ କୌଣସି ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ।

ନିଜର ପିଉସୀ ମାଉସୀ କିମ୍ବା ଛୋଟ ପିଲାଙ୍କୁ ଖଟା ମିଠା ଚକଲେଟ ଦିଅନ୍ତୁ।

ଗରିବ ମାନଙ୍କୁ ସବୁଜ ରଙ୍ଗର ପଦାର୍ଥ ଦାନ କରନ୍ତୁ।

ବୁଧବାର ଦିନ ସବୁଜ ରଙ୍ଗର ଆସନ ଉପରେ ବସି ବୁଧ ଗ୍ରହଙ୍କ ମନ୍ତ୍ରର ଜପ କରନ୍ତୁ।

ବ୍ରତଧାରୀ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପଶୁପକ୍ଷୀ ମାନଙ୍କୁ ତାଙ୍କର ମନ ପସନ୍ଦର ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମହିଳା ମାନଙ୍କର ସମ୍ମାନ କରନ୍ତୁ। ତାଙ୍କର ଚରଣ ସ୍ପର୍ଶ କରନ୍ତୁ।

କୌଣସି ଗ୍ରହକୁ ଶାନ୍ତ କରିବା ଏତେ ସହଜ ନୁହେଁ। ଅନେକ ଏମିତି ନିୟମ ମାନିବାକୁ ପଡିଥାଏ ଯେଉଁଥିରେ ଯେଉଁଥିରେ ଗ୍ରହ ଶାନ୍ତ ହୋଇଥାନ୍ତି। ଯେତେବେଳେ ଗ୍ରହ ଶାନ୍ତ ହୋଇଥାନ୍ତି ତ ବ୍ୟକ୍ତି ଆପେ ଆପେ ରାଜା ବନିଯାଏ।

ଆମେ ଏମିତି କିଛି ନିୟମ କହିବୁ ଯାହାକୁ ଆପଣ ବୁଧବାର ଦିନ କରିବେ।

ବନ୍ଧୁଗଣ ବୁଧବାର ଦିନ ଭଗବାନ ଗଣେଶଙ୍କର ଦିନ କୁହାଯାଏ। ଭଗବାନ ଶ୍ରୀ ଗଣେଶଙ୍କୁ ବିଘ୍ନ ହର୍ତା ପାଳନ ହାର ମାନାଯାଏ। ହିନ୍ଦୁ ଧର୍ମରେ ପ୍ରମୁଖ ଦେବୀ ଦେବତା ଅର୍ଥାତ ଦେବୀ ମାନେ ବିଷ୍ଣୁ ଶିବ ଶକ୍ତି ଏବଂ ବ୍ରହ୍ମାଣ୍ଡରେ ଭଗବାନ ଗଣେଶଙ୍କର ପୂଜା ସବୁଠାରୁ ପ୍ରଥମେ କରାଯାଏ। କାହିଁକିନା ଭଗବାନ ଗଣେଶଙ୍କୁ ବହୁତ ଭୌତିକ ଏବଂ ଆଧ୍ୟାତ୍ମିକ କାମର ସିଦ୍ଧି ପାଇଁ ସର୍ବପ୍ରଥମେ ପୂଜା କରାଯାଏ। ଏଥିପାଇଁ ୟାଙ୍କୁ ମଙ୍ଗଳ ମୂର୍ତି ବି କୁହାଯାଏ।

ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା ପବିତ୍ର ମନରେ କରିବା ଦ୍ୱାରା ସବୁ ମନସ୍କାମନା ପୁରଣ ହୋଇଥାଏ।

ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଅଶୁଭ ସ୍ଥିତିରେ ଥିବେ ତ ଏହି ଦିନ ପୂଜା କଲେ ସେ ବି ଶାନ୍ତ ହୋଇଯାନ୍ତି।

ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଦିନ କରନ୍ତୁ ଏହି ଉପାୟ ଯେଉଁଥିରେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣଙ୍କ ଘରେ ନକରାତ୍ମକ ଉର୍ଜା ଅଛି ଆଉ ଆପଣ ଅନେକ ଉପାୟ କରୁଛନ୍ତି କିନ୍ତୁ ଆପଣଙ୍କୁ କୌଣସି ଲାଭ ହେଉନାହିଁ। ତ ବୁଧବାର ଦିନ ଭଗବାନ ଗଣେଶଙ୍କର ଧଳା ରଙ୍ଗର ମୂର୍ତି ସ୍ଥାପନ କରନ୍ତୁ। ଏମିତି କଲେ ଆପଣଙ୍କ ଘରର ସବୁ ନକରାତ୍ମକ ଉର୍ଜା ବାହାରକୁ ବାହାରି ଯିବ। ଏହା ସହିତ ଆପଣଙ୍କ ଘରେ କେବେବି ତନ୍ତ୍ର ମନ୍ତ୍ରର ପ୍ରଭାବ ପଡିବ ନାହିଁ।

ଆପଣଙ୍କୁ ଏତେ ଟଙ୍କା ମିଳୁ ନାହିଁ ଯେଉଁଥିରେ ଆପଣ ସନ୍ତୁଷ୍ଟ ହୋଇପାରିବେ। ତେବେ ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା ବିଧି ବିଧାନର ସହିତ କରନ୍ତୁ ଆଉ ଗୁଡ଼ ଏବଂ ଘିଅର ଭୋଗ ଅର୍ପଣ କରନ୍ତୁ। ଆଉ କିଛି ସମୟ ପରେ ସବୁ ଭୋଗ ଗାଈକୁ ଖୁଆଇ ଦିଅନ୍ତୁ। ଏହା ଦ୍ବାରା ବହୁତ ଲାଭ ହେବ।

ଯଦି ଆପଣଙ୍କ ଘରେ ସବୁବେଳେ ଝଗଡା ହେଉଥିବ ଯେଉଁ କାରଣରୁ ଆପଣଙ୍କ ପରିବାର ସୁଖୀ ରହୁନଥିବ ଏଥିପାଇଁ ଆପଣ ବୁଧବାର ଦିନ ଦୁବ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଏହା ସହିତ ତାଙ୍କର ପୂଜା କରନ୍ତୁ। ଘରେ ଆପେ ଆପେ ସୁଖ ସମୃଦ୍ଧି ଆକର୍ଷିତ ହେବାକୁ ଲାଗିବ।

ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ୟା ଅଛି ତ ଏମିତି ପରିସ୍ଥିତିରେ ଆପଣ ବୁଧବାର ଦିନ କୌଣସି ହାତୀକୁ ଘାସ ଖାଇବାକୁ ଦିଅନ୍ତୁ। ଆଉ ଭଗବାନ ଗଣେଶଙ୍କ ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ସମସ୍ୟା ଦୂର ହେଉ ବୋଲି ପାର୍ଥନା କରି କୁହନ୍ତୁ। ଯଦି ହାତୀ ନମିଳେ ତେବେ ଗାଈକୁ ବି ଖୁଆଇ ପାରିବେ। ଏହା ଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ।

ବୁଧବାର ଦିନ ସ୍ନାନ ସାରି ଗୋଟେ କଂସା ଥାଳି ନିଅନ୍ତୁ ଏବଂ ସେଥିରେ ଚନ୍ଦନରେ ଓଁ ଗଣପତେ ନମଃ ଲେଖନ୍ତୁ। ଆଉ ବୁନ୍ଦିଆ ଲଡୁ ୫ ଟି ରଖନ୍ତୁ। ଏହାପରେ ଏହି ଥାଳିକୁ କୌଣସି ଭଗବାନ ଗଣେଶ ମନ୍ଦିରରେ ଦାନ କରିଦିଅନ୍ତୁ। ଏହି ଉପାୟ ଦ୍ୱାରା ଅଚାନକ ଧନ ଲାଭ ହୋଇଯିବ। ବୁଧ ଗ୍ରହର ଅଶୁଭ ପ୍ରଭାବ ଶାନ୍ତ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *