Excuse Me Odisha

ଯାହା କହିବୁ ସତ କହିବୁ

କୋଟିଏ ଟଙ୍କାର ବି କରଜ ହୋଇଯିବ ଛାଡ,ବାସ କୌଣସି ବି ଦିନ ହନୁମାନ ମନ୍ଦିରରେ ଚଢାଇ ଦିଅନ୍ତୁ ଏହି ଗୋଟେ ଜିନିଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧ ମାସରେ ସମସ୍ତ କରଜ ସମାପ୍ତ ହୋଇଯିବ। କେବଳ ହନୁମାନ ମନ୍ଦିରରେ ଅର୍ପଣ କରିଦିଅନ୍ତୁ ଏହି ୧ ଟି ଜିନିଷ।

ମଙ୍ଗଳବାର ଦିନ ଯଦି ହନୁମାନଙ୍କ ବିଶେଷ ପ୍ରୟୋଗ କରାଯାଏ ଆରୋଧନା କରାଯାଏ ତ ଜୀବନରେ ଶନିଦୋଷ ତ ଦୂର ହୋଇଥାଏ ଏହା ସହିତ ଶନି ରାହୁ ବି ଶାନ୍ତ ହୋଇଯାନ୍ତି। ଜୀବନରେ ସବୁ କଷ୍ଟ ସବୁ ସମସ୍ୟାରୁ ବାହାର କରିବାରେ ଭଗବାନ ହନୁମାନ ଆପଣଙ୍କୁ ସାହାର୍ଯ୍ୟ କରିଥାନ୍ତି।

ଆବଶ୍ୟକତା ନାହିଁ ଯେ ଆପଣ ଅନେକ ପ୍ରକାରର ଫୁଲ କିମ୍ବା ବେଲ ପତ୍ର ଅର୍ପଣ କରି ତାଙ୍କୁ ପ୍ରସନ୍ନ କରନ୍ତୁ ଆପଣ ସର୍ବଦା ଯଦି ତାଙ୍କ ସାମ୍ନାରେ ଗୋଟେ ଦୀପ ବି ଜଳେଇ ଦେବେ କିମ୍ବା ଆପଣ ହନୁମାନ ଚାଳିସାବି ପଢ଼ିନେବେ ତ ଏତିକି ହିଁ କାଫି। ବିଶେଷ ମନସ୍କାମନା ପୁରଣ ପାଇଁ ବିଶେଷ ପ୍ରୟୋଗ ଯଦି ଆପଣ କରନ୍ତି ତ ଜୀବନରେ ସବୁ କଷ୍ଟ ଦୂର ହୋଇଥାଏ। ତାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଖାସ ବସ୍ତୁ ଅଛି। ଆସନ୍ତୁ ଜାଣିବା ଭଗବାନ ହନୁମାନଙ୍କୁ କଣ ଅର୍ପଣ କରିବା ଉଚିତ।

ଭଗବାନ ହନୁମାନଙ୍କ ପ୍ରସାଦରେ ତୁଳସୀର ପତ୍ର ନିଶ୍ଚୟ ଦେବେ ଏହା ପରେ ଭୋଗ ଲଗାଇବେ।

ପାନର ବିଡା। ବଡ଼ରୁ ବଡ଼ ସମସ୍ୟାରୁ ଆପଣଙ୍କୁ ଭଗବାନ ହନୁମାନ ବାହାର କରିଦେବେ ଯଦି ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାରେ ଭଗବାନ ହନୁମାନଙ୍କୁ ପାନର ବିଡା ଅର୍ପଣ କରନ୍ତି ତ। ପାନ ପତ୍ରରେ ଆପଣ ଜର୍ଦା ଏବଂ ଚୂନ ଦେବେନାହିଁ କେବଳ ମିଠା ପାନ ସାଧରେ ବନେଇ ଦେବେ। ଯଦି ଆପଣ ଘରେ ବନେଇବେ ତ ପାନ ପତ୍ରର ଦାଣ୍ଠି କାଢି ଦିଅନ୍ତୁ ଏହା ପରେ ଏଥିରେ ଲବଙ୍ଗ ଗୁଜୁରାତି ମିଶ୍ରି କେଶର ଥିଲେ ଦିଅନ୍ତୁ ଆଉ ପାନର ବିଡା ବନେଇ ଭଗବାନ ହନୁମାନଙ୍କୁ ଅର୍ପଣ କରିଦିଅନ୍ତୁ। ଲବଙ୍ଗ ନିଶ୍ଚୟ ଦେବେ।

ଯଦି ଆପଣଙ୍କ ଜୀବନରେ ବହୁତ ସଙ୍କଟ ଅଛି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଉପରେ ଯେଉଁ ଦାୟିତ୍ୱ ଅଛି ଭଗବାନଙ୍କ ବିନା ପୁରା କରିପାରିବେ ନାହିଁ ତ ସେତେବେଳେ ନିଜର ଦାୟିତ୍ୱ ଭଗବାନଙ୍କୁ ସମର୍ପିତ କରିଦିଅନ୍ତୁ ପାନ ବିଡା ସହିତ। ଏହା ଦ୍ୱାରା ମନ ପସନ୍ଦର ଇଚ୍ଛା ପୂରଣ ହୋଇଯିବ। ଘରେ ବି କରିପାରିବେ ମନ୍ଦିରରେ ବି କରିପାରିବେ। ଘରେ ଅର୍ପଣ କଲେ ପାନ ବିଡାକୁ ପର ଦିନ ମାଟିରେ ପୋତି ଦିଅନ୍ତୁ।

ଯେଉଁମାନେ ଋଣକୁ ନେଇ ଅଧିକ ଚିନ୍ତିତ ଅଛନ୍ତି ତ କଥା ବଜାରରୁ କିଣି ନେଇ ଆସନ୍ତୁ। ଏହାକୁ ନିଜ ଘରେ ପ୍ରୟୋଗ କରନ୍ତୁ। ଯେଉଁ ବ୍ୟକ୍ତି ଋଣରେ ପୀଡିତ ସେ ପୂର୍ବ ସାଇଟ କରି ଛିଡା ହୋଇ ଭୂମି ଉପରେ ୩ ଟି ରେଖା ଟାଣନ୍ତୁ। ଏବଂ ଏହାକୁ ପାଦରେ ବୁଜି ଦିଅନ୍ତୁ। ୩ ଥର ବାରମ୍ବାର ରେଖା କରନ୍ତୁ ପାଦରେ ବୁଜି ଦିଅନ୍ତୁ। ଏହି ପ୍ରୟୋଗ ମଙ୍ଗଳବାର ଦିନ କରନ୍ତୁ ଯେତେ ବଡ଼ ଋଣ ଥାଉ ମୁକ୍ତି ମିଳିଯିବ। ଡାହାଣ ପାଦରେ ହେଉ କିମ୍ବା ବାମ ପାଦରେ ଯେଉଁଥିରେ ଆପଣଙ୍କୁ ସୁବିଧା ସେହି ପାଦରେ ରେଖା ବୁଜି ପାରିବେ। ଏହି ସମୟରେ କଥାବାର୍ତ୍ତା କରିବେ ନାହିଁ। ଏହି ପ୍ରୟୋଗ ଘରେ କେଉଁଠି ବି କରିପାରିବେ ଏହାର ଫଳ ତୁରନ୍ତ ମିଳିବ କାରଣ ଏହା ମହା ପ୍ରୟୋଗ ଅଟେ। ଏକ ପ୍ରକାରର ତୁଟକା ଅଟେ।

ଯେବେ ତାଙ୍କୁ ଲବଙ୍ଗ ଗୁଜୁରାତି ସୁପାରି ଅର୍ପଣ କରିବେ ତ ଶନିଦେବ ଶାନ୍ତ ହୋଇଥାନ୍ତି। ଏହା ସହିତ ସୋରିଷ ତେଲର ଗୋଟେ ଦୀପରେ ୨ ଟି ଲବଙ୍ଗ ପକେଇ ଜଳେଇ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ। ଆପଣଙ୍କ ଜୀବନରେ ସଙ୍କଟ ଦୂର ହେବ। ଧନ ପ୍ରାପ୍ତିର ରାସ୍ତା ମିଳିବ। ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

କେବେ କେବେ କଣ ହୋଇଥାଏ ନାଁ ଜୀବନରେ ଅନେକ ଅସୁବିଧା ଆସିଥାଏ ଧନର ସମସ୍ୟା ଆସିଥାଏ ତ ଗୋଟେ ଛୋଟ ପ୍ରୟୋଗ ଆପଣ କରିବେ। ଯେବେ ଆପଣଙ୍କୁ ଲାଗିବ ଧନର ସମସ୍ୟା ବଢି ଯାଇଛି କେହି ଆପଣଙ୍କ ଜୀବନରେ ଯାଦୁ ମନ୍ତ୍ର ତନ୍ତ୍ର କରିଦେଇଛି କିମ୍ବା କାହାର ନଜର ଲାଗିଯାଇଛି ତ ପାଣି ଥିବା ନଡ଼ିଆ ନିଅନ୍ତୁ।

ଏଥିରେ ସିନ୍ଦୁରରେ ସ୍ୱସ୍ତିକ ବନେଇ ଦିଅନ୍ତୁ ଏବଂ ଲାଲ ସୁତା ବାନ୍ଧି ଦିଅନ୍ତୁ ଏବଂ ସେହି ନଡ଼ିଆକୁ ଭଗବାନ ହନୁମାନଙ୍କ ଚରଣରେ ରଖିଦିଅନ୍ତୁ। କେବଳ ଗୋଟିଏ ନଡ଼ିଆ ନେବେ ୧୧ ମଙ୍ଗଳବାର ଲଗାତାର ଏମିତି କରନ୍ତୁ ଥରେ ଅର୍ପଣ କରିବେ ଉଠେଇ ରଖିଦେବେ ଆଉ ଥରେ ଅର୍ପଣ କରିବେ ଏମିତି ୧୧ ମଙ୍ଗଳବାର କରନ୍ତୁ। ଏହି ନଡ଼ିଆକୁ ଲାଲ କପଡ଼ାରେ ସୋରିଷ ସହିତ ବାନ୍ଧି ଘରର ଦ୍ୱାରରେ ବାନ୍ଧି ଦିଅନ୍ତୁ।

ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଖରାପ ହୋଇଯାଏ ତ ଆପଣଙ୍କୁ ଲାଗୁଛି କି ମଙ୍ଗଳ ଦୋଷ କାରଣରୁ ସବୁବେଳେ ସମସ୍ୟା ଆସୁଛି ଦୁର୍ଘଟଣାର ଯୋଗ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଭଲ ରୁହେ ନାହିଁ ଭୂମି ଧନର ସୁଖ ନାହିଁ ସେତେବେଳେ ମଙ୍ଗଳବାର ଦିନ ଯେତେବେଳେ ଆପଣ ପୂଜାପାଠ କରନ୍ତି ତ ଦୀପ ତଳେ ଲାଲ ମସୁର ଡାଲିର ୨ ରୁ ୪ଟି ଦାନା ରଖି ଜଳାନ୍ତୁ। ମଙ୍ଗଳକୁ ଶାନ୍ତ କରିବା ପାଇଁ ଗୁଡ଼ ଚିନି ଏବଂ ବୁଟର ଭୋଗ ଭଗବାନ ହନୁମାନଙ୍କ ମନ୍ଦିର ଯାଇ ଅର୍ପଣ କରନ୍ତୁ। ଏହା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ଭଗବାନ ହନୁମାନଙ୍କୁ ଯଦି ବୁନ୍ଦିର ଲଡୁ ଅର୍ପଣ କରିବେ ତ ଆପଣଙ୍କ ସମସ୍ତ ଗ୍ରହ ଶାନ୍ତ ହୋଇଯାନ୍ତି। ମନ ପସନ୍ଦର ମନସ୍କାମନା ପୁରଣ ହୋଇଥାଏ। ଲଡୁ ଅର୍ପଣ କଲେ ବି ପାପୀ ଗ୍ରହବି କାବୁରେ ଆସିଯାନ୍ତି।

ଖାସ ନିୟମ କରନ୍ତୁ।

ଅଟାର ଦୀପ। ଯଦି ଆପଣ କରଜରେ ଫସି ରହିଛନ୍ତି ଧନର ବହୁତ ସମସ୍ୟା ଅଛି ତ ଛୋଟ ପ୍ରୟୋଗ କରନ୍ତୁ। ଅଟା ନେଇ ସେଥିରେ ଆପଣ ୫ ଟି ଦୀପ ବନେଇ ଦିଅନ୍ତୁ। ବର ଗଛର ପାଞ୍ଚଟି ପତ୍ର ନିଅନ୍ତୁ ସନ୍ଧ୍ୟା ସମୟରେ ଏହ ପ୍ରୟୋଗ କରିବେ। ପ୍ରତ୍ୟକ ପତ୍ର ଉପରେ ଗୋଟିଏ ଲେଖାଏଁ ଦୀପ ରଖିଦିଅନ୍ତୁ। ଏବେ ଏହି ଦୀପରେ ତୁଳା ବତୀ ଏବଂ ଘିଅ ଦିଅନ୍ତୁ ଏବଂ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ। ଗୋଟେ ଥାଳିରେ ବର ପତ୍ର ରଖି ୫ ଟି ଦୀପ ତାହା ଉପରେ ରଖିଦିଅନ୍ତୁ। ଭଗବାନ ହନୁମାନଙ୍କ ମନ୍ଦିରରେ ଯାଇ ଜଳେଇ ଆଳତୀ କରନ୍ତୁ। ଶନିଦେବଙ୍କ ବାଧା ଶାନ୍ତ ରହିବ କରଜର ସମସ୍ୟା ଦୂର ହୋଇଯିବ। ଜୀବନରେ କଷ୍ଟ ସମାପ୍ତ ହେବ ଏବଂ ଯଦି ଧନ ଆସିବାର ରାସ୍ତା ବନ୍ଦ ଥିବ ତ ତାହା ମଧ୍ୟ ଖୋଲି ଯିବ।

ଅସ୍ତ ଗଛର ପତ୍ରରେ ବି ମାଳା ବନେଇ ଭଗବାନ ହନୁମାନଙ୍କୁ ଅର୍ପଣ କରିବା ଉଚିତ। ଏହା ଦ୍ବାରା ବି ଋଣରୁ ମୁକ୍ତି ମିଳିଥାଏ। ଆପଣ ଏଥିପାଇଁ ୧୧ ଟି ଅସ୍ତ ଗଛର ପତ୍ର ନିଅନ୍ତୁ ପତ୍ର କୁ ଧୋଇ ସଫା କରିନିଅନ୍ତୁ। ଏହାପରେ ଏଥିରେ ସିନ୍ଦୁର ଚମେଲି ତେଲ କିମ୍ବା ଘିଅରେ ମିଶେଇ ସମସ୍ତ ପତ୍ର ଉପରେ ଶ୍ରୀରାମ ଲେଖନ୍ତୁ ଏବଂ ଏହାପରେ ସବୁକୁ ଲାଲ ସୂତାରେ ବାନ୍ଧି ଏହାକୁ ଭଗବାନ ହନୁମାନଙ୍କ ଗଳାରେ ପିନ୍ଧେଇ ଦିଅନ୍ତୁ। ଆପଣଙ୍କ ଜୀବନରେ ଯେଉଁ ବିଗିଡି ଯାଇଥିବା କାମ ତାହା ଠିକ ହେବାକୁ ଲାଗିବ। ଯାହାବି ସମସ୍ୟା ସମାପ୍ତ ହୋଇଯିବ ଏବଂ ଧନ ଆସିବାକୁ ଲାଗିଥାଏ।

ଆପଣଙ୍କ ଘରେ ଯେଉଁ ଛୋଟ ପିଲା ଅଛନ୍ତି ସେମାନେ ବହୁତ ବଦମାସ ହୋଇଥାନ୍ତି। ଆପଣ ଚାହାନ୍ତି ଯେ ପିଲାମାନେ ବହୁତ ବୁଦ୍ଧିମାନ ହୁଅନ୍ତୁ ତ ଏକ ଛୋଟ ପ୍ରୟୋଗ କରନ୍ତୁ। ଆପଣ ଘରେ ଘିଅ ସିନ୍ଦୁର ଗୋଟେ ପାତ୍ରରେ ନିଅନ୍ତୁ ଏହାକୁ ମିଶାଇ ଭଗବାନ ହନୁମାନଙ୍କ ଦେହରେ ଅର୍ପଣ କରନ୍ତୁ। ଯେବେ ଭଗବାନ ହନୁମାନଙ୍କୁ ଏହି ସିନ୍ଦୁର ଲଗେଇବେ ତ ଆପଣଙ୍କ ହାତରେ ଯେଉଁ ସିନ୍ଦୁର ରହିଯିବ ଅଳ୍ପ ନେଇ ଆସନ୍ତୁ ନିଜ ପିଲାଙ୍କ ମଥାରେ ଏଥିରେ ହିଁ ଟୀକା କରନ୍ତୁ। ଆପଣଙ୍କ ପିଲାର ଏକାଗ୍ରତା ବଢିଯିବ ତାଙ୍କର ବୁଦ୍ଧି ତେଜ ହେବ ସେମାନଙ୍କ ଦୃଷ୍ଟି ତେଜ ହେବ ସୌଭାଗ୍ୟ ବଢିବ ସୁଖ ବଢିବ ଦୁର୍ଘଟଣାରୁ ବଞ୍ଚି ରହିବେ। ଏହି ସିନ୍ଦୁରରେ ବି ଯଦି ଆପଣଙ୍କ ଗାଡ଼ିରେ ସ୍ୱସ୍ତିକ ବନେଇବେ ତ ଆପଣଙ୍କ ଗାଡି ସୁରକ୍ଷିତ ରହିବ।

ଆସନ୍ତୁ ଜାଣିବା ଭଗବାନ ହନୁମାନଙ୍କ ପୂଜାରେ ଏମିତି କେଉଁ କାମ କରିବେ ଯାହା ଦ୍ୱାରା ଜୀବନରେ କଷ୍ଟ ଶେଷ ହୋଇଯିବ।

ଆପଣ ଦୀପରେ ସୋରିଷ ତେଲ ଦେଇ ୨ ଟି ଲବଙ୍ଗ ପକେଇ ଦିଅନ୍ତୁ। ଆପଣ ସନ୍ଧ୍ୟା ସମୟରେ ଦୀପ ଜାଳିବେ।

କର୍ପୁର ସହିତ ବି ଆପଣ ଲବଙ୍ଗ ନେଇ ଜଳେଇ ପୁରା ଘରେ ବୁଲେଇ ଦିଅନ୍ତୁ ଏହା ଦ୍ବାରା ନେଗେଟିଭ ଏନର୍ଜୀ ଦୂର ହୋଇଥାଏ। ଆପଣଙ୍କ ମନ ପସନ୍ଦର ଇଛା ପୂରଣ ହେବ। ଯଦି ଲବଙ୍ଗ ନଥିବ ତାହେଲେ ୨ ଟି ଲାଲି ଲଙ୍କା ପକେଇ ଜାଳି ପାରିବେ ନଚେତ ହଳଦିଆ ସୋରିଷ ୨ ରୁ ୩ ଟି ଦାନା ପକେଇ ଜଳେଇ ପୁରା ଘରେ ବୁଲେଇ ପାରିବେ। ଏହା ଦ୍ବାରା ବି ଅତୃପ୍ତ ଆତ୍ମା ଶାନ୍ତ ରହିବେ। ଜୀବନରେ ବାଧା ବି ଦୂର ହୋଇଯିବ।

ମନ ପସନ୍ଦର ଇଛା ପୂରଣ ହେଉ ନାହିଁ ତ ଗୋଟେ ଲେମ୍ବୁର ୪ ଟି ଲବଙ୍ଗ ପକେଇ ଭଗବାନ ହନୁମାନଙ୍କ ମନ୍ଦିରରେ ବସି ହନୁମାନ ଚାଳିସା ପଢି ନିଅନ୍ତୁ ଏବଂ ଏହାକୁ ନିଜ ପାଖରେ ରଖନ୍ତୁ ଯାହାବି ମନସ୍କାମନା ଥିବ ସଫଳ ହୋଇଯିବ।

ଅନେକ ଥର ଶତ୍ରୁ ବହୁତ ହଇରାଣ କରିଥାନ୍ତି ତ ଶତ୍ରୁଙ୍କୁ ଶାନ୍ତ କରିବା ପାଇଁ ଏହି ପ୍ରୟୋଗ କରନ୍ତୁ ଆପଣ ଚାହାନ୍ତି କି ଆପଣଙ୍କ ଶତ୍ରୁ ଆପଣଙ୍କ ସହିତ ଶତ୍ରୁତା କରିବା ଭୁଲି ଯାଉ ତ ଏହି ପ୍ରୟୋଗ କରନ୍ତୁ। ଆପଣ କଳା ଡାଲି ୩୮ ଟି ଅରୁଆ ଚାଉଳର ଦାନା ୪୦ ଟି ଏବଂ ଗୋଟେ ଲେମ୍ବୁ ନିଅନ୍ତୁ ଘରୁ ବାହାରି ଆପଣ ଯେଉଁଠି ବି ଅଳ୍ପ ଜାଗା ମିଳିବ ମାଟିର ଗାତ କରନ୍ତୁ ଆପଣଙ୍କର ଶତ୍ରୁର ନାମ ନିଜ ମନରେ କହି ଏହିସବୁକୁ ପୋତି ଦିଅନ୍ତୁ। ଏହା ଦ୍ବାରା ଶତ୍ରୁ ଶାନ୍ତ ହୋଇଯିବେ। ଆଉ ପଛକୁ ନବୁଲି ଏକ ମୁହାଁ ହୋଇ ଘରକୁ ଫେରି ଆସନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *