Excuse Me Odisha

ଯାହା କହିବୁ ସତ କହିବୁ

S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା !

ସେୟାର୍ କରନ୍ତୁ

ହିନ୍ଦୁଧର୍ମ ଶାସ୍ତ୍ରରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ସ୍ବଭାବ, ଚାଲିଚଳନ ବିଷୟରେ ଜଣା ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଭଲ ଓ ଖରାପ ଗୁଣ ବିଷୟରେ ବର୍ଣ୍ଣନା କରିଥାଏ। ଆଜି ଆମେ ଆପଣ ମାନଙ୍କୁ S ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବିଶିଷ୍ଟ ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ। ପ୍ରତ୍ୟେକ ଅକ୍ଷର ଭଳି ଏହି ଅକ୍ଷର ବିଶିଷ୍ଟ ନାମ ଥିବା ଲୋକଙ୍କର କିଛି ବିଶେଷ ଭଲ ଗୁଣ ଓ ଖରାପ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

S ଅକ୍ଷର ବିଶିଷ୍ଟ ନାମଥିବା ଲୋକଙ୍କର ଗୁଣ ଓ ଦୋଷ :-

– S ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଲୋକଙ୍କ ପାଖରେ ବ୍ୟବହାରିକ ଜ୍ଞାନ ରହିଛି। ଏମାନେ ବନ୍ଧୁତା ଓ ସମ୍ପର୍କକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି।ଏମାନେ କେବେବି ଅନ୍ୟମାନଙ୍କ ପ୍ରତି ଖରାପ ବିଚାର କରି ନଥାନ୍ତି ଓ ଅସମ୍ମାନ କରନ୍ତି ନାହିଁ।

– S ନାମ ବିଶିଷ୍ଟ ଲୋକମାନେ ବହୁତ ପରିଶ୍ରମୀ ହେବା ସହିତ କଠିନ ପରିସ୍ଥିତିକୁ ସାମ୍ନା କରିବାର ସାହସ ରଖିଥାନ୍ତି। ଏମାନେ କେବେବି ସଙ୍କଟକୁ ଭୟ କରନ୍ତି ନାହିଁ । ଏମାନେ ଅନେକ ଧନ ସଂପତ୍ତିର ଅଧିକାରୀ ହୋଇଥାନ୍ତି, ସେଥିପାଇଁ ସମସ୍ତେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି। ଏମାନଙ୍କର ମଧୁରବାଣୀ ଦ୍ଵାରା ଲୋକେ ପ୍ରଭାବିତ ହୋଇଥାନ୍ତି।

– ଏହି ନାମ ବିଶିଷ୍ଟ ଲୋକମାନେ ଅଧିକ ଜ୍ଞାନୀ ହେବା ସହିତ ବହୁତ ଚତୁର ମଧ୍ୟ ହୋଇଥାନ୍ତି।ଏମାନେ ଅଧିକ ଜ୍ଞାନ ହାସଲ କରିବା ପାଇଁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ।କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଏମାନେ ଭୟ କରନ୍ତି ନାହିଁ।

– S ନାମ ବିଶିଷ୍ଟ ଲୋକମାନେ ପ୍ରଭାବଶାଳୀ ହେବା ସହିତ ସାମାନ୍ୟ କଥା କହି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର କ୍ଷମତା ରଖିଥାନ୍ତି।

– ଏହି ନାମ ବିଶିଷ୍ଟ ଲୋକମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି ଓ ନିଜର ଅନେକ କଥା ମନରେ ଲୁଚାଇ ରଖିଥାନ୍ତି। କିନ୍ତୁ ଏମାନଙ୍କର କ୍ରୋଧ ବହୁତ ଭୟଙ୍କର ହୋଇଥାଏ। କ୍ରୋଧ ସମୟରେ ଏମାନେ ସବୁକିଛି ଭୁଲ କରି ଦେଇଥାନ୍ତି।

– ଏମାନେ ନିଜ ସିନ୍ଧାନ୍ତକୁ ନେଇ ଆଗେଇ ବଢ଼ି ଥାଆନ୍ତି।ଏହାସହିତ ଏମାନେ ସର୍ବଦା ସଚ୍ଚୋଟ ରହିଥାନ୍ତି। କୌଣସି ବିପଦ ସମୟରେ ଏମାନେ ସାହସର ସହିତ ବିପଦକୁ ମୁକାବିଲା କରିଥାନ୍ତି।

– ଏମାନେ ସର୍ବଦା ନିଜକୁ ଶ୍ରେଷ୍ଠ ସାବ୍ୟସ୍ତ କରିଥାନ୍ତି। ସାମାଜିକ ସ୍ତରରେ ଏମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।

– ଏହି S ନାମ ବିଶିଷ୍ଟ ଲୋକମାନେ ସବୁ କାର୍ଯ୍ୟକୁ ବିଭିନ୍ନ ଢଙ୍ଗରେ ସମ୍ପନ୍ନ କରିବାକୁ ପସନ୍ଦ କରିଥାନ୍ତି।ଏମାନେ ସର୍ବଦା ନିଜ ହୃଦୟର କଥା ଶୁଣି ଥାଆନ୍ତି।ଏମାନେ ନିଜ ଜୀବନର ରାସ୍ତା ନିଜେ ତିଆରି କରିଥାନ୍ତି।

– ଏମାନେ ନିଜ ଜୀବନର କୌଣସି କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିଥାନ୍ତି। ନିଜ କଥା ଏମାନେ କାହା ସହିତ ସେୟାର କରନ୍ତି ନାହିଁ।ଏମାନେ ବୁଝି ବିଚାରି ସବୁ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି।

– ଏମାନେ ପ୍ରେମ ମାମଲାରେ ବହୁତ ଲାଜୁଆ ହୋଇଥାନ୍ତି। କିନ୍ତୁ ଏମାନେ ଯାହାକୁ ପ୍ରେମ କରିଥାନ୍ତି, ତାଙ୍କୁ ସାରା ଜୀବନ ଖୁସିରେ ରଖିଥାନ୍ତି।

– ଏହି S ନାମ ବିଶିଷ୍ଟ ଲୋକମାନେ ନିଜ ବୈବାହିକ ଜୀବନକୁ ଖୁସିରେ ରଖିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। ଏହାସହିତ ଏମାନଙ୍କ ସମ୍ପର୍କରେ ସଠିକ ତାଳମେଳ ରଖିଥାନ୍ତି।

– S ନାମ ବିଶିଷ୍ଟ ମହିଳା ମାନଙ୍କୁ ବିବାହ ପରେ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ନାମ ବିଶିଷ୍ଟ ପୁରୁଷ ଲୋକମାନେ ମଧ୍ୟ ନିଜ ଜୀବନରେ ବହୁତ ସଂଘର୍ଷ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *