Excuse Me Odisha

ଯାହା କହିବୁ ସତ କହିବୁ

ମୁଖ୍ୟ ଦୁଆର ପାଖରେ ଲଗାଇ ଦିଅନ୍ତୁ ଏହି ଚିହ୍ନ, ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଲୋକଙ୍କ ଜୀବନ ସାମାନ୍ୟ ରହି ନଥାଏ। କେତେବେଳେ ଜୀବନରେ ଦୁଃଖ ଆସିଥାଏ ତ ଆଉ କେତେବେଳେ ଜୀବନରେ ଖୁସିର ଲହରୀ ଖେଳି ଯାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ତେଣୁ ସମୟ ସହିତ ପ୍ରତ୍ୟେକ ମନୁଷ୍ୟଙ୍କୁ ଜୀବନରେ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଜୀବନରେ ଦୁଃଖ ଓ ସୁଖ ଲାଗି ରହିଥାଏ।ଆଉକିଛି ଲୋକେ ଜୀବନରେ ଏହି ସମସ୍ୟାକୁ ଦୂର କରି ସୁଖଶାନ୍ତି ବଜାୟ ରଖିବା ପାଇଁ ଅନେକ ଉପାୟ କରିଥାନ୍ତି।

ପ୍ରତ୍ୟେକ ମନୁଷ୍ୟ ଏହି ଚିନ୍ତା କରିଥାଏ କି ଘରର ସବୁ ସମସ୍ୟା ଦୂର ହୋଇ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ରହୁ। ପ୍ରତ୍ୟେକ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଆଶା ରଖିଥାନ୍ତି। କିନ୍ତୁ ଅନେକ ସମୟରେ ବ୍ୟକ୍ତିର ଯଥେଷ୍ଟ ପ୍ରୟାସ ପରେ ମଧ୍ୟ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇ ନଥାଏ। ଯଦି ଆପଣ ନିଜ ଘର ସୁଖଶାନ୍ତି ବଜାୟ ରଖିବା ପାଇଁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ବାସ୍ତୁ ଶାସ୍ତ୍ରରେ କିଛି ବିଶେଷ ନିୟମ ଗୁଡ଼ିକ ବିଷୟରେ କୁହାଯାଇଛି, ତାହାକୁ ଆପଣ ବ୍ୟବହାର କରି ପାରିବେ।

ଘରର ସୁଖଶାନ୍ତି ବଜାୟ ରଖିବା ପାଇଁ କରନ୍ତୁ ଏହି ବାସ୍ତୁ ଉପାୟ :-

୧/ ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ନିୟମ ଗୁଡିକ ବିଷୟରେ କୁହାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଏହାସହିତ ଘରର ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ଯଦି ଆପଣ ନିଜ ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଚାହୁଁଛନ୍ତି, ତାହେଲେ ନିଜ ଘରର ମୁଖ୍ୟ ଦୁଆର ସାମ୍ନାରେ ସ୍ଵସ୍ତିକ ଚିହ୍ନ ବା ଓଁ ଚିହ୍ନ ଆଙ୍କି ଦିଅନ୍ତୁ।

୨/ ଯଦି ଆପଣ ଘରର ସୁଖଶାନ୍ତି ବଜାୟ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ଘରର ଉତ୍ତର ପୂର୍ବ ଦିଗରେ ଜଳପୂର୍ଣ୍ଣ କଳସ ରଖନ୍ତୁ।ଏଭଳି କରିବା ଦ୍ୱାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ।

୩/ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଆପଣ ଘରର ଡାଇନିଂ ରୁମରେ ତାଜା ଫୁଲର ଗୁଚ୍ଛା ରଖନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହେବ।

୪/ ରୋଷେଇ ଘରେ ଭୁଲରେ ମଧ୍ୟ ପୂଜା ସ୍ଥାନ କେବେବି କରିବା ଉଚିତ ନୁହେଁ।ନଚେତ ଘରର ଶାନ୍ତି ଭଙ୍ଗ ହୋଇଥାଏ। ଏହାସହିତ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଏ।

୫/ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା କୋଠରୀରେ କୌଣସି ଭଗବାନ ବା ଧାର୍ମିକ ଫଟୋଚିତ୍ର ରଖିବା ଉଚିତ ନୁହେଁ। ଯଦି ଶୋଇବା କୋଠରୀରେ ଏଭଳି ଫଟୋ ଗୁଡ଼ିକ ରହେ, ତାହେଲେ ଜୀବନରେ ସୁଖଶାନ୍ତି ଶେଷ ହୋଇଯାଏ ଓ ଅନେକ ସମସ୍ୟା ବଢ଼ିବାକୁ ଲାଗେ।

୬/ ବାସ୍ତୁ ଶାସ୍ତ୍ରରେ ଘରେ ଥିବା ପୁଜାସ୍ଥଳକୁ ନେଇ କିଛି ଜରୁରୀ ନିୟମଗୁଡ଼ିକ ବିଷୟରେ କୁହାଯାଇଛି। ଘରେ ଆପଣଙ୍କୁ ଶୌଚାଳୟର କବାଟ ଓ ଠାକୁର ଘରର କବାଟ ପାଖାପାଖି ରଖିବା ଉଚିତ ନୁହେଁ।ଏଭଳି ଘରେ ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି।

୭/ ଯଦି ଆପଣ ନିଜ ଘରେ ସକାରାତ୍ମକ ଉର୍ଜା ବଜାୟ ରଖିବା ପାଇଁ ଚାହୁଁଛନ୍ତି, ତାହେଲେ ଘରେ ଆପଣ କୌଣସି କୋଠରୀ ଅନ୍ଧାର ରଖନ୍ତୁ ନାହିଁ। କାରଣ ଯେଉଁଠାରେ ସର୍ବଦା ଆଲୋକିତ ହୋଇ ରହିଥାଏ, ସେଠାରେ କେବେବି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *