Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ୧୦ ଦିନ ମଧ୍ୟରେ ଏହି ରାଶିରେ ମଙ୍ଗଳ ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ମିଳିବ ସୁଖଦ ସମାଚାର।

ସେୟାର୍ କରନ୍ତୁ

ମଙ୍ଗଳ ଗ୍ରହର ଗୋଚର ଯୋଗୁଁ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଥାଏ।ଏହାଦ୍ଵାରା ବ୍ୟକ୍ତିର ରାଶିରେ ସାହସ, ପରାକ୍ରମ, କ୍ୟାରିୟରରେ ସଫଳତା, ଏହାସହିତ ସମ୍ପର୍କରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ମଇ ମାସ ୧୭ ତାରିଖ ଦିନ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଏହାର ପ୍ରଭାବ ୩ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

ମଇ ୧୭ ତାରିଖ ୨୦୨୨ ମସିହା ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହ ମୀନ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଶୁଭ ପ୍ରଭାବ କିଛି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ମଙ୍ଗଳ ଗ୍ରହ ସାହସ, ପରାକ୍ରମ, ବୈବାହିକ ଜୀବନ, ଭୂମିର କାରକ ଗ୍ରହ ବୋଲି ମାନା ଯାଇଛି। ମଙ୍ଗଳ ଗ୍ରହର ଗୋଚର ଏହି ତିନୋଟି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ଗୋଚର ଶୁଭ ସାବ୍ୟସ୍ତ ହେବ :-

ବୃଷ ରାଶି :-

ମଙ୍ଗଳ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କୁ କ୍ୟାରିୟରରେ ଅଧିକ ଲାଭ ପ୍ରାପ୍ତ ହେବ।ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଏହାସହିତ ଆପଣଙ୍କର ଆୟରେ ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ।ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ।କାରବାରରେ ଲାଭବାନ ହେବେ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ।ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବ୍ୟବସାୟରେ ଉନ୍ନତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *