Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ ୩୦ ବର୍ଷ ପରେ କୁମ୍ଭ ରାଶିରେ ଗୋଚର କରିବାକୁ ଯାଉଛନ୍ତି ଭଗବାନ ଶନି। ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରାୟ ଦୀର୍ଘ ୩୦ ବର୍ଷ ପରେ ଭଗବାନ ଶନିଦେବ ଗତ ୨୯ ତାରିଖ ଦିନ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାଫଳରେ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଏହାର ପ୍ରଭାବରେ କିଛି ବିଶେଷ ରାଶିର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିପାରେ। ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣ ଅନେକ ନୂଆ କାର୍ଯ୍ୟରେ ନିବେଶ କରିବା ସହିତ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ସତ୍ୟ ପଥକୁ ଅନୁସରଣ କରନ୍ତୁ, ଦେଖିବେ ଆପଣଙ୍କ ଜୀବନ ସୁଖମୟ ରହିବ।

ବୃଷ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରଦାନ କରିବ। ଏହି ସମୟରେ ଆପଣ ନିଜ ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଏହାସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ମିଥୁନ ରାଶି:-

ଶନି ଗ୍ରହର କୁମ୍ଭ ରାଶିକୁ ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ବିଶେଷ ସଫଳତା ମିଳିବାର ଯୋଗ ରହିଛି। ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ ଏବଂ ଆପଣଙ୍କ ମାନସମ୍ମାନରେ ବୃଦ୍ଧି ହେବ।

କର୍କଟ ରାଶି:-

ଆପଣଙ୍କୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଉଚିତ। ନଚେତ ଆପଣଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ। ଆପଣଙ୍କୁ ଏହି ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ସିଂହ ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରଦାନ କରିବ। ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ପରିବାର ଲୋକଙ୍କ ଠାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ।

ତୁଳା ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ।ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ସହିତ ପଦୋନ୍ନତୀ ମିଳିବାର ଯୋଗ ରହିଛି। ସନ୍ତାନ ନଥିବା ଲୋକଙ୍କୁ ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି। ଘରର ଆର୍ଥିକ ଅବସ୍ଥା ସୁଦୃଢ ରହିବ।

କନ୍ୟା ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ସମୟରେ ଏହି ରାଶିର ଲୋକଙ୍କ ପାଇଁ ବିଶେଷ ସମୟ ଆରମ୍ଭ ହୋଇ ସାରିଛି।ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ। ଆପଣ ଅନେକ ବିଶେଷ କାର୍ଯ୍ୟରେ ନିୟୋଜିତ ହେବେ ଏବଂ ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବାକୁ ଯାଉଛନ୍ତି।

ବିଛା ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କୁ ଶୁଭ ପରିଣାମ ପ୍ରଦାନ କରିବ। ସମାଜରେ ଅପାଣଙ୍କୁ ଅନେକ ଲୋକ ଅନୁସରଣ କରିବେ। ରାଜନୀତି କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ଧନୁ ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆଗାମୀ ସମୟ ଆପଣଙ୍କ ପାଇଁ ଶୁଭମୟ ହେବାକୁ ଯାଉଛି।ଆପଣଙ୍କୁ କୌଣସି କାର୍ଯ୍ୟ ସତର୍କ ହୋଇ କରିବା ଆବଶ୍ୟକ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ମକର ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଦେବୀ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଯାହାଫଳରେ ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ। ଆପଣ କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ପରିବାରରେ ଖର୍ଚ୍ଚର ପରିମାଣ ବଢିପାରେ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ କଠିନ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିବ, ତାପରେ ହିଁ ଆପଣଙ୍କ ଜୀବନ ସରଳ ହେବ। କ୍ୟାରିୟରରେ ସଫଳତା ଅର୍ଜନ କରିବେ। ଚାକିରୀରେ ପଦୋନ୍ନତୀ ମିଳିବାର ଯୋଗ ରହିଛି।

ମୀନ ରାଶି:-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଭଗବାନ ଶନିଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।ଯାହା ଫଳରେ ଆପଣଙ୍କ ପାଖରେ କେବେବି କୌଣସି ଜିନିଷର ଅଭାବ ରହିବ ନାହିଁ ଓ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *