Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି କାହାରି ପାଖରୁ ଏହି ଜିନିଷ ନେବେ ନାହିଁ କାଙ୍ଗାଳ ହୋଇଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି କାହାରି ପାଖରୁ ଏହି ଜିନିଷ ନେବେ ନାହିଁ କାଙ୍ଗାଳ ହୋଇଯିବେ।

ଆମେ ଆମ ଜୀବନରେ କିଛି ନାଁ କିଛି ନିଜ ନିଜ ଭିତରେ ଦେବାନେବା କରିଥାଉ କିନ୍ତୁ କଣ ଆପଣଙ୍କୁ ଜଣା ଅଛି କିଛି ଏମିତି ଜିନିଷ ଅଛି ଯାହାକୁ କାହାରି ପାଖରୁ ନେବା ଉଚିତ ନୁହେଁ ନଚେତ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡିବ ନାହିଁ ଅର୍ଥାତ ଆପଣଙ୍କର ଯେଉଁ ଭଲ ସମୟ ଅଛି ତାହା ପୁରା ଖରାପ ସମୟରେ ପରିଣତ ହୋଇଯାଇଥାଏ ଯାହା ବୁଝିବି ପାରିବେ ନାହିଁ। ବହୁତ ନିୟମ ବହୁତ ଜିନିଷ ଅଛି କିନ୍ତୁ ମୁଖ୍ୟ ୪ ଟି ଜିନିଷ ଅଛି ଯାହା କାହାରିକୁ ବି ଦେବା ଉଚିତ ନୁହେଁ।

ଘଣ୍ଟା। ଯଦି ଆପଣଙ୍କୁ କେହି ଘଣ୍ଟା ଦେଇଥାଏ ତ ସେମିତିରେ ଘଣ୍ଟା କାହାରିକୁ ଦେବା ଉଚିତ ନୁହେଁ କି ନେବା ମଧ୍ୟ ଉଚିତ ନୁହେଁ କାରଣ ତାର ଖରାପ ସମୟ ଆପଣଙ୍କ ପାଖକୁ ଆସିଯିବ ଏବଂ ଆପଣଙ୍କର ଭଲ ସମୟ ତାଙ୍କ ପାଖକୁ ଚାଲିଯିବ। ଏହି କଥାର ଧ୍ୟାନ ରଖିବେ କିଛି ବି ହୋଇଗଲେ କାହାରି ପାଖରୁ ଘଣ୍ଟା ନେବେ ନାହିଁ।

ଜୂତା ଚପଲ। କୁହାଯାଏ ଜୂତା ଚପଲ ନେବା ଦ୍ୱାରା ଶନିଦୋଷ ଲାଗିଥାଏ କିମ୍ବା ଆପଣଙ୍କ ସମ୍ପର୍କ ଖରାପ ହୋଇଥାଏ। ଧ୍ୟାନ ରଖିବେ ଆପଣଙ୍କୁ ଜୂତା ଚପଲ କାହାରିକୁ ଦେବାର ଅଛି ତ ଦାନ କରିଦିଅନ୍ତୁ କିନ୍ତୁ ନିଜେ ପିନ୍ଧୁଥିବା ଜୂତା ଚପଲ ନିଜ ନିଜ ଭିତରେ କାହାରିକୁ ବି ଦିଅନ୍ତୁ ନାହିଁ ଏବଂ ବଡ଼ ମାନଙ୍କର ଜୂତା ଚପଲ ପିନ୍ଧନ୍ତୁ ନାହିଁ। ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ।

ରୁମାଲ। ଏହାକୁ କାହାରିକୁ ବି ଉପହାରରେ ଦିଅନ୍ତୁ ନାହିଁ ନଚେତ ଭଲ ସମ୍ପର୍କ ବି ଖରାପ ହୋଇଯିବ।

କଳା ତିଳ। ଭୁଲରେ ବି କାହାରି ପାଖରୁ ନିଅନ୍ତୁ ନାହିଁ ଏବଂ କାହାରି ପାଖରୁ ଯାଇ ଖାଆନ୍ତୁ ନାହିଁ। ଯଦି ଖାଇ ବି ନେଉଛନ୍ତି ତ ତାର ବଦଳରେ କିଛି ନିଶ୍ଚୟ ଦେଇ ଦିଅନ୍ତୁ କାରଣ କାହାର ତିଳ ଯଦି ବ୍ୟକ୍ତି ଖାଇଥାଏ ତ ତାର ଜୀବନରେ ତିଳ ତିଳ କରି କରଜ ପରିଶୋଧ କରିବାକୁ ପଡିଥାଏ। ଏଥିପାଇଁ କୁହାଯାଏ ତିଳର ଦାନ କରିଲେ ତିଳର ଗୋଟେ ଗୋଟେ ଦାନା ହଜାର ବର୍ଷର ପୁଣ୍ୟ ଫଳକୁ ଦେଇଥାଏ ଅର୍ଥାତ ଯିଏ ଦାନ କଲେ ତାକୁ ତ ମିଳିଗଲା କିନ୍ତୁ ଯିଏ ବି ନେଲା ସେ ବୁଝିଯାଉ କି ଏବେ ତାର କଣ ହେବ।

ଧାରୁଆ ଜିନିଷ କେବେବି କାହାରି ପାଖରୁ ନିଅନ୍ତୁ ନାହିଁ ନଚେତ ସମ୍ପର୍କରେ ମତଭେଦ ଆସିବ ଏବଂ ଆପଣଙ୍କ ଜୀବନରେ ସମସ୍ୟା ବଢିଯିବ।

ଆଚାର। ସମ୍ପର୍କକୁ ଖରାପ କରିଦେଇଥାଏ। ଏଥିପାଇଁ ଯେବେବି କାହାରି ପାଖରୁ ଆଚାର ନେବେ ତାକୁ କିଛି ପଇସା ଦେଇ ନେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *