Excuse Me Odisha

ଯାହା କହିବୁ ସତ କହିବୁ

ଘରର ବହୂ ବାସନ ମାଜିଲେ ପରିବାର କାହିଁକି ନଷ୍ଟ ହୋଇଯାଏ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଘରର ବହୂ ବାସନ ମାଜିବା ଦ୍ଵାରା ପରିବାରରେ କଣ କ୍ଷତି ହୋଇଥାଏ। ଏହାସହିତ ମହିଳା ମାନଙ୍କର କେଉଁ ଭୁଲ ଯୋଗୁଁ ପରିବାରରେ ଅଭାବ ଅନଟନ ଦେଖା ଦେଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ହିନ୍ଦୁଧର୍ମରେ ପ୍ରତ୍ୟେକ ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। କହିବାକୁ ଗଲେ ପ୍ରତ୍ୟେକ ସ୍ତ୍ରୀ ଚାହିଁଲେ, ଘରକୁ ସ୍ବର୍ଗ ବନେଇ ଦେଇଥାନ୍ତି, ନଚେତ ଘରକୁ ନର୍କ କରି ଦେଇଥାନ୍ତି। ଘରର ଝିଅ ଓ ବହୂ ମାନଙ୍କର କିଛି ଖରାପ ଅଭ୍ୟାସ ଯୋଗୁଁ ପରିବାରରେ ଅଭାବ ଅନଟନ ଦେଖା ଦେଇଥାଏ। ଆହୁରି କିଛି ଅଭ୍ୟାସ ଘର ଓ ପରିବାର ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ।ପ୍ରତ୍ୟେକ ପୁରୁଷଙ୍କର ଆଶା ରହିଥାଏ କି ସେମାନଙ୍କୁ ଜଣେ ଉତ୍ତମ ଓ ଯତ୍ନ ନେଉଥିବା ଜୀବନସାଥୀଟିଏ ମିଳୁ। କିନ୍ତୁ କିଛି ଏଭଳି କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।ଆସନ୍ତୁ ସେହି ବିଷୟରେ ଜାଣିବା।

ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହେଉଛି ଏବଂ ଆପଣଙ୍କୁ ସବୁ କ୍ଷେତ୍ରରେ ଅସଫଳତା ମିଳୁଛି,ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ କୌଣସି ଭୁଲ ନିଶ୍ଚିତ ଭାବରେ ହେଉ ଥିବ। ପ୍ରଥମତଃ ଯେଉଁମାନଙ୍କ ଘରେ ମହିଳା ମାନେ ଝାଡୁକୁ ଗୋଡ ଲଗାଇ ଥାଆନ୍ତି , ସେଠାରେ କେବେବି ଦେବୀ ଲକ୍ଷ୍ମୀ ବାସ କରି ନଥାନ୍ତି। ଦ୍ଵିତୀୟରେ ହେଉଛି ଯଦି ଆପଣଙ୍କ ଘରେ ସବୁଦିନ ଅଇଁଠା ବାସନ ପଡ଼ି ରହୁଛି ବା ରାତିରେ ଶୋଇବା ପୁର୍ବରୁ ଆପଣ ବାସନ ମାଜୁ ନାହାନ୍ତି, ତାହେଲେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଇଥାନ୍ତି।

ଯେଉଁ ମହିଳା ମାନେ ଘରର କବାଟକୁ ଗୋଇଠା ମାରି ଖୋଲି ଥାଆନ୍ତି। ସେହି ଘର ଉପରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।ତେଣୁ କେବେବି ଏଭଳି ଭୁଲ କରନ୍ତୁ ନାହିଁ। ଯଦି ଘରର ମହିଳା ଘାର a ଦୁଆରବନ୍ଧରେ ବସି ଭୋଜନ କର୍ଣ୍ଟିଁ ତାହେଲେ ଏହା ପରିବାର ଉପରେ କୁପ୍ରଭାବ ପକାଏ ଥାଏ। ଯଦି ଘରର ମହିଳାମାନେ ଅଇଁଠା ବାସନ ପକାଇ ଶୋଇଥାନ୍ତି, ତାହେଲେ ଏହା ଖୁବ୍ ଶୀଘ୍ର ଦାରିଦ୍ର୍ୟତାକୁ ଡାକି ଥାଏ।

ଯେଉଁ ଘରର ନାରୀମାନେ ସକାଳୁ ଝାଡୁ ଲଗାଇବା ବଦଳରେ ରାତିରେ ଝାଡୁ ଲଗାଇ ଥାଆନ୍ତି, ସେହି ଘରେ ଅଭାବ ଅନଟନ ଦେଖା ଦେଇଥାଏ।ଏହାସହିତ କାହା ଘରୁ ଲୁଣ ମାଗୁଥିଲେ, କେବେବି ଲୁଣ ହାତରେ ଆଣନ୍ତୁ ନାହିଁ। ପ୍ରତ୍ୟେକ ମହିଳା ମାନେ ରାତିରେ ନଖ କାଟିବା ଉଚିତ ନୁହେଁ। ରୋଷେଇ ଘରେ ସର୍ବଦା ସଫା ବାସନ ବ୍ୟବହାର କରିବା ଉଚିତ। କାରଣ ମଇଳା ବା ଅପରିଷ୍କାର ବାସନ ବ୍ୟବହାର କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ଅଧିକାଂଶ ଲୋକେ ରାତିରେ ଖାଇସାରି ଅଇଁଠା ବାସନ ପକାଇ ଦେଇଥାନ୍ତି ଓ ସକାଳୁ ଏହାକୁ ଧୋଇ ଥାଆନ୍ତି। ଏହାସହିତ ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। କାରଣ ଦେବୀ ଲକ୍ଷ୍ମୀଙ୍କୁ ସଫାସୁତୁରା ସ୍ଥାନ ବହୁତ ପସନ୍ଦ ଅଟେ। ଏହାଛଡା ରୋଷେଇ ଘରେ ଅଧିକ ଧାରୁଆ ଛୁରୀ ଦୁଇଟିରୁ ଅଧିକ ରଖିବା ଉଚିତ ନୁହେଁ। ନଚେତ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *