Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଲାଫିଙ୍ଗ ବୁଦ୍ଧ ରଖୁଥିଲେ, ଏହି ୫ ଗୋଟି ବିଶେଷ କଥା ଉପରେ ଧ୍ୟାନ ରଖନ୍ତୁ।

ସେୟାର୍ କରନ୍ତୁ

ଘରେ ଲାଫିଙ୍ଗ ବୁଦ୍ଧ ରଖିବା ପୂର୍ବରୁ ବିଶେଷ କଥା ଉପରେ ନିଶ୍ଚିତ ଭାବରେ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ଘରେ ରଖିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ। ଘରର ସୁଖସମୃଦ୍ଧି ଓ ଲାଭବାନ ହେବା ପାଇଁ ଲାଫିଙ୍ଗ ବୁଦ୍ଧ ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ।

ଆଜିକାଲି ବାସ୍ତୁ ଶାସ୍ତ୍ର, ଘରର ସାଜସଜ୍ଜା, ଅଫିସ ଆଦିରେ ଲାଫିଙ୍ଗ ବୁଦ୍ଧ ରଖିବା ସାଧାରଣ ହୋଇ ଗଲାଣି। ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ଘରେ ରଖିବା ଦ୍ଵାରା ସକାରାତ୍ମକ ଉର୍ଜା ବୃଦ୍ଧି ପାଇବା ସହିତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ

ବାସ୍ତୁ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ଘରେ ରଖାଯାଉଥିବା ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ରହିବା ଶୁଭ ହୋଇଥାଏ। ଯଦି ଘରେ ସଠିକ ସ୍ଥାନରେ ଜିନିଷ ନ ରହେ, ତାହେଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଏହାଦ୍ବାରା ପରିବାରର ପ୍ରଗତିରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ଲାଫିଙ୍ଗ ବୁଦ୍ଧ ରଖିବା ପୂର୍ବରୁ କିଛି ବିଶେଷ କଥା ଉପରେ ନିଶ୍ଚିତ ଭାବରେ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ଘରେ ରଖିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ। ଘରର ସୁଖସମୃଦ୍ଧି ଓ ଲାଭବାନ ହେବା ପାଇଁ ଲାଫିଙ୍ଗ ବୁଦ୍ଧ ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ।ଏହାସହିତ ଘରେ ସକାରାତ୍ମକ ପ୍ରଭାବ ବିସ୍ତାର ହୋଇଥାଏ।

ଲାଫିଙ୍ଗ ବୁଦ୍ଧ ରଖିବା ପୂର୍ବରୁ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ :-

୧/ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତିକୁ ଆପଣ ଘରର ମୁଖ୍ୟ ଦୁଆର ସାମ୍ନାରେ ରଖନ୍ତୁ। କହିବାକୁ ଗଲେ ଏହାକୁ ୩୦ ବା ୩୨ ଇଞ୍ଚ ଉଚ୍ଚତାରେ ରଖିବା ଉଚିତ। ଏଭଳି କରିବା ଘର ପାଇଁ ଶୁଭ ହୋଇଥାଏ। କାରଣ ଘରକୁ ଆସୁଥିବା ବ୍ୟକ୍ତିର ପ୍ରଥମ ନଜର ସେହି ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ଉପରେ ପଡ଼ିଥାଏ, ଏହା ଅତ୍ୟନ୍ତ ଶୁଭ ଅଟେ।

୨/ ବାସ୍ତୁ ଶାସ୍ତ୍ର ଅନୁସାରେ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ଆଠ ଆଙ୍ଗୁଳି ବିଶିଷ୍ଟ ଲମ୍ବ ହେବା ଆବଶ୍ୟକ।

୩/ ଘରର ମୁଖ୍ୟ ଦୁଆର ସାମ୍ନାରେ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ରଖିବା ସମୟରେ ଏହି ବିଶେଷ କଥାର ଧ୍ୟାନ ରଖନ୍ତୁ କି ମୂର୍ତ୍ତିର ଚେହେରା ଦୁଆର ଆଡକୁ ରହିବା ଆବଶ୍ୟକ। ଯେପରି ଘରକୁ ଆସୁଥିବା ବ୍ୟକ୍ତିର ପ୍ରଥମ ନଜର ସେହି ମୂର୍ତ୍ତି ଉପରେ ପଡ଼ିବା ଉଚିତ।

୪/ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ଏକ ପବିତ୍ର ମୂର୍ତ୍ତି ଅଟେ, ତେଣୁ ଏହାକୁ କେବେ ମଧ୍ୟ ଶୋଇବା କୋଠରୀ, ଡାଇନିଂ ରୁମ ଏବଂ ରୋଷେଇ ଘରେ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଘର ପ୍ରତି ବିପଡ଼ାଆଦି ଆସିଥାଏ।

୫/ ଆଉ ଏକ ବିଶେଷ କଥା ହେଉଛି, ଏହି ଲାଫିଙ୍ଗ ବୁଦ୍ଧର ମୂର୍ତ୍ତିକୁ କେବେବି ପୂଜା କରନ୍ତୁ ନାହିଁ। କାରଣ ଏହି ମୂର୍ତ୍ତି ଶୁଭ ଓ ଲାଭର ପ୍ରତୀକ ହୋଇଥାଏ। ଏହାକୁ ଅଫିସ ବା ଘରର ଦୁଆର ମୁହଁ ସାମ୍ନାରେ ରଖିବା ଉଚିତ। ଏହାକୁ ପୂଜା କରିବା ଅଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *