Excuse Me Odisha

ଯାହା କହିବୁ ସତ କହିବୁ

ଗଙ୍ଗା ସପ୍ତମୀ ଦିନ ଗଙ୍ଗାଜଳକୁ ନେଇ କରନ୍ତୁ ଏହି ଉପାୟ, ଜୀବନର ସବୁ ଦୁଃଖକଷ୍ଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଗଙ୍ଗାଜଳ ଓ ଗଙ୍ଗା ନଦୀକୁ ବହୁତ ମହତ୍ୱ ଦିଆଯାଇଛି। କହିବାକୁ ଗଲେ ପୌରାଣିକ ଯୁଗରୁ ଗଙ୍ଗାନଦୀକୁ ଦେବୀଙ୍କ ସ୍ୱରୂପ ବୋଲି ମାନା ଯାଇଛି। ପର୍ବପର୍ବାଣୀ ବା କୌଣସି ଶୁଭ ଅବସରରେ ଗଙ୍ଗାନଦୀରେ ସ୍ନାନ କଲେ ଶୁଭ ଫଳ ମିଳିଥାଏ ବୋଲି ମାନ୍ୟତା ରହିଛି। ପ୍ରତ୍ୟେକ ପୂଜା କାର୍ଯ୍ୟରେ ଗଙ୍ଗାଜଳ ବ୍ୟବହାର କରାଯାଇଥାଏ। ଏହାକୁ ନେଇ କିଛି ଚମତ୍କାର ଉପାୟ ଗୁଡ଼ିକ ରହିଛି, ଯାହାଦ୍ଵାରା ଜୀବନ ସୁଖମୟ ହୋଇଯାଏ।

ପୌରାଣିକ ଯୁଗରୁ ଗଙ୍ଗା ଜଳକୁ ବହୁତ ପବିତ୍ର ବୋଲି ମାନା ଯାଇଛି।ଏହା ସବୁ ପାପକୁ ନଷ୍ଟ କରି ଦେଇଥାଏ।ଶାସ୍ତ୍ରରେ କୁହାଯାଇଛି କି ଗଙ୍ଗାଜଳକୁ ସ୍ପର୍ଶ କରିବା ମାତ୍ରେ ବ୍ୟକ୍ତିକୁ ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ, ବାସ୍ତୁଶାସ୍ତ୍ରରେ ଗଙ୍ଗାଜଳକୁ ବହୁତ ଚମତ୍କାର ମାନା ଯାଇଛି। ଗଙ୍ଗାଜଳକୁ ଘରେ ରଖିବା ଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।ଗଙ୍ଗାଜଳ ଘରେ ରଖିବା ଦ୍ଵାରା ଅନେକ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ମଇ ମାସ ୮ ତାରିଖ ପଡ଼ିବାକୁ ଯାଉଛି ଗଙ୍ଗା ସପ୍ତମୀ :-

ଏହି ବର୍ଷ ମଇ ମାସ ୮ ତାରିଖ ଦିନ ଗଙ୍ଗା ସପ୍ତମୀ ପଡ଼ିବାକୁ ଯାଉଛି। ଧର୍ମ ଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଦିନ ଦେବୀ ଗଙ୍ଗା ଭଗବାନ ଶିବଙ୍କ ଜଟାରୁ ବାହାରି ପୃଥିବୀ ପୃଷ୍ଠରେ ଅବତରଣ ହୋଇଥିଲେ। ଯଦି ଗଙ୍ଗା ସପ୍ତମୀ ଦିନ ଗଙ୍ଗା ଜଳକୁ ନେଇ କିଛି ବିଶେଷ ଉପାୟ ଗୁଡ଼ିକ କରାଯାଏ ତାହେଲେ ଜୀବନର ଅନେକ ସମସ୍ୟା ଦୂର ହୋଇଯିବ। ଗଙ୍ଗାଜଳକୁ ପୂଜନୀୟ ମାନା ଯାଇଥାଏ, ତେଣୁ ଏହାକୁ ସର୍ବଦା ପୂଜା ଘରେ ରଖିବା ଉଚିତ। ନଚେତ ଏହାର ଅପମାନ ହୋଇଥାଏ।

ଗଙ୍ଗାଜଳର ଚମତ୍କାର ଉପାୟ :-

– ଯଦି ଘରେ ସର୍ବଦା କ୍ଳେଶ ଓ ବିବାଦ ଲାଗି ରହୁଛି, ତାହେଲେ ପ୍ରତ୍ୟେକଦିନ ସ୍ନାନ ସାରି ସମ୍ପୂର୍ଣ୍ଣ ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହେବ।

– ସନ୍ତାନକୁ ଖରାପ ନଜରରୁ ଦୂରେଇ ରଖିବା ପାଇଁ ସେମାନଙ୍କ ଉପରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ।ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

– ଯଦି ଆପଣ ଅଧିକ ପ୍ରୟାସ କରି ମଧ୍ୟ କ୍ୟାରିୟର ଓ ବ୍ୟବସାୟରେ ସଫଳତା ପାଉ ନାହାନ୍ତି ବା ଘରେ ସର୍ବଦା ବିବାଦ ଲାଗି ରହୁଛି, ତାହେଲେ ଏହା ପଛର କାରଣ ବାସ୍ତୁ ଦୋଷ ହୋଇପାରେ। ତେଣୁ ଘରର ଉତ୍ତର – ପୂର୍ବ ଦିଗରେ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଭରି ରଖନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

– ଯଦି ଆପଣଙ୍କ କୁଣ୍ଡଳୀରେ ଗ୍ରହ ଓ ନକ୍ଷତ୍ର ଶୁଭ ସ୍ଥିତିରେ ରହୁ ନାହାନ୍ତି ବା ବାରମ୍ବାର ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହେଉଛି, ତାହେଲେ ସୋମବାର ଦିନ ଭଗବାନ ଶିବଙ୍କୁ ଗଙ୍ଗାଜଳରେ ଅଭିଷେକ କରନ୍ତୁ।

– ଯଦି ଆପଣ ଗ୍ରହ ଦୋଷରେ ପୀଡିତ ଅଛନ୍ତି, ତାହେଲେ ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଗଙ୍ଗାଜଳ ଅର୍ପଣ କରନ୍ତୁ।ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଶୁଭ ଫଳ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *