ଅକ୍ଷୟ ତୃତୀୟା ଦିନ ଏହି ଜିନିଷ ଗୁଡ଼ିକ ଦାନ କଲେ ମିଳିବ ଦଶ ଗୁଣା ପୁଣ୍ୟ। ଜାଣନ୍ତୁ କଣ ସେହି ଜିନିଷ!
ସ୍କନ୍ଦ ପୁରାଣର ପ୍ରଭାସଖଣ୍ଡରେ ମହାଦାନର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ପୁରାଣ ଅନୁସାରେ ଅକ୍ଷୟ ତୃତୀୟା ଦିନ ଗୋ-ଦାନ, ସୁନା, ରୂପା, ରତ୍ନ, ଶିକ୍ଷା, ତେଲ, କନ୍ୟା, ହାତୀ, ଘୋଡା, ଶଯ୍ୟା, ପୋଷାକ, ଜମି, ଖାଦ୍ୟଦ୍ରବ୍ୟ, କ୍ଷୀର, ଛତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଛି।
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ। ଏହା ଚଳିତ ବର୍ଷ ମଇ ମାସ ୩ ତାରିଖରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହା ଏକ କୃଷିଭିତ୍ତିକ ପର୍ବ। ଏହି ପର୍ବ ଦିନ କୃଷକ ନୂଆ ଅକ୍ଷିମୁଠି ନେଇ ବିଲକୁ ଯାଏ ଓ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ ହୁଏ। ବିବାହ, ଗୃହ ପ୍ରବେଶ, ନୂତନ କାର୍ଯ୍ୟ ଆରମ୍ଭ କରିବା, ସୁନା, ରୂପା ଏବଂ କାର କିଣିବା ପାଇଁ ଏହି ଦିନଟି ଶୁଭ ବୋଲି ବିଶ୍ୱାସ ରହିଛି। ବୈଶାଖ ମାସଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ।ତେଣୁ ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଅନେକ ଧାର୍ମିକ ଗ୍ରନ୍ଥରେ ଅକ୍ଷୟ ତୃତୀୟା ଦିନ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଛି।
ସ୍କନ୍ଦ ପୁରାଣର ପ୍ରଭାସଖଣ୍ଡରେ ମହାଦାନର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ପୁରାଣ ଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟା ଦିନ ଗୋ-ଦାନ, ସୁନା, ରୂପା, ରତ୍ନ, ଶିକ୍ଷା, ତେଲ, କନ୍ୟା, ହାତୀ, ଘୋଡା, ଶଯ୍ୟା, ପୋଷାକ, ଜମି, ଖାଦ୍ୟ, କ୍ଷୀର, ଛତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଛି। ଗରୁଡ ପୁରାଣ ଅନୁସାରେ ଦାନ କରୁ ନଥିବା ବ୍ୟକ୍ତି ଗରିବ ହୋଇଯାଏ ବୋଲି ମାନ୍ୟତା ରହିଛି। ତେଣୁ ଆପଣ ନିଜର ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ।
ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଯେ, କିଛି ଏପରି ଦାନ ରହିଛି, ଯାହାର ଫଳ ଆମକୁ ଏହି ଜନ୍ମରେ ମିଳେ ଏବଂ ଆଉକିଛି ଦାନ ରହିଛି, ଯାହାର ଫଳ ଆମକୁ ପରବର୍ତୀ ଜନ୍ମରେ ମିଳିଥାଏ।ଏହାଛଡା କିଛି ବିଶେଷ ଦିନରେ କରାଯାଇଥିବା ଦାନ ଅନ୍ୟ ଦିନ ଠାରୁ ଅଧିକ ପୁଣ୍ୟ ପ୍ରଦାନ କରିଥାଏ। ଅକ୍ଷୟ ତୃତୀୟା ମଧ୍ୟ ସେହିଭଳି ଏକ ବିଶେଷ ଦିନ ଅଟେ। ଏହିଦିନ ଦାନ କଲେ ଦଶ ଗୁଣ ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
ଅକ୍ଷୟ ତୃତୀୟା ପର୍ବ ଦିନ ଗୁଡ, ଚିନି, ଘିଅ, ଲୁଣ, ରାଶି, ଫଳ, ମୂଳ, ଅଟା, ଚାଉଳ, ଡାଲି, କପଡା, ପାଣି, କଳସ ଆଦି ଦାନ କରିବା ବହୁତ ଶୁଭ ହୋଇଥାଏ। ଏଗୁଡ଼ିକୁ ଦାନ କରିବା ଦ୍ୱାରା ଆପଣଙ୍କ ରାଶିରେ ଗ୍ରହ ଗୁଡ଼ିକର ସ୍ଥିତି ସୁଦୃଢ ହୋଇଥାଏ।ଏହାଛଡା ଆପଣଙ୍କୁ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। ତେବେ ଅକ୍ଷୟ ତୃତୀୟା ଦିନ ନିଜ ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରିବା ଉଚିତ।
ଏହାଛଡା ଅକ୍ଷୟ ତୃତୀୟା ପର୍ବ ଦିନ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ବନଜାଗ ବିଧିରେ ପୂଜାକାର୍ଯ୍ୟ ସହିତ ସୁନା କୁରାଢ଼ୀରେ ପ୍ରତୀକାତ୍ମକ ଛେଦନ ହୋଇ ଆଜିଠାରୁ ବଡଠାକୁରଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଚାପ ଖେଳିବେ। ଏହାସହିତ ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁ ଲିଙ୍ଗରାଜ ଓ ଦେବୀ ପାର୍ବତୀ ମଧ୍ୟ ଚାପ ଖେଳିବେ। ଏହି ଯାତ୍ରା ଆସନ୍ତା ତିନି ସପ୍ତାହ ଧରି ଚାଲିବ।
ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏହାକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!