Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ କିପରି କରିବେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ, ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଅକ୍ଷୟ ତୃତୀୟା ଦିନକୁ ବହୁତ ଶୁଭ ମାନା ଯାଇଥାଏ। ଏହିଦିନ କରାଯାଇଥିବା କାର୍ଯ୍ୟ, କିଣାକିଣି, ଦାନ ପୁଣ୍ୟ କାର୍ଯ୍ୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ଏହିଦିନ ଧନର ଦେବୀ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ଖାସ୍ ଉପାୟ ରହିଛି।

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଇଥାଏ। ଏହି ଦିନ ଶୁଭ କାର୍ଯ୍ୟ ଅଥବା କିଣାକିଣି କରିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ବର୍ଷ ଅକ୍ଷୟ ତୃତୀୟା ମଇ ମାସ ୩ ତାରିଖ ମଙ୍ଗଳବାର ଦିନ ପାଳନ ହେବାକୁ ଯାଉଛି। ଏହିଦିନ ଲୋକେ ବ୍ୟାପାର, ଗୃହ ପ୍ରବେଶ, ନୂତନ ବାହନ, ସୁନା ବା ରୂପା କିଣାକିଣି କରିଥାନ୍ତି। ଏହାଦ୍ବାରା ବର୍ଷସାରା ଜୀବନରେ ସୁଖ ସମୃଦ୍ଧି ବଢ଼ିଥାଏ। ଅକ୍ଷୟ ତୃତୀୟା ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ରହିଥାଏ।

ଅକ୍ଷୟ ତୃତୀୟା ଦିନ ଏହି ଉପାୟ କରିବା ଉଚିତ :-

– ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଉଚିତ୍। ଏଭଳି କରିବା ଦ୍ଵାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ ଓ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।

– ଅକ୍ଷୟ ତୃତୀୟା ଦିନ ଘରକୁ ସୁନା କିମ୍ବା ରୂପା ନିଶ୍ଚିତ ଭାବରେ କିଣି ଆଣିବା ଉଚିତ। ଯଦି ସୁନା ବା ରୂପା କିଣିବା ସମ୍ଭବ ହେଉ ନାହିଁ, ତାହେଲେ ମାଟିର କଳସ କିଣିବା ଉଚିତ। ଏହାଦ୍ବାରା ପରିବାର ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ।

– ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅକ୍ଷୟ ତୃତୀୟା ଦିନ ୧୧ ଗୋଟି କଉଡ଼ିକୁ ଗୋଟେ ଲାଲ କପଡ଼ାରେ ବାନ୍ଧି ପୂଜା ଘରେ ରଖି ଦିଅନ୍ତୁ।ପରଦିନ ଏହାକୁ ଧନଭଣ୍ଡାର ଘରେ ବା ଆଲମାରିରେ ରଖି ଦିଅନ୍ତୁ।ଦେଖିବେ ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ।

– ଅକ୍ଷୟ ତୃତୀୟା ଦିନ ନିଶ୍ଚିତ ଭାବରେ ଦାନ କରନ୍ତୁ। କାରଣ ଏହିଦିନ ଦାନ କଲେ ସମସ୍ତ ପାପର କ୍ଷୟ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହିଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ ଓ ଲୁଗାପଟା ଆଦି ଦାନ କରନ୍ତୁ।

– ଅକ୍ଷୟ ତୃତୀୟା ଦିନ ପୂଜା ଘରେ ଏକାକ୍ଷୀ ନଡ଼ିଆ ସ୍ଥାପନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିବ। ଆପଣ ଧନବାନ ହୋଇଯିବେ।

– ଯଦି କୌଣସି ଗରିବ ଝିଅର ବିବାହ ହେଉଛି, ତାହେଲେ ଆପଣ ଏହି ଅକ୍ଷୟ ତୃତୀୟା ଦିନ ନିଜ ସାମର୍ଥ୍ୟ ଅନୁସାରେ ତାଙ୍କୁ କିଛି ଉପହାର ଦିଅନ୍ତୁ। ନଚେତ କନ୍ୟା ଦାନ ମଧ୍ୟ କରି ପାରିବେ। ଏହାଦ୍ବାରା ଆପଣଙ୍କ ଉପରେ ଈଶ୍ବରଙ୍କ ଆଶୀର୍ବାଦ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *