Excuse Me Odisha

ଯାହା କହିବୁ ସତ କହିବୁ

ଘରର ମନ୍ଦିରରେ ମାରଚିସ କାହିଁକି ରଖିବା ଉଚିତ ନୁହେଁ। କେତେ ଫୋଟ ରଖିବା ଉଚିତ। ଗଙ୍ଗାଜଳ ଘରେ ରଖିବା ଉଚିତ କି ନୁହେଁ। ମନ୍ଦିରରେ କଣ ରଖିବେ କଣ ନୁହେଁ। ରୋଷେଇ ବେଡ଼ରୁମରେ ମନ୍ଦିର ରହିବା ଠିକ ନାଁ ଭୁଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ମନ୍ଦିରରେ ମାରଚିସ କାହିଁକି ରଖିବା ଉଚିତ ନୁହେଁ। କେତେ ଫୋଟ ରଖିବା ଉଚିତ। ଗଙ୍ଗାଜଳ ଘରେ ରଖିବା ଉଚିତ କି ନୁହେଁ। ମନ୍ଦିରରେ କଣ ରଖିବେ କଣ ନୁହେଁ। ରୋଷେଇ ବେଡ଼ରୁମରେ ମନ୍ଦିର ରହିବା ଠିକ ନାଁ ଭୁଲ।

ବନ୍ଧୁଗଣ ଘରେ ପୂଜା ଘର ଥିଲେ ଭଲ କଥା ନଚେତ ଆପଣ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଠାକୁର ରଖି ପୂଜା କରୁଥିବେ ତ ତାହାବି ଭଲ ଅଟେ। ଭଗବାନଙ୍କର ଗୋଟେ ନିଶ୍ଚିତ ସ୍ଥାନ ଥାଏ ଉତ୍ତର-ପୂର୍ବ ଦିଗରେ। ପୂଜା ସାମଗ୍ରୀ ବହୁତ ସାରା ଥାଏ କିନ୍ତୁ ଏମିତି କିଛି ସାମଗ୍ରୀ ଯଦି ଆପଣଙ୍କ ପୂଜା ସ୍ଥାନରେ ଥାଏ ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଏବଂ ଆପଣଙ୍କ ପୂଜା ଶୀଘ୍ର ଭଗବାନ ସ୍ୟୁକାର କରିବେ। ସେମିତିରେ ତ ଭଗବାନ ଭକ୍ତି ଏବଂ ଭାବନାର ଭୁକି ଅଟନ୍ତି। ଏମିତି କିଛି ମୂର୍ତି ଏମିତି କିଛି ବସ୍ତୁ ଯଦି ଆପଣ ନିଜ ପୂଜା ସ୍ଥାନରେ ରଖିନେବେ ତ ସମସ୍ୟା ଜୀବନରେ କମ ହୋଇଯିବ।

ଭଗବାନ ଶିବଙ୍କର ମୂର୍ତି କିମ୍ବା ଶିବ ଲିଙ୍ଗ। ଶିବ ଲିଙ୍ଗ ଆଙ୍ଗୁଳି ପାଖରୁ ଛୋଟ ରଖନ୍ତୁ କେବେବି ବଡ଼ ରଖନ୍ତୁ ନାହିଁ। ଯଦି ଆପଣ ପାରଦ ଶିବଲିଙ୍ଗ ରଖନ୍ତି ତ ବହୁତ ଭଲ କଥା। ଶିବଲିଙ୍ଗର ଅର୍ଥ ହେଉଛି ଶିବଙ୍କ ଜ୍ୟୋତି ଏବଂ ଏହା ସବୁ ମୂର୍ତ୍ତି ପାଖରୁ ବଡ଼ ଅଟେ। ଏଥିପାଇଁ ସାଳିଗ୍ରାମ ଏବଂ ଶିବଲିଙ୍ଗ ଘରେ ରହିବାର ବହୁତ ବିଧାନ ଅଛି। ବହୁତ ମହତ୍ୱ ଅଛି। ଆପଣଙ୍କ ଘରେ ସନ୍ତୁଳନ ବଜାୟ ରହିଥାଏ। ଆପଣଙ୍କ ଘରେ ସକରାତ୍ମକ ଉର୍ଜା ପଜିଟିଭ ଏନର୍ଜୀ ଆସିଥାଏ।

ଆଚମନ କରନ୍ତୁ ଅର୍ଥାତ ତମ୍ବାର ଏକ ଛୋଟ ପାତ୍ରରେ ଜଳ ଭରି ଆପଣ ସେଥିରେ ତୁଳସୀ ପତ୍ର ପକେଇ ଦିଅନ୍ତୁ ଏବଂ ତମ୍ବାର ଛୋଟ ଚାମଚ ଥାଏ ସେଥିରେ ରଖି ୩ ଥର ଆଚମନ କରନ୍ତୁ। ଏମିତି କରିଲେ ପୂଜାର ଫଳ ଦୁଇଗୁଣା ମିଳିବ।

ପଞ୍ଚାମୃତ। ଯଦି ଆପଣ ଏହାକୁ ପ୍ରତିଦିନ ଅର୍ପଣ କରୁନାହାନ୍ତି ତ କିଛି ନାହିଁ କିନ୍ତୁ ପ୍ରତ୍ୟକ ଏକାଦଶୀ ତିଥିର ଦିନରେ ଏହାକୁ ନିଶ୍ଚୟ ଅର୍ପଣ କରନ୍ତୁ। ପଞ୍ଚାମୃତ ପ୍ରସ୍ତୁତ ହୋଇଥାଏ କ୍ଷୀର ଦହି ମହୁ ଘିଅ ଏବଂ ଶୁଦ୍ଧ ଜଳର ମିଶ୍ରଣରେ। ଆପଣ ଏଥିରେ ଗୁଡ଼ କିମ୍ବା ମିଶ୍ରି ବି ପକେଇ ପାରିବେ। ପଞ୍ଚାମୃତକୁ ପଞ୍ଚଦିବ୍ୟ ଅମୃତ କୁହାଯାଏ। ଏହାକୁ ବିମାରୀକୁ ନାଶ କରିଥାଏ। ପଞ୍ଚାମୃତର ଭୋଗ ଲଗାଇ ପୁରା ପରିବାର ସଦସ୍ୟଙ୍କୁ ପ୍ରସାଦ ଭାବେ ସେବନ କରିବାକୁ ଦିଅନ୍ତୁ ଏବଂ ନିଜେ ମଧ୍ୟ ପ୍ରସାଦ ଭାବେ ସେବନ କରନ୍ତୁ ଏମିତି କରିଲେ ଘରକୁ ବିମାରୀ ଆସିନଥାଏ ଏବଂ ଯଦି କେହି ବିମାରୀ ଥିବେ ତ ସେ ଠିକ ହୋଇଯିବେ।

ଚନ୍ଦନ। ଏହାର ଅର୍ଥ ଥଣ୍ଡା ଏବଂ ଶୀତଳ। ଚନ୍ଦନକୁ ଘୋରାଇ ଯେତେବେଳେ ଭଗବାନ ଶ୍ରୀହରୀଙ୍କୁ ତିଳକ ଲଗାନ୍ତି ଆଉ ଏହା ପରେ ନିଜ ମଥାରେ ତିଳକ ଲଗାନ୍ତି। ମଥାରେ ତିଳକ ଲଗାଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିଥାଏ। ମହିଳାମାନେ ଚନ୍ଦନର ତିଳକ କଣ୍ଠରେ ଲଗାନ୍ତୁ ମଥାରେ ନୁହେଁ।

ଅକ୍ଷତ ଯାହା ସମ୍ପର୍ଣ୍ଣତାର ପ୍ରତୀକ ଅଟେ ବୈଭବର ପ୍ରତୀକ ଅଟେ। ଗୋଟେ ଦାନା ଅକ୍ଷତ ପ୍ରତିଦିନ ଆପଣ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ

କେବେବି ପିତୃପୁରୁଷଙ୍କ ଫୋଟ ଆପଣ ନିକ ଠାକୁର ଘରେ ରଖିବେ ନାହିଁ ନଚେତ ଦେବା ଦେବୀ କ୍ରୋଧିତ ହୋଇଯିବେ। ଯେତେବେଳେ ଆପଣ ପୂଜା କରନ୍ତି ତ ଫୁଲ ଯେତେବେଳେ ଆପଣ ଭଗବାନଙ୍କୁ ଅର୍ପଣ କରନ୍ତି ସେତେବେଳେ ଆପଣ ସନ୍ଧ୍ୟା ସମୟରେ ସେହି ଫୁଲକୁ ବାହାର କରିଦିଅନ୍ତୁ ଏବଂ ପର ଦିନ ସକାଳେ ବାସୀ ଫୁଲକୁ କୌଣସି ମାଟିରେ ପୋତି ଦିଅନ୍ତୁ।

ନୈବେଦ୍ୟ। ଏହାର ଅର୍ଥ ମଧୁରତା ମିଠା। ନୈବେଦ୍ୟରେ ଆପଣ ଫଳ ବି ଭଗବାନଙ୍କୁ ଅର୍ପଣ କରିପାରିବେ କିମ୍ବା କିଛି ନଥିଲେ ମିଶ୍ରି କିମ୍ବା ଗୁଡ଼ ଖଣ୍ଡର ଭୋଗ ମଧ୍ୟ ଅର୍ପଣ କରିପାରିବେ। ଆପଣ ଚାହିଁଲେ ଶୁଖିଲା ଫଳ ମଧ୍ୟ ଭୋଗ ଲଗାଇ ପାରିବେ। ଭୋଗରେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରନ୍ତୁ କିନ୍ତୁ ଭଗବାନ ଶିବ ମା ଦୁର୍ଗା ଏବଂ ଭଗବାନ ଗଣେଶଙ୍କର ପୂଜାରେ ତୁଳସୀ ପତ୍ର କେବେବି ଅର୍ପଣ କରନ୍ତୁ ନାହିଁ

ରୋଲି। ଲାଲ ରଙ୍ଗର କପଡା ଏବଂ ହଳଦୀକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ। ରୋଲି ଲାଲ ରଙ୍ଗର ହୋଇଥାଏ। ଯାହାର ନାମ କୁମକୁମ ବି ମଧ୍ୟ ଅଟେ। ସମସ୍ତ ପୂଜାରେ ଚାଉଳ ସହିତ ଏହାକୁ ମଥାରେ ଲଗା ଯାଇଥାଏ ଏହା ବହୁତ ଶୁଭ ହୋଇଥାଏ। କୁହାଯାଏ ରୋଲି ଏବଂ ଚାଉଳରେ ତିଳକ କଲେ ଆରୋଗ୍ୟ ଅର୍ଥାତ ସ୍ୱାସ୍ଥ୍ୟ ଭଲ ରହିଥାଏ। ରୋଲିକୁ ମଥାରୁ ଉପରକୁ ଲଗାଇଲେ ତ ଗୁଣ ବଢି ଯାଇଥାଏ।

ଧୂପମ ଏହାର ସୁଗଦ୍ଧରେ ମନ ମସ୍ତିଷ୍କକୁ ଭଲ କରିଥାଏ। ଘରୁ ନକରାତ୍ମକ ଉର୍ଜାକୁ ବାହାର କରିଥାଏ।

ଦୀପ। ମାଟିର ଦୀପ ନେଇ ପାରିବେ ଯଦି ନାହିଁ ତ କୌଣସି ବି ଧାତୁର ବ୍ୟବହାର କରିପାରିବେ। ସବୁଠାରୁ ଭଲ ମାଟି। ପାଞ୍ଚ ତତ୍ତ୍ୱ ଅଟେ ମାଟି ଆକାଶ ଜଳ ବାୟୁ ଅଗ୍ନି। ଏଥିପାଇଁ ଆମର ଧର୍ମ ଅନୁଷ୍ଠାନରେ ପଞ୍ଚ ତତ୍ତ୍ୱ ରହିବା ଦରକାର।

ଗରୁଡ଼ ଘଣ୍ଟି। ଯେଉଁ ସ୍ଥାନରୁ ନିୟମିତ ଭାବେ ଘଣ୍ଟିରେ ଆବାଜ ବାଜି ଥାଏ ସେହି ସ୍ଥାନର ବାତାବରଣ ଶୁଦ୍ଧ ରହିଥାଏ। ନକରାତ୍ମକ ଉର୍ଜା ଦୂର ହୋଇଥାଏ। ଘଣ୍ଟିକୁ କେବେବି ଭୂମି ଉପରେ ରଖିବେ ନାହିଁ କୌଣସି ସ୍ଥାନ ଉପରେ ହିଁ ରଖିବେ।

ଶଙ୍ଖ। ଯେଉଁ ଘରେ ଶଙ୍ଖ ଥାଏ ସେଠାରେ ମା ଲକ୍ଷ୍ମୀ ନିଶ୍ଚୟ ରହିଥାନ୍ତି। ଶଙ୍ଖ ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କର ସମାନ ଦେବ ସ୍ୱରୂପ ଅଟେ। ଯାହାର ମଧ୍ୟମାରେ ବରୁଣ ବୃଷ୍ଠରେ ବ୍ରହ୍ମା ଅଗ୍ରଭାଗରେ ଗଙ୍ଗା ଏବଂ ସ୍ୱରସ୍ୱତୀ ନଦୀଙ୍କର ବାସ ହୋଇଥାଏ। ଯେଉଁ ତୀର୍ଥରୁ ପୁଣ୍ୟ ଫଳ ମିଳିଥାଏ ତାହା ଶଙ୍ଖର ଦର୍ଶନ ଏବଂ ପୂଜାରୁ ମିଳିଥାଏ।

ଜଳରେ ଭରା କଳସ। ଜଳକୁ ଯଦି ଶୁଦ୍ଧ ତତ୍ତ୍ୱ କୁହାଯାଏ ଏବଂ ଏହାକୁ ମଙ୍ଗଳ କାରକ ମଧ୍ୟ କୁହାଯାଏ। ଯଦି ଆପଣ ତମ୍ବା କିମ୍ବା ପିତଳ କଳସରେ ଜଳ ଭରି ସେଥିରେ ଆମ୍ବ ପତ୍ର ପକାଇ ଆପଣ ଏହାର ଉପରେ ସ୍ୱସ୍ତିକର ଚିହ୍ନ ବନେଇ କପଡା ବାନ୍ଧି ରଖିଦେବେ ଏବଂ କଳସ ଉପରେ ୫ ଟି ସୁପାରି ଏବଂ ଗୋଟେ କଏନ ପକେଇ ଦେବେ ଏବଂ ଏହାର ଉପରେ କୌଣସି ଫଳ ରଖିଦେବେ।

କଉଡ଼ି। ପୁରାତନ ସମୟରୁ କଉଡ଼ିକୁ ପୂଜା କଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ହଳଦିଆ କଉଡ଼ିକୁ ଅଲଗା ଅଲଗା କପଡ଼ାରେ ବାନ୍ଧି ଘରେ ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଲେ କିମ୍ବା ପକେଟ କିମ୍ବା ପର୍ସରେ ରଖିଲେ ଧନର ବୃଦ୍ଧି ହୋଇଥାଏ।

ତମ୍ବାର କଏନ। କଳସରେ ଯଦି ତମ୍ବା କଏନ ପକେଇ ଦେବେ ତ ଘରେ ସୁଖ ସମୃଦ୍ଧିର ଦ୍ୱାର ଖୋଲିଯାଏ।

ମା ଦୁର୍ଗାଙ୍କ ଫୋଟ ଆପଣ ଘରେ ନିଶ୍ଚୟ ରଖନ୍ତୁ। ଯେଉଁ ଘରେ ମାଙ୍କ ଫୋଟ ଥାଏ ସେହି ଘରେ ଶତ୍ରୁ ତନ୍ତ୍ର ମନ୍ତ୍ର ପ୍ରଭାବ ପଡିନଥାଏ ଏବଂ ନିୟମିତ ଭାବେ ମା ଦୁର୍ଗାଙ୍କୁ ୨ ଟି ଲବଙ୍ଗ ଅର୍ପଣ କରନ୍ତୁ।

ଗଙ୍ଗା ଜଳ। ଗୋଟେ ଚିତ5ଘଟିରେ ଗଙ୍ଗାଜଳ ଭରି ରଖନ୍ତୁ ଏବଂ ଏହି ଜଳରେ ଭଗବାନଙ୍କୁ ସ୍ନାନ କରାନ୍ତୁ। ଗଙ୍ଗା ଜଳର କଳସ ବି ଆପଣ ଜଳ କଳସ ଭଳି ରଖିପାରିବେ।

ମୟୁରପୁଙ୍ଖ ନିଜର ପୂଜା ସ୍ଥାନରେ ନିଶ୍ଚୟ ରଖନ୍ତୁ। ଆପଣଙ୍କ ଘରେ ଭଗବାନ ଶିବ ଭଗବାନ ଶ୍ରୀକୃଷ୍ଣ ଭଗବାନ ହନୁମାନ ଭଗବାନ ବିଷ୍ଣୁ ସମସ୍ତଙ୍କ ମଥାରେ ମୟୁରପୁଙ୍ଖ ସଜେଇ ଦିଅନ୍ତୁ। ସକରାତ୍ମକ ଉର୍ଜା ବଢିବ। ଘରେ ନକରାତ୍ମକ ଉର୍ଜା ଆସିବ ନାହିଁ।

ହଳଦୀ ଖଣ୍ଡ। ଯଦି ଆପଣ ପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦୀ ଖଣ୍ଡ ଅର୍ପଣ କରିବେ ତ ଆପଣଙ୍କ ଗୁରୁ ମଜବୁତ ହୋଇଥାଏ

ଭଗବାନ ଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତିକୁ ନିଶ୍ଚୟ ଘରେ ତଖନ୍ତୁ। ଅତର ବତଲ ରଖନ୍ତୁ ଏବଂ ନିୟମିତ ଭାବେ ଅତର ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ତ ଧନ ବୃଦ୍ଧି ହୋଇଥାଏ। ଏକ ଚାନ୍ଦିର କଏନ ପୂଜା ସ୍ଥାନରେ ରଖନ୍ତୁ।

ଆପଣ ଲାଲ ରଙ୍ଗର କପଡ଼ା ରଖନ୍ତୁ ମହୁ ଗୁଜୁରାତି ପୂଜା ସ୍ଥାନରେ ରଖନ୍ତୁ। ଏହା ଦ୍ବାରା ଶୁକ୍ର ମଜବୁତ ହୋଇଥାଏ। ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *