Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ନିଜର ଆଲମାରୀରେ ଏହି ୭ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ରଖିଦିଅନ୍ତୁ କୋଟିପତି ହୋଇଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକ୍ଷୟ ତୃତୀୟା ଦିନ ନିଜର ଆଲମାରୀରେ ଏହି ୭ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ରଖିଦିଅନ୍ତୁ କୋଟିପତି ହୋଇଯିବେ।

ଅକ୍ଷୟ ତୃତୀୟା ଦିନ ନିଜର ଦୁକାନ କିମ୍ବା ଘରର ଆଲମାରୀରେ ଏହି ୭ ଟି ଜିନିଷ ଅବଶ୍ୟ ରଖନ୍ତୁ। ଆମର ହିନ୍ଦୁ ଧର୍ମରେ ସବୁ ପର୍ବ ପର୍ବାଣୀ ତିଥି ଏବଂ ଶୁଭ ମୁହୂର୍ତ୍ତରେ କରାଯାଉଥିବା କାର୍ଯ୍ୟର ବିଶେଷ ମହତ୍ୱ ଥାଏ ଏବଂ କିଛି ତିଥି ତ ଏମିତି ହୋଇଥାଏ ଯାହା ଶାସ୍ତ୍ର ଅନୁସାରେ ବହୁତ ଶୁଭ ମାନାଯାଏ। ଯେମିତି ଅକ୍ଷୟ ତୃତୀୟା ଏହା ସବୁ ତିଥି ଅପେକ୍ଷା ସର୍ବଶ୍ରେଷ୍ଠ ମାନାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ୩ ମଇ ମଙ୍ଗଳବାର ଦିନ ପାଳନ କରାଯିବ। ଏହି ଦିନ ବିଶେଷ ରୂପରେ ମା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁଙ୍କ ସହିତ ପୂଜା କରାଯାଏ।

ମାନାଯାଏ ଏହି ଦିନ ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ ଜିନିଷ ନିଜ ଆଲମାରୀରେ ସ୍ଥାପିତ କରନ୍ତି ତ ନିଜ ଘରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ହୋଇଯାଏ ଏବଂ କେବେବି ଧନର ଅଭାବର ସାମ୍ନା କରିବାକୁ ପଡିନଥାଏ। ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ମା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ତ ସେହି ସମୟରେ ଅନ୍ୟ କିଛି ଜିନିଷର ବି ଉତ୍ପନ ହୋଇଥିଲା। ସମୁଦ୍ରରୁ ଉତ୍ପନ ହେବା କାରଣରୁ ଏହି ଜିନିଷ ସହିତ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଯେଉଁ ସ୍ଥାନରେ ଏହି ଜିନିଷ ଥାଏ ସେହି ସ୍ଥାନରେ ମା ଲକ୍ଷ୍ମୀ ସର୍ବଦା ନିବାସ କରିଥାନ୍ତି।

ଆଜି ଆମେ ଆପଣଙ୍କୁ ସେହି ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ। ଏହି ଜିନିଷ ମିଳିବା ଦୁର୍ଲଭ ହୋଇଥାଏ କିନ୍ତୁ ଯଦି ଆପଣ ଏହି ୭ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ନିଜ ସହିତ ଆଣି ନିଜ ଆଲମାରୀରେ ରଖନ୍ତି ତ ଆପଣଙ୍କୁ ଅବଶ୍ୟ ହିଁ ଏହାର ଅନେକ ଲାଭ ପ୍ରାପ୍ତ ହେବ। ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ ବିଷୟରେ।

ଶ୍ରୀଫଳ। ନଡ଼ିଆକୁ ହିଁ ଶ୍ରୀଫଳ କୁହାଯାଏ। ଶ୍ରୀ ର ଅର୍ଥ ଲକ୍ଷ୍ମୀ। ଏକ ଆଖି ଥିବା ନଡ଼ିଆ ଯଦି ଆପଣଙ୍କୁ ମିଳିଯାଏ ତ ବୁଝିନିଅନ୍ତୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଏହି ଏକ ଆଖି ନଡ଼ିଆକୁ ଆପଣ ଲାଲ କପଡ଼ାରେ ଗୋଡ଼ାଇ ନିଜର ଆଲମାରୀରେ ସ୍ଥାପିତ କରିଦିଅନ୍ତୁ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ବନି ରହିବ।

ଶ୍ରୀଯନ୍ତ୍ର। ମାନ୍ୟତା ଅନୁସାରେ ଶ୍ରୀଯନ୍ତ୍ରରେ ସାକ୍ଷତ ମା ଲକ୍ଷ୍ମୀଙ୍କର ଶକ୍ତି ବିଦ୍ୟମାନ ହୋଇଥାଏ। ଶ୍ରୀଯନ୍ତ୍ରରେ ଧନକୁ ଆକର୍ଷଣ କରିବାର ଅଦ୍ଭୁତ ଶକ୍ତି ଥାଏ। ଯେଉଁ ସ୍ଥାନରେ ଏହି ଶ୍ରୀଯନ୍ତ୍ରକୁ ରଖାଯାଏ ସେହି ସ୍ଥାନରେ ଧନର ଅପବ୍ୟୟ କେବେବି ହୋଇନଥାଏ ଏବଂ ଧନର ଆଗମନର ଅନେକ ପ୍ରକାରର ମାର୍ଗ ଖୋଲିଯାଏ। ଯଦି ଆପଣ ନିଜର ଆଲମାରୀରେ ସୁବର୍ଣ୍ଣ ଧାତୁରେ ନିର୍ମିତ ଶ୍ରୀଯନ୍ତ୍ର ରଖନ୍ତି ତ ଏହା ବହୁତ ଅଧିକ ଫଳଦାୟୀ ହୋଇଥାଏ ଏହା ବ୍ୟତୀତ ଅଷ୍ଟଧାତୁରେ ନିର୍ମିତ ଶ୍ରୀଯନ୍ତ୍ର ବି ରଖି ପାରିବେ।

କଉଡ଼ି। ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହିତ ଅନେକ ଜିନିଷ ଉତ୍ପନ ହୋଇଥିଲା ସେଥି ମଧ୍ୟରୁ କଉଡ଼ି ବି ଏକ ଅଟେ।ଅକ୍ଷୟ ତୃତୀୟା ଦିନ ହଳଦିଆ ରଙ୍ଗର କଉଡ଼ିର ପୂଜା କରିବା ଉଚିତ। ଯାହାକୁ ଲକ୍ଷ୍ମୀ କଉଡ଼ି ବି କୁହାଯାଏ। ଏହି କଉଡ଼ିର ପୂଜା କରିବା ପରେ ନିଜ ଆଲମାରୀରେ ପର୍ସରେ କିମ୍ବା ଧନ ରଖୁଥିବା ସ୍ଥାନରେ ଏହାକୁ ରଖି ଦିଅନ୍ତୁ। ଏହାର ପ୍ରଭାବରେ ଆପଣଙ୍କର ଜୀବନରେ ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ।

ଗୋମତି ଚକ୍ର। ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହିତ ଗୋମତି ଚକ୍ର ବି ଉତ୍ପନ ହୋଇଥିଲା। ଏଥିପାଇଁ ମା ଲକ୍ଷ୍ମୀଙ୍କୁ ଗୋମତି ଚକ୍ର ବହୁତ ପ୍ରିୟ ଅଟେ। ଅକ୍ଷୟ ତୃତୀୟା ଦିନ ୧୧ ଟି ଗୋମତି ଚକ୍ରକୁ ମା ଲକ୍ଷ୍ମୀ ଏବଂ ଶ୍ରୀହରି ବିଷ୍ଣୁଙ୍କ ସହିତ ଆଲମାରୀରେ ସ୍ଥାପିତ କରିଦିଅନ୍ତୁ। ଆପଣଙ୍କ ଉପରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ବନି ରହିଥାଏ।

ଧଳା ରଙ୍ଗର ଅରଖ ଫୁଲ ଗଛର ଚେର। ଏହି ଗଛକୁ ବହୁତ ଶୁଭ ମାନାଯାଏ। ଏହି ଗଛ ଯଦି ଆପଣଙ୍କ ଘରେ ଆପେ ଆପେ ଉଠିଯାଏ ତ ଆପଣଙ୍କ ଜୀବନ ସୁଖ ଶାନ୍ତିରେ ଭରି ଯାଇଥାଏ। ଅକ୍ଷୟ ତୃତୀୟା ଦିନ ଆପଣଙ୍କୁ ଧଳା ରଙ୍ଗର ଅରଖ ଗଛର ଚେରକୁ ପୂଜା କରିବା ପରେ ନିଜର ଆଲମାରୀରେ ସ୍ଥାପିତ କରିଦେବା ଉଚିତ। ଏମିତି କଲେ ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ।

ମୋତି ଶଙ୍ଖ। ଏହି ଶଙ୍ଖ ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହିତ ଉତ୍ପନ ହୋଇଥିଲା। ଏହି ଶଙ୍ଖ ସାଧାରଣ ଶଙ୍ଖ ପାଖରୁ ଅଲଗା ଦେଖାଯାଏ। ଏହା ମୋତି ଭଳି ଚମକଦାର ଏବଂ ଦୁର୍ଲଭ ଦେଖାଯାଏ। ଏହାକୁ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କ ଚରଣରେ ରଖନ୍ତୁ ଏବଂ ପର ଦିନ ଏହାକୁ ନିଜ ଆଲମାରୀରେ ସ୍ଥାପିତ କରିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କୁ ଜୀବନ ସାରା ଧନ ହାନିର ସାମ୍ନା କରିବାକୁ ପଡିନଥାଏ

ହତା ଯୋଡି। ଏହା ବହୁତ ଦୁର୍ଲଭ ଜିନିଷ ଅଟେ। ଯଦି ଆପଣଙ୍କୁ ଏହା କେଉଁଠି ମିଳିଯାଏ ତ ବହୁତ ଶୁଭ ଅଟେ। ଏହାକୁ ପୂଜା କରି ନିଜ ଆଲମାରୀରେ ରଖିଲେ ଏହାର ଦୁର୍ଲଭ ପରିଣାମ ମିଳିଥାଏ। ଏହା ଉତ୍ତର ପ୍ରଦେଶ ଜଙ୍ଗଲରେ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *